Budh Ast 2024: ୨୯ ନଭେମ୍ବରରେ ଅସ୍ତ ହେବେ ବୁଧ, ୫ ରାଶି ହେବେ ମାଲାମାଲ୍!

Budh Ast 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ବୁଧଙ୍କୁ ବୁଦ୍ଧି, ବାଣୀ, ଧନ, ବ୍ୟାପାର ଓ କ୍ୟାରିୟରର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ବର୍ତ୍ତମାନ ତୁଳା ରାଶିରେ ଥିବା ବେଳେ ନଭେମ୍ବର ୨୯ ତାରିଖ ସକାଳ ୬ଟା ୧୬ ମିନିଟ୍ ସମୟରେ ଅନୁରାଧା ନକ୍ଷେତ୍ରରେ ଅସ୍ତ ହେବେ। ଅନୁରାଧା ନକ୍ଷେତ୍ରରେ ବୁଧଙ୍କ ଅସ୍ତ କେତେକ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ବିଶେଷକରି, କ୍ୟାରିୟର ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ। ଯଦି ବ୍ୟକ୍ତିଙ୍କ ଜାତକ ବା ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ଥାଏ। ତେବେ, ବ୍ୟକ୍ତି କ୍ୟାରିୟରରେ ଅଗ୍ରଗତି କରିବା ସହ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

Narmada Behera Tue, 26 Nov 2024-7:34 am,
1/5

ମେଷ: ବୁଧଙ୍କ ଅସ୍ତ ଏହି ରାଶି ପାଇଁ ବେଶ୍ ଫଳଦାୟୀ ହେବ। ଏହି ଅବଧି ମଧ୍ୟରେ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ।  କର୍ମକ୍ଷେତ୍ରରେ ପଦୋନ୍ନତି ସହ ଦରମା ବଢିବ। ସହ-କର୍ମୀ ପ୍ରତ୍ୟକ କାର୍ଯ୍ୟରେ ସମର୍ଥନ କରିବେ। ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସମୟ ଶୁଭ ରହିଛି। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ,ଭଲ ଲାଭ ପାଇବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାର ସଫଳ ହେବେ।  ବିଦେଶରେ ପାଠପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବେ। ପରିବାର ସହ ଭଲ ସମୟ ବିତାଇବେ । ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଆଜିର ଦିନ?

ALSO READ: Weekly Special Horoscope: ନୂଆ ସପ୍ତାହରେ ଶୁଭଫଳ ପାଇବେ ୫ ରାଶି, ଚାକିରିଆ ପାଇବେ ପଦୋନ୍ନତି ସହ...

2/5

ମିଥୁନ: ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ କୌଣସି ଏକ ଭଲ ସଂସ୍ଥାରୁ ଚାକିରି ପାଇଁ ଫୋନ୍ କଲ, କମ୍ବା ଅଫର ଲେଟର ମିଳିବ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ଲାଭ ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଦିର୍ଘ ଦିନର ଆଶା ପୂରଣ ହେବ। ଏହି ସମୟ ମଧ୍ୟରେ ନୂଆ ଘର କିମ୍ବା ଜମି କ୍ରୟ କରିବେ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ପାରିବାରିକ ଜୀବନ ସୁଖମୟ ହେବ। 

3/5

ତୁଳା:  ବୁଧଙ୍କ ଅସ୍ତ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ଆୟ ବଢିବ, ବ୍ୟାଙ୍କ୍ ବାଲାନ୍ସ ବଢିବ। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିଛି । ଯେଉଁମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନେ ଏହି ସମୟରେ ବ୍ୟବସାୟ ଆରମ୍ଭ କଲେ ଲାଭ ପାଇବେ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। କିନ୍ତୁ ଘରର କୌଣସି ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। 

4/5

କୁମ୍ଭ:  ବୁଧଙ୍କ ଅସ୍ତ ଏହି ରାଶିକୁ ଧନବାନ୍ କରିବ। ବିଶେଷକରି, ଯେଉଁମାନେ ଦିର୍ଘ ଦିନ ହେବ ସରକାରୀ ଚାକିରି ଆଶାରେ ରହିଛନ୍ତି, ସେମାନଙ୍କ ସ୍ବପ୍ନ ସାକାର ହେବ।  ବିଦେଶରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ  ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଯେଉଁମାନେ ଚାକିରି ବଦଳାଇବାକୁ ଚାହୁଁଛନ୍ତି, ସେମାନେ ଉଦ୍ୟମ ଜାରି ରଖନ୍ତୁ, ସଫଳତା ନିଶ୍ଚୟ ପାଇବେ। ଅନଲାଇନ୍ କାରବାର, ସାମ୍ବାଦିକତା, ଓ ମନୋରଂଜନ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ସମୟ ଶୁଭ ରହିବ। ଲଟେରୀ ବା ସେୟାର ମାର୍କେଟ୍ ରୁ ଆର୍ଥିକ ଲାଭ ପାଇବେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡି଼ତ ଥିବା ଲୋକେ ବ୍ୟବସାୟରେ ବିପୁଳ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଆଣିଥିବା ଋଣକୁ ପରିଶୋଧ କରିବାରେ ସମର୍ଥ ହେବେ। ପରିବାର ସହିତ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

 

5/5

ମୀନ: ବୁଧଙ୍କ ଅସ୍ତ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରଦନା କରିବ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଭଲ ରହିବ। ସରକାରୀ ଚାକିରିଆଙ୍କ ପଦୋନ୍ନତି ହେବା ସହ ଟ୍ରାନ୍ସଫର ହୋଇପାରେ। ବେସରକାରୀ ଚାକିରିଆଙ୍କୁ କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବ୍ୟବସାୟୀମାନେ ବାଣିଜ୍ୟ ବେପାରରେ ଭଲ ଦ୍ବି-ପଇସା ଲାଭ ପାଇବା ସହ ଗ୍ରାହକଙ୍କ ସଂଖ୍ୟା ବଢିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଶୁଭ ରହିଛି, ଏହି ସମୟରେ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ।  ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ।  ପରିବାରରେ ହସ-ଖୁସିର ମାହୋଲ୍ ଲାଗି ରହିବ। ନୂଆ ଗାଡି କିଣିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ।     (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link