Budh Gochar 2024: ବୁଧଙ୍କ କୃପାରୁ ସେପ୍ଟେମ୍ବର ୪ରୁ ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ନୂଆ ଚାକିରି ସାଙ୍ଗକୁ...

Budh Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହ ମାନଙ୍କର ରାଜକୁମାର ବୁଧ ଆସନ୍ତାମାସ (ସେପ୍ଟେମ୍ବର ୪) ଦିନ ୧୧ଟା ୪୨ ମିନିଟ୍ ସମୟରେ କର୍କଟ ଛାଡି ସିଂହ ରାଶିକୁ ଚଳନ କରିବେ। ବୁଧଙ୍କ ଅର୍ଥ, ବ୍ୟବସାୟ ,ବକ୍ତବ୍ୟ ଓ ଯୋଗାଯୋଗର କାରକ ବୋଲି ବିବେଚନା କରାଯାଏ। ରାଶିରେ ବୁଧଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ଧନୀ ହୁଏ ବୋଲି ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ବୁଧଙ୍କ ଏହି ଚଳନ କିଛି ରାଶି ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

Narmada Behera Tue, 20 Aug 2024-9:41 am,
1/5

ମେଷ:  ଆସନ୍ତାମାସ ଏହି ରାଶିର ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବୁଧଙ୍କ ଚଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷକରି, କର୍ମକ୍ଷେତ୍ରରେ ନୂଆ ଦାୟିତ୍ବ ମିଳିବା ସହ ଦରମା ବଢିବ। ବେକାରିମାନଙ୍କୁ ଭଲ ଚାକିରି ମିଳିବ। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ସମୟ ଭଲ ରହିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସହ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ବେଶ୍ ଅନୁକୂଳ ରହିବ। ପାର୍ଟନରସିପ୍ ରେ ଚାଲୁଥିବା ବ୍ୟବସାୟରୁ ଲାଭ ପାଇବେ। ଲଟେରିରୁ କୌଣସି ଜିନିଷ ଜିତି ପାରନ୍ତି। ଧାର୍ମିକ ଯାତ୍ରା କରିପାରନ୍ତି।

ALSO READ: Financial Horoscope Today: ଆଜି ବ୍ୟବସାୟରେ ଏହିସବୁ ରାଶି ପାଇବେ ଶୁଭଫଳ ସହ ଆର୍ଥିକ ଲାଭ!

ALSO READ: Shani Vakri 2024: ଏହିସବୁ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଶନିଙ୍କ ଓଲଟା ଚଳନ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡି଼ବ ପ୍ରଭାବ?

2/5

ମିଥୁନ: ବୁଧଙ୍କ ଚଳନ ଏହି ରାଶିପାଇଁ ବେଶ୍ ଲାଭଦାୟୀ ରହିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବା  ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ଆୟ ଠାରୁ ବ୍ୟୟ ଅଧିକ ହେବ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ବେଶ୍ ଅନୁକୂଳ ରହିବ, କ୍ଷୁଦ୍ର-ମଧ୍ୟମ ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ପୁରୁଣା ବିନିଯୋଗରୁ ଅଶେଷ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପାରିବାରିକ ସମ୍ପର୍କ ମଜବୁତ୍ ହେବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ଫିଟିବ। ଧାର-କରଜ ଆଣିଥିବା ଋଣକୁ ପରିଶୋଧ କରିବାରେ ସମର୍ଥ ହେବେ। 

3/5

କର୍କଟ:  ବୁଧଙ୍କ କୃପାରୁ ଆସନ୍ତାମାସ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଖାସ୍ ରହିବ। ସରକାରୀ ଚାକିରିଆମାନେ ପଦୋନ୍ନତି ପାଇବା ସହ ଟ୍ରନ୍ସଫର ହେବାର ସମ୍ଭାବନା ରହିଛି। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅନୁକୂଳ ରହିବ। ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ ବା ପଦବୀ ମିଳିପାରେ। ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିପାରନ୍ତି। ଯେଉଁଥିରୁ ଆର୍ଥିକ ଲାଭ ଦ୍ବି-ଗୁଣିତ ପାଇବେ।  ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିବ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ସ୍ବାସ୍ଥ୍ୟ ଭଲ ରହିବ। ପ୍ରେମୀମାନେ ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

 

4/5

ସିଂହ: ବୁଧଙ୍କ କୃପାରୁ ଏହି ରାଶିର ଲୋକେ ପ୍ରତ୍ୟକ କ୍ଷେତ୍ରରେ ଶୁଭ ଫଳାଫଳ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିବ। ବେକାରୀମାନେ ଭଲ ନିଯୁକ୍ତି ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ଚାପ ଅଧିକ ରହିବ। ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ମତଭେଦ ଦେଖାଦେଇପାରେ। ଏଥିପାଇଁ ସହକର୍ମୀଙ୍କ ସହ କଥାବାର୍ତ୍ତା ସମୟରେ ସତର୍କ ରହିବା ଜରୁରୀ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ଆମଦାନୀ-ରପ୍ତାନୀ ବ୍ୟବସାୟରେ ଜଡ଼ିତ ଥିବା ବ୍ୟବସାୟୀମାନେ ଅଧିକ ଲାଭବାନ୍ ହେବେ। କିନ୍ତୁ ପ୍ରେମ ସମ୍ପର୍କ ଭଲ ରହିବ ନାହିଁ । ସାଥୀଙ୍କ ସହ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ। 

5/5

କନ୍ୟା: ବୁଧଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବ। ଆସନ୍ତାମାସରେ ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ। ପୁଞ୍ଜି ବିନିଯୋଗ କରିବା ପାଇଁ ସମୟ ଭଲ ରହିଛି। ପୁରୁଣା ନିବେଶରୁ ଲାଭ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ପାଇବେ ନାହିଁ। ନିଜ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ, ନଚେତ୍ ମେଡିକାଲରେ ଟଙ୍କା ପାଣି ଭଳି ଖର୍ଚ୍ଚ ହୋଇପାରେ।  ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଛାତ୍ରଛାତ୍ରୀ ମାନେ ଏକ୍ସାମ୍ ରେ ଭଲ ରେଜଲ୍ଟ କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ନିଜ ସାଥୀଙ୍କ ସହ ଏକ ରୋମାଣ୍ଟିକ୍ ଡେଟ୍ ରେ ଯାଇପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ୍ ରହିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

 

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link