Advertisement
Photo Details/zeeodisha/odisha2383548
photoDetails0hindi

Shani Vakri 2024: ଏହିସବୁ ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ ଶନିଙ୍କ ଓଲଟା ଚଳନ, ଜାଣନ୍ତୁ ଆପଣଙ୍କ ରାଶି ଉପରେ କ'ଣ ପଡି଼ବ ପ୍ରଭାବ?

Saturn Horoscope Transit 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ। ଏ-ହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି । କିନ୍ତୁ ନଭେମ୍ବର ୧୫ ରେ ଶନି ସେହି ରାଶିରୁ ପୁଣି ଥରେ ଓଲଟା ଚଳନ କରିବେ। ଶନିଙ୍କ ଓଲଟା ଚଳନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଓଲଟା ଚଳନ କେଉଁ ରାଶି ପାଇଁ ବିପଦ ଡାକି ଆଣିବ। 

1/5

କର୍କଟ: ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ଏ-ହି ଅବଧି ମଧ୍ୟରେ ଆର୍ଥିକ ଅନଟନ ଦେଖାଦେବ। ଆୟ ଠାରୁ ବ୍ୟୟ ଅଧିକ ରହିବ। ସଂଚନ ଧନ କୌଣସି କାରଣରୁ ନଷ୍ଟ ହୋଇଯିବ। କର୍ମକ୍ଷେତ୍ରରେ ହେବାକୁ ଥିବା ପଦୋନ୍ନତି ଅଟକି ଯିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ବିଶେଷକରି, ପେଟ, ଆଖି ଜନିତ ସମସ୍ୟାରେ ଘାଣ୍ଟି ହେବେ। ବୈବାହିକ ଜୀବନରେ କଳା ଅନ୍ଦାର ଘୋଟି ଆସିବ। 

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ଶୁଭଫଳ ପାଇବେ ଏହି ୫ ରାଶି, ବ୍ୟବସାୟୀଙ୍କ ପାଇଁ ଦିନଟି ରହିବନି ଖାସ୍!

2/5

ବିଛା: ଶନିଙ୍କ କୋପଦୃଷ୍ଟି ଏହି ରାଶି ଉପରେ ମଧ୍ୟ ରହିବ। ବିଶେଷ କରି ବ୍ୟବସାୟୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ଏହି ସମୟରେ କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ୍ ବିରାଟ କ୍ଷତି ସହିବେ। ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ଉଚିତ୍।  କୌଣସି ପ୍ରକାର ଅଘଟଣର ସାମ୍ନା କରିବାକୁ ପଡିପାରେ। କର୍ମକ୍ଷେତ୍ରରେ ଯେତେ ସମ୍ଭବ ଅଯଥା କଥାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହୋଇପାରେ। ପ୍ରେମୀ ମାନଙ୍କ ପାଇଁ ମଧ୍ୟ ସମୟ ଖରାପ ରହିବ। 

 

3/5

କୁମ୍ଭ: ଶନିଙ୍କ ଚଳଟା ଚଳନର ପ୍ରଭାବ ଏହି ରାଶି ଉପରେ ମଧ୍ୟ ଦେଖିବାକୁ ମିଳିବ।  ଏହି ସମୟ ମଧ୍ୟରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସେୟାର ମାର୍କେଟ୍ କିମ୍ବା କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ଯଦି କରୁଛନ୍ତି ,ତେବେ, ଜଣେ ଏକ୍ସପର୍ଟଙ୍କ ପରାମର୍ଶ କ୍ରମେ ଏହା କରନ୍ତୁ । ନିଜ ପିତା-ମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇପାରେ। ତେଣୁ ନିଜ ପିତାମାତାଙ୍କର ଯଥା ସମ୍ଭବ ଯତ୍ନ ନିଅନ୍ତୁ। କର୍ମକ୍ଷେତ୍ରରେ ନିଜ କାର୍ଯ୍ୟକୁ ସଠିକ୍ ଭାବ କରନ୍ତୁ । ନଚେତ୍ ବରିଷ୍ଠ ଅଧିକାରୀ କାମକୁ ନେଇ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି। 

 

4/5

ମକର: ନଭେମ୍ବର ୧୫ରୁ ଏହି ରାଶିର ଲୋକଙ୍କ ପାଇଁ ଖରାପ ଦିନ ଆରମ୍ଭ ହେବାକୁ ଯାଉଛି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖରାପ୍ ରହିବ। ପ୍ରେମରେ ଧୋକା ମିଳିପାରେ। ବିବାହିତ ଲୋକଙ୍କର ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହୋଇପାରେ। ପୌତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖାଦେଇପାରେ। ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟ ଠାରୁ ବ୍ୟୟ ଯଥେଷ୍ଟ ଅଧିକ ରହିବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। 

 

5/5

ମୀନ: ଶନିଙ୍କ ଓଲଟା ଚଳନ କୁ ପ୍ରଭାବ ମୀନ ରାଶି ଉପରେ ମଧ୍ୟ ରହିବ। ଏ-ହି ସମୟରେ ବ୍ୟବସାୟୀମାନେ ଆର୍ଥିକ ଦେଣନେଣ କରନ୍ତୁ ନାହିଁ। କୌଣସି ବଡ଼ ଡିଲ୍ ମଧ୍ୟ ପାଇନାଲ୍ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ଅ-ଯାଥା ବିବାଦରେ ଫସି ପାରନ୍ତି। ସହକର୍ମୀମାନଙ୍କର ଷଡଯନ୍ତ୍ରର ଶୀକର ହୋଇପାରନ୍ତି। ତେଣୁ ଏଥିପ୍ରତି ସତର୍କ ରହିବା ଜରୁରୀ। ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିବ। ଧାର-କରଜ କରିପାରନ୍ତି। ତେଣୁ ନିଜ ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ। ହେବାକୁ ଥିବା କାର୍ଯ୍ୟ ମଧ୍ୟ ବିଗିଡିପାରେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)