Ghee Side Effects: କେବେ ବି ଘିଅ ସହ ଭୁଲରେ ବି ଖାଆନ୍ତୁନି ଏହି ୭ଟି ଜିନିଷ, ନହେଲେ ଭୋଗିବେ ସମସ୍ୟା

Ghee Side Effects: ଶୀତଦିନେ ଘିଅ ଖାଇବାକୁ ପ୍ରାୟ ସମସ୍ତେ ପସନ୍ଦ କରନ୍ତି । ଏହା ଶରୀରକୁ ଗରମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ ରଖିବାରେ ସହାୟକ ହୋଇଥାଏ। ଏହା ସହିତ ଏହା ଅନେକ ରୋଗରୁ ଦୂରେଇ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହାର ଫାଇଦା ସମସ୍ତେ ଜାଣନ୍ତି, କିନ୍ତୁ କ`ଣ ଆପଣ ଜାଣନ୍ତି କି ଭୁଲରେ ଘିଅ ଖାଇବା ଦ୍ୱାରା ମଧ୍ୟ ଶରୀରକୁ କ୍ଷତି ପହଞ୍ଚାଇପାରେ । ତେଣୁ କିଛି ଖାଦ୍ୟ ସହ ଘିଅ ଖାଇବାଠାରୁ ଦୂରେଇ ରହିବା ଉଚିତ। ଆସନ୍ତୁ ଜାଣିବା କେଉଁ ଜିନିଷ ଦ୍ୱାରା ଖାଦ୍ୟ କ୍ଷତିକାରକ ସାବ୍ୟସ୍ତ ହୋଇପାରେ?

Rashmita Sahoo Dec 25, 2024, 20:18 PM IST
1/7

ଘିଅ ଓ ମହୁ- ଘିଅ ଓ ମହୁ କେବେ ବି ଏକାଠି ଖାଇବା ଉଚିତ ନୁହେଁ। ଆୟୁର୍ବେଦରେ ଏହାକୁ ବିଷ ଭଳି ବିବେଚନା କରାଯାଏ । ଏହାକୁ ଖାଇବା ପରେ ହାନିକାରକ ତତ୍ତ୍ୱ ଉତ୍ପନ୍ନ ହୋଇଥାଏ ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ।

Also Read: Top 8 Hanuman Temple: ରାଜ୍ୟର ପ୍ରସିଦ୍ଧ ସୁନ୍ଦର ହନୁମାନ ମନ୍ଦିର, ପ୍ରଭୁଙ୍କ ଦର୍ଶନ କଲେ ପୂର୍ଣ୍ଣ ହୁଏ ସବୁ ଇଚ୍ଛା

Also Read: Archana Nag: ଭାଇରାଲ ହେଲା ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍ ଙ୍କ ଏହି ସବୁ ଫଟୋ

2/7

ମାଛ ଓ ଘିଅ – ଯଦି ଆପଣ ମାଛ ସହିତ ଘିଅ ଖାଆନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଆୟୁର୍ବେଦ ଅନୁଯାୟୀ ଘିଅ ଓ ମାଛ ଏକାସାଙ୍ଗରେ ଖାଇବା ଦ୍ୱାରା ପାଚନ କ୍ରିୟା ଖରାପ ହୋଇଥାଏ। ଏହାଦ୍ୱାରା ଶରୀରରେ ଅନେକ ପ୍ରକାରର ରୋଗ ହୋଇପାରେ ।

3/7

ମୂଳା ଓ ଘିଅ- ମୂଳା ସହିତ ଘିଅ ଖାଇଲେ ପେଟ ଫୁଲିବା, ବଦହଜମ, ଅସ୍ଥିରତା ଏବଂ ପାଚନ କ୍ରିୟା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖାଦେଇଥାଏ।

4/7

ଦହି ଓ ଘିଅ- ମିଶାଇ ପିଇବା ଦ୍ୱାରା ଶରୀରରେ ଅନେକ ପ୍ରକାରର କ୍ଷତି ହୋଇଥାଏ। ପାଚନକ୍ରିୟା ଖରାପ ହୋଇପାରେ ଏବଂ ଖାଦ୍ୟ ହଜମ କରିବା କଷ୍ଟକର ହୋଇପାରେ ।

 

5/7

ଫଳ ଓ ଘିଅ – ଯଦି ଆପଣ ଫଳ ଓ ଘିଅକୁ ଏକାଠି ଖାଆନ୍ତି ତେବେ ଏହା ପୋଷକ ତତ୍ତ୍ୱଶୋଷଣ କରିବାରେ ଅସୁବିଧା ସୃଷ୍ଟି କରିପାରେ । ଏଥିସହ ପାଚନ କ୍ରିୟା ସହ ଜଡିତ ଅନେକ ସମସ୍ୟା ଦେଖାଦେଇପାରେ ।

6/7

ଗରମ ପାଣି ଓ ଘିଅ- ଘିଅ ଖାଇବା ପରେ ତୁରନ୍ତ ଗରମ ପାଣି ପିଇଲେ ଏହା ଆପଣଙ୍କ ପାଚନ କ୍ରିୟାକୁ ଖରାପ କରିଥାଏ। ଏଥିସହ ପେଟ ଜନିତ ଅନେକ ସମସ୍ୟା ଦେଖାଦେଇପାରେ।

7/7

ମସଲାଯୁକ୍ତ ଖାଦ୍ୟ ଓ ଘିଅ – ଯଦି ଆପଣ ମସଲାଯୁକ୍ତ ଖାଦ୍ୟ ନିଜ ସହ ଖାଆନ୍ତି ତେବେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଏହା ଦ୍ୱାରା ଏସିଡିଟି ଓ ପାଚନ ଅସନ୍ତୁଳନ ଦେଖାଦେଇଥାଏ ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ଖାଦ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link