Gajakesari Yoga 2024: ଏହିସବୁ ରାଶିଙ୍କୁ ମାଲାମାଲ୍ କରିବ ଗଜକେଶରୀ ଯୋଗ, ମିଳିବ ସମସ୍ତ କ୍ଷେତ୍ରରେ ସଫଳତା ସହ...
Chandra Guru Yuti 2024 positive effects: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଡିସେମ୍ବର ୧୩ ତାରିଖ ଅପରାହ୍ନ ୧ଟା ୧୯ ମିନିଟ୍ ସମୟରେ ଚନ୍ଦ୍ର ତୁଳା ରାଶିରୁ ବାହାରି ବୃଷ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ପୂର୍ବରୁ ଦେବଗୁରୁ ବୃହସ୍ପତି ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଚନ୍ଦ୍ର-ବୃହସ୍ପତିଙ୍କ ଶୁଭ ମିଳନ ଗଜକେଶରୀ ଯୋଗ ସୃଷ୍ଚି କରୁଛି। ଗଜକେଶରୀ ରାଜଯୋଗର ଶୁଭ ପ୍ରଭାବ କେତେକ ରାଶି ପାଇଁ ବରଦାନ ପାଲଟିବ। ସେମାନଙ୍କ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବା ସହ କ୍ୟାରିୟରରେ ଅଭୂତ ପୂର୍ବ ସଫଳତା ହାସଲ କରିବେ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି।
ବୃଷ: ଗଜକେଶରୀ ରାଜଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ଦିର୍ଘ ଦିନ ଧରି ଜୀବନରେ ଚାଲିଥିବା ସମସ୍ୟାର ଅନ୍ତ ଘଟିବ। ବ୍ୟବସାୟରେ ଅଗ୍ରଗତି ହେବା ସହ ବାଣିଜ୍ୟ-ବ୍ୟବସାୟରେ ଚାଲିଥିବା ମାନ୍ଦାବସ୍ଥା ଦୂର ହେବ। ଏହି ଅବଧି ମଧ୍ୟରେ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବା ସହିତ କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। ସେୟାର ମାର୍କେଟ୍ କିମ୍ବା ପୁରୁଣା ବିନିଯୋଗରୁ ପ୍ରଚୁର ଲାଭ ପାଇବେ। ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବ। ଜମିଜମା ବିବାଦରୁ ବିଜୟ ଲାଭ କରିବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖାଦେବ। ଅବିବାହିତଙ୍କ ପାଇଁ ଘରକୁ ବିବାହର ପ୍ରସ୍ତାବ ଆସିବ।
ALSO READ: Gold Rate Today: ନୂଆ ସୁନା ଦର ଜାରି, ୬୦ ହଜାର ତଳେ ଭରି ପିଛା ମୂଲ୍ୟ
କନ୍ୟା: ଗଜକେଶରୀ ରାଜଯୋଗ ଏ-ହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। କ୍ୟାରିୟରକୁ ନେଇ କୌଣସି ପ୍ରକାର ବଡ଼ ଖବର ମିଳିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି,ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ଏ-ହି ଅବଧି ମଧ୍ୟରେ ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବେପାର-ବାଣିଜ୍ୟରୁ ଭଲ ଦ୍ବି-ପଇସା ଲାଭ ପାଇବେ। ପରିବାର ସହିତ ଦୂରସ୍ଥାନକୁ ଯାତ୍ରା କରିବେ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍-ରେ ଯିବେ। ବୈବାହିତ ଜୀବନ ସୁଖମୟ ହେବ।
ବିଛା: ଚନ୍ଦ୍ର ଓ ବୃହସ୍ପତିଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। ଆୟ-ବ୍ୟୟ ସମାନ ରହିବ। ବାଣିଜ୍ୟ- ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଅଟକି ଥିବା ଟଙ୍କା ମିଳିବ। ପ୍ରେମ ସମ୍ପର୍କ ଅଧିକ ମଜବୁତ୍ ହେବା ସହ ସାଥୀଙ୍କ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ଯାହା ଆର୍ଥିକ ସ୍ଥିତିରେ ସୁଧାର ଆଣିବ। କିଛି ବଡ କାର୍ଯ୍ୟ କରିପାରନ୍ତି। ନୂଆ ଘର କିମ୍ବା ଘର କିଣିବାର ସ୍ବପ୍ନ ସାକାର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ସ୍ବାସ୍ଥ୍ୟ ଭଲ ରହିବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)