Gajakeshari Yog: ୧୮ ନଭେମ୍ବରରୁ ବୃଷ ରାଶିରେ ଚନ୍ଦ୍ର ଓ ବୃହସ୍ପତିଙ୍କ ସଂଯୋଗ, ୫ରାଶିଙ୍କ ଫିଟିବ ଭାଗ୍ୟ!
Gajakeshari Yog: ନଭେମ୍ବର ମାସର ଏହି ସପ୍ତାହରେ ଗଜକେଶରୀ ଯୋଗ ଘଟିବାକୁ ଯାଉଛି । ଚଳିତ ସପ୍ତାହରେ ବୃଷ ରାଶିରେ ଚନ୍ଦ୍ର ଓ ବୃହସ୍ପତିଙ୍କ ମିଶ୍ରଣ ହେତୁ ଗଜକେଶରୀ ଯୋଗ ସୃଷ୍ଟି ହେବ। ଗଜକେଶରୀ ଯୋଗର ଶୁଭ ପ୍ରଭାବ ସହିତ ପ୍ରେମ ଓ ଆର୍ଥିକ ଦୃଷ୍ଟିରୁ କର୍କଟ ଓ ତୁଳା ରାଶି ସମେତ ୫ଟି ରାଶି ପାଇଁ ଏହି ସପ୍ତାହ ସବୁଠାରୁ ଆକର୍ଷଣୀୟ ରହିବ। ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନରେ ରୋମାନ୍ସର ବାତାବରଣ ରହିବ ଏବଂ ଏହା ସହିତ ପ୍ରେମୀ ଯୁଗଳଙ୍କ ମଧ୍ୟରେ ପାରସ୍ପରିକ ସମନ୍ୱୟ ବୃଦ୍ଧି ପାଇବ । ଆସନ୍ତୁ ଜାଣିବା ୧୮ ନଭେମ୍ବରରୁ କେଉଁ ରାଶି ପାଇଁ ବେଶ୍ ଫଳପ୍ରଦ ହେବାକୁ ଯାଉଛି।
ବୃଷ ରାଶି ପାଇଁ ପ୍ରେମ ସହ ଆର୍ଥିକ କ୍ଷେତ୍ରରେ ଏହି ସପ୍ତାହ ମିଶ୍ରିତ ରହିବାକୁ ଯାଉଛି । ବୃଷ ରାଶିର ବ୍ୟକ୍ତିଙ୍କୁ ଏହି ସପ୍ତାହରେ ପ୍ରେମ ସମ୍ପର୍କରେ ଉତ୍ଥାନ-ପତନର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରେମ ସମ୍ପର୍କରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ, ନଚେତ୍ କ୍ଷତି ସହିପାରନ୍ତି। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ସପ୍ତାହ ଶେଷ ପର୍ଯ୍ୟନ୍ତ ଅନାବଶ୍ୟକ ବିତର୍କଠାରୁ ଦୂରେଇ ରୁହନ୍ତୁ। ଏହି ସପ୍ତାହ ଶେଷରେ ଆପଣଙ୍କୁ ଏକ ବଡ଼ ଖର୍ଚ୍ଚର ସମ୍ମୁଖୀନ ହେବାକୁ ପଡ଼ିପାରେ ଯାହା ଫଳରେ ନିଜର ସେଭିଂସ୍ ଉପରେ ଏହାପ୍ରଭାବ ପକାଇବ।
Also Read: Weekly Financial Horoscope: ସୁଧୁରିବ ନା ବିଗିଡ଼ିବ ଆର୍ଥିକ ସ୍ଥିତି, ଜାଣନ୍ତୁ ସାପ୍ତାହିକ ରାଶିଫଳ
କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ, ଆର୍ଥିକ ଓ ବ୍ୟବସାୟ ଦୃଷ୍ଟିରୁ ଏହି ସପ୍ତାହ ମିଶ୍ରିତ ରହିବାକୁ ଯାଉଛି। ସପ୍ତାହ ପ୍ରାରମ୍ଭରେ ଆପଣ ନିଜ ପ୍ରେମ ଜୀବନ ଓ ଆର୍ଥିକ ଜୀବନକୁ ନେଇ ଟିକେ ଦ୍ୱନ୍ଦ୍ୱରେ ରହିପାରନ୍ତି ଏବଂ କିଛି ନିଷ୍ପତ୍ତି ନେବାରେ ଅସୁବିଧା ହୋଇପାରେ । ନୂଆ କିଛି ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଶାନ୍ତ ରୁହନ୍ତୁ ଏବଂ ପାର୍ଟନରଙ୍କୁ ବି କିଛି ସ୍ୱାଧୀନତା ମଧ୍ୟ ଦିଅନ୍ତୁ । ସପ୍ତାହର ଦ୍ୱିତୀୟାର୍ଦ୍ଧରେ ଚାକିରି ଦୃଷ୍ଟିରୁ ସମୟ ଆପଣଙ୍କ ପାଇଁ ଅନୁକୂଳ ରହିବ।
ତୁଳା ରାଶିର ଲୋକଙ୍କ ପାଇଁ ଏହି ସପ୍ତାହ ପ୍ରେମ ଓ ଆର୍ଥିକ କ୍ଷେତ୍ରରେ ବେଶ୍ ଖୁସି ଆଣିବ। ଆପଣଙ୍କ ସମ୍ପର୍କ ସୁଦୃଢ଼ ହେବ ଏବଂ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ । ଚାକିରି କ୍ଷେତ୍ରରେ କୌଣସି ପ୍ରକାର ଭୁଲ ବୁଝାମଣାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବା ଭଲ ହେବ। ଏହା ଦ୍ୱାରା ଆପଣଙ୍କୁ ଭଲ ଫଳ ମିଳିବ । ପ୍ରେମ ଦୃଷ୍ଟିରୁ ଏହି ସପ୍ତାହ ଟିକିଏ ଗମ୍ଭୀର ହେବାକୁ ଯାଉଛି। ଧୈର୍ଯ୍ୟ ଓ ସତର୍କତାର ସହ ଆଗକୁ ବଢନ୍ତୁ ଏବଂ ସବୁ କିଛି ଠିକ୍ ହୋଇଯିବ ।
ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସପ୍ତାହ ଆର୍ଥିକ କ୍ଷେତ୍ରରେ ବେଶ୍ ଉନ୍ନତି କରିବେ । ସନ୍ତୁଳନ ରଖିଲେ ଶୁଭ ଫଳ ପ୍ରାପ୍ତି ହେବା ସହ ପ୍ରେମ ଜୀବନରେ ଖୁସି ରହିବେ। ଆପଣଙ୍କ ସମ୍ପର୍କରେ ମଧୁରତା ଆଣିବା ପାଇଁ ଆପଣଙ୍କୁ ଅନେକ ସୁଯୋଗ ମିଳିବ । ବ୍ୟବସାୟରେ ଭାବିଚିନ୍ତି ନିବେଶ କରନ୍ତୁ। ପୁରୁଣା ନିବେଶରେ କିଛି ଭଲ ଫଳ ମିଳିପାରେ।
ମୀନ ରାଶିର ବ୍ୟକ୍ତିଙ୍କ ପାଇଁ ପ୍ରେମ ଓ ଆର୍ଥିକ ଦୃଷ୍ଟିରୁ ଏହି ସପ୍ତାହ ଅତ୍ୟନ୍ତ ଶୁଭ ରହିବ। ଆପଣଙ୍କ ପ୍ରେମ ଜୀବନ ଖୁସିରେ ଭରି ରହିବ। ସପ୍ତାହ ଆରମ୍ଭରେ ଜୀବନସାଥୀଙ୍କ ସହ କୌଣସି ସ୍ଥାନକୁ ଯିବାର ଯୋଜନା କରିପାରନ୍ତି ଏବଂ ଆପଣ ବହୁତ ଖୁସି ହେବେ । ଜୀବନସାଥୀଙ୍କ ସହ କୌଣସି ସ୍ଥାନରେ ବୁଲିବା ମୁଡ୍ କରିପାରନ୍ତି। ସପ୍ତାହର ଦ୍ୱିତୀୟାର୍ଦ୍ଧରେ ଆପଣଙ୍କୁ ବିଭିନ୍ନ ଉତ୍ସରୁ ଟଙ୍କା ପ୍ରାପ୍ତ ହେବ। ଯଦି କିଏ ଋଣ ନେଇଥିବେ ସେମାନେ ଆପଣଙ୍କୁ ଫେରସ୍ତ କରିବେ।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)