Guru Nakshatra Transit 2024: ଜୁଲାଇ ୩୧ରୁ ଏହିସବୁ ରାଶିଙ୍କର ଆରମ୍ଭ ହେଉଛି ଶୁଭଦିନ, ହେବ ଧନବର୍ଷା!

Guru Nakshatra Transit 2024: ଦେବଗୁରୁ ବୃହସ୍ପତିଙ୍କୁ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଜ୍ଞାନ,ସନ୍ତାନ, ଧନ, ଦାନ, ପୂଣ୍ୟ ଓ ବୃଦ୍ଧିର କାରକ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବୃହସ୍ପତି ବର୍ତ୍ତମାନ ବୃଷ ରାଶିରେ ବିରାଜମାନ ଅଛନ୍ତି। ଜୁଲାଇ ୩୧ ରେ ରୋହିଣୀ ନକ୍ଷେତ୍ରକୁ ଚଳନ କରିବେ ଦେବଗୁରୁ ବୃହସ୍ପତି। ୧୯ ଅଗଷ୍ଟ ପର୍ଯ୍ୟନ୍ତ ରୋହିଣୀ ନକ୍ଷେତ୍ରରେ ଅବସ୍ଥାନ କରିବେ। ଦେବଗୁରୁ ବୃହସ୍ପତିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନବାନ୍ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

Narmada Behera Thu, 25 Jul 2024-10:14 am,
1/5

ମେଷ:  ଦେବଗୁରୁ ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଶୁଭଫଳ ପ୍ରଦାନ କରିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ପୂର୍ବଅପେକ୍ଷା ମଜବୁତ୍ ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀଙ୍କ ଆୟ ବଢିବ। ଚାକିରିରେ ପଦୋନ୍ନତି ମଳିବା ସହ ଦରମା ବୃଦ୍ଧି ହେବ। 

ALSO READ: Gajkesari Yog 2024: ଶ୍ରାବଣ ଦ୍ବିତୀୟ ସୋମବାରରେ ଗଜକେଶରୀ ଯୋଗ, ଏହି ରାଶିଙ୍କୁ ଧନବାନ୍ କରାଇବେ ମହାଦେବ!

2/5

ବୃଷ: ଏହି ରାଶିରେ ବୃହସ୍ପତି ଏବେ ବିରାଜମାନ ଅଛନ୍ତି। ବୃଷରେ ସୁଖର କାରକ ବୃହସ୍ପତିଙ୍କ ସ୍ଥିତି ଏହି ରାଶିକୁ ଧନବାନ୍ କରାଇବ। ଘରେ କୌଣସି ଶୁଭ କିମ୍ବା ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ଦିର୍ଘ ଦିନର ଆଶା ପୂରଣ ହେବ। ସନ୍ତାନ ମାନଙ୍କ ଠାରୁ କୌଣସି ଖୁସି ଖବର ପାଇପାରନ୍ତି। ଅବିବାହିତଙ୍କ ବିବାହର ଯୋଗ ଫିଟିବ। 

3/5

କର୍କଟ:  ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କୁ ବହୁତ୍ ଲାଭ ଦେବ। ବିଶେଷ କରି କ୍ୟାରିୟରେ ଅଗ୍ରଗତି କରିବେ। ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆୟ ବୃଦ୍ଧି ହେବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ।

 

4/5

ସିଂହ:  ଆସନ୍ତାମାସ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବହୁତ୍ ଖାସ୍ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବାର ସମ୍ଭାବନା ରହିଛି। ନୂଆ ନିଯୁକ୍ତି ଅଫର ମିଳିପାରେ। ଯଦି ଚାକିରି ବଦଳାଇବାକୁ ଚାହୁଁଛନ୍ତି । ତେବେ, ଚେଷ୍ଟା ଜାରି ରଖନ୍ତୁ ସଫଳତା ମିଳିବ। କିନ୍ତୁ ଦୂରଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବା ଉଚିତ୍।

 

5/5

କନ୍ୟା : ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ ଲାଭଦାୟୀ ରହିବ। ସମସ୍ତ କାର୍ଯ୍ୟକୁ ଧୌର୍ଯ୍ୟର ସହକାରେ କଲେ ଶୁଭଫଳ ପାଇବେ। ତରବରିଆ ଭାବେ ନିସ୍ପତି ନିଅନ୍ତୁ ନାହିଁ। ନଚେତ୍ ଅସୁବିଧାରେ ପଡିବେ। ବେକାରିମାନେ ଚାକିରି ପାଇବେ। ଆମଦାନୀ-ରପ୍ତାନୀ କ୍ଷେତ୍ରରେ ବ୍ୟବସାୟ କରୁଥିବା ଲୋକେ ବ୍ୟବସାୟରେ ଭଲ ଲାଭ ପାଇବେ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link