Janmashtami 2024: ଜନ୍ମାଷ୍ଟମୀରେ ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

Janmashtami 2024: ଚଳିତ ବର୍ଷ ଅଗଷ୍ଟ ୨୬ରେ ପାଳନ କରାଯିବ ଜନ୍ମାଷ୍ଟମୀ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ଜନ୍ମାଷ୍ଟମୀକୁ ଦିନ ଅଧିକାଂଶ ଲୋକେ ବ୍ରତ ରଖିବା ସହିତ ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ପାଳନ କରାଯାଏ। ଚଳିତ ଥର ପୂଜାର ଶୁଭ ମୁହୂର୍ତ୍ତ ୨୫ ତାରିଖ ସନ୍ଧ୍ୟା ୬ଟା ୯ ମିନିଟ୍ ସମୟରୁ ଆରମ୍ଭ ହୋଇ ୨୬ ତାରିଖ ସକାଳ ୪ଟା ୪୯ ମିନିଟ୍ ରେ ଶେଷ ହେବ। ବିଶେଷକରି, ଏହି ଦିନ ରୋହିଣୀ ନକ୍ଷେତ୍ରରେ ସର୍ବାର୍ଥ ସିଦ୍ଧି ଯୋଗ ପଡୁଥିବାରୁ ଅତ୍ୟନ୍ତ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଏ-ହି ଦୁର୍ଲଭ ସଂଯୋଗ କିଛି ରାଶିଚକ୍ରରେ ଥିବା କିଛି ରାଶିଙ୍କ ଉପରେ ବଡ଼ ପ୍ରଭାବ ପକାଇବ। ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ....

Narmada Behera Tue, 13 Aug 2024-12:35 pm,
1/5

ମେଷ: ଜନ୍ମାଷ୍ଟମୀରେ ପଡୁଥିବା ଦୁର୍ଲଭ ସଂଯୋଗ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷ କରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ। ପରୋପକାରରେ କାର୍ଯ୍ୟରେ ସମୟ ବିତିବ। ବେକାରିମାନ ଭଲ ନିଯୁକ୍ତି ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବା ସହ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଭଗବାନ୍ ଶ୍ରୀକୃଷ୍ଣଙ୍କ କୃପାରୁ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଗଢି ଉଠିବ। 

ALSO READ: Mercury Transit 2024: ଅଗଷ୍ଟ ୨୨ରେ ବୁଧଙ୍କ ଚଳନ, ଏହିସବୁ ରାଶିଙ୍କର ବଢିବ ଆୟ ସହ ମିଳିବ...

ALSO READ: Raksha Bandhan 2024: ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ୨ଟି ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ଚମକିବ କନ୍ୟା ସହ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ପଦୋନ୍ନତି ସହ...

2/5

ବୃଷ: ଜନ୍ମାଷ୍ଟମୀ ଠାରୁ ଏହି ରାଶିଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ବିଶେଷ କରି କର୍ମକ୍ଷେତ୍ରରେ କୌଣସି ପ୍ରକାର ଖୁସି ଖବର ପାଇ ପାରନ୍ତି। ଏହି ଅବଧି ମଧ୍ୟରେ ନୂତନ ଗାଡି଼ କିମ୍ବା ଜମି କ୍ରୟ କରିପାରନ୍ତି। ପ୍ରେମୀ ମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ନିଜ ସାଥୀଙ୍କ ଏହ ଭଲ ସମୟ ଅତିବାହିକ କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପାରିବାରିକ ଜୀବନ ସୁଖମୟ ହେବ।  

3/5

ତୁଳା: ଜନ୍ମଷ୍ଟମୀରେ ସୃଷ୍ଟି ହେଉଥିବା ଦୁର୍ଲଭ ସଂଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ଚମକାଇବ।  ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସରକାରୀ ଯୋଜନାରୁ ଲାଭ ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। ଭଲ ପାଉଥିବା ସାଥୀଙ୍କ ସହ ପ୍ରେମ ବିବାହ ହେବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ତେଣୁ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। 

 

4/5

ସିଂହ:  ଜନ୍ମଷ୍ଟମୀରୁ ବଦଳିବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ବଢିବ। ପୂଜା ପାଠରେ ସମୟ ଅତିବାହିତ କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ସଫଳତା ପାଇବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାସ୍ଥ୍ୟ ଭଲ ରହିବା । ଏହି ଅବଧି ମଧ୍ୟରେ କୌଣସି ନୂତନ ଜମି କ୍ରୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି। 

5/5

କନ୍ୟା: ଜନ୍ମାଷ୍ଟମୀରେ ପଡୁଥିବା ଏହି ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ ଫଳଦାୟୀ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟରେ ଅଗ୍ରଗତି କରିବା ସହ ଅଧିକ ଲାଭ ପାଇବେ। ଆୟର ନୂତନ ଉତ୍ସ ସୃଷ୍ଟି ହେବ। ବିବାହିତ ଲୋକେ ପରିବାର ଠାରୁ ପ୍ରତ୍ୟକ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link