Job And Business Horoscope: ନଭେମ୍ବର ୨୧ରେ ଫିଟିବ ୫ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର!

Job And Business Horoscope: ଆଜି ନଭେମ୍ବର ୨୧ ଗୁରୁବାର। ସର୍ବାର୍ଥ ସିଦ୍ଧି ଓ ଅମୃତ ସିଦ୍ଧି ଯୋଗର ଶୁଭ ପ୍ରଭାବ ଓ ଭଗବାନ୍ ବିଷ୍ଣୁଙ୍କ କୃପାରୁ ମେଷ, କର୍କଟ ସହିତ ୫ ରାଶିଙ୍କ ଲୋକଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବ୍ୟବସାୟୀଙ୍କର କାରବାରର ଭଲ ହେବା ସହିତ ଚାକିରିଆମାନେ କର୍ମକ୍ଷେତ୍ରରୁ କୌଣସି ଶୁଭ ଖବର ପାଇବେ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ଆଜି ୧୨ଟି ରାଶିଙ୍କର କିଭଳି ରହିବ ଦିନ?

Narmada Behera Nov 21, 2024, 11:33 AM IST
1/12

ମେଷ: କ୍ୟାରିୟର ଦୃଷ୍ଟିକୋଣରୁ ଦିନଟି ଶୁଭ ରହିବ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟବସାୟୀମାନଙ୍କର ବାଣିଜ୍ୟ-ବେପାରରେ ଭଲ ଦ୍ବି ପଇସା ଅଧିକ ଲାଭ ହେବ। ଆୟ-ବ୍ୟୟ ପ୍ରାୟ ସମାନ ରହିବ। ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।  ସ୍ୱାସ୍ଥ୍ୟ ଭଲ ରହିବ । ସଂନ୍ଧ୍ୟା ସମୟରେ ସାଥୀଙ୍କ ସହିତ ସପିଂ ରେ ଯାଇପାରନ୍ତି। 

ALSO READ: Horoscope 2025: ନୂଆବର୍ଷ ପୂର୍ବରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବେକାରିଙ୍କୁ ମିଳିବ ଚାକିରି ସହ ବ୍ୟବସାୟୀଙ୍କର...

ALSO READ: Rani Panda: ପ୍ରଥମ ପ୍ରେମିକ ବିକ୍ରମକୁ ଭୁଲି ଏବେ ଏହି ଯୁବକଙ୍କୁ ଡେଟ୍ କରୁଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ତା! ଭିଡିଓ ଭାଇରାଲ୍

2/12

ବୃଷ:  ଆଜି କ୍ୟାରିୟର ବିଷୟରେ ଚିନ୍ତିତ ରହିବେ। ବେକାରିମାନେ କୌଣସି ସଂସ୍ଥାରୁ ଅଫର ଲେଟର ପାଇଲେ ମଧ୍ୟ  ଚାକିରିକୁ ନେଇ ଖୁସି ରହିବେ ନାହିଁ। କୌଣସି କାରଣକୁ ନେଇ ମନ ଅସ୍ଥିର ରହିବ । କୌଣସି ପ୍ରକାର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବ୍ୟବହାରକୁ ନେଇ ମନ ଦୁଃଖ ହୋଇପାରେ । ପାରିବାରରେ ହସ-ଖୁସିର ମାହୋଲ୍ ଲାଗି ରହିବ। ମୁଣ୍ଡବିନ୍ଧା ସମସ୍ୟା କଷ୍ଟ ଦେଇପାରେ । 

3/12

ମିଥୁନ: ଆଜିର ଦିନଟି ଆପଣଙ୍କୁ ସତର୍କତାର ସହ ଚଳିବାକୁ ପଡିବ। କର୍ମକ୍ଷେତ୍ରରେ ଷଡଯନ୍ତ୍ରର ଶୀକାର ହୋଇପାରନ୍ତି।  ବରିଷ୍ଠ ଅଧିକାରୀଙ୍କ ସହିତ ଯୁକ୍ତିତର୍କ ହୋଇପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ନଚେତ୍ ଆପଣ ଏକ ବିବାଦ ପଡ଼ିପାରନ୍ତି । ବ୍ୟବସାୟୀମାନେ ଆର୍ଥିକ ଦେଣନେଣ କରନ୍ତୁ ନାହିଁ। ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ଚିନ୍ତା ଲାଗି ରହିବ। ଘରେ ଅଶାନ୍ତିର ବାତାବରଣ ଦେଖାଦେଇପାରେ। 

 

4/12

କର୍କଟ: ବ୍ୟବସାୟିକ ଦୃଷ୍ଟି କୋଣରୁ ଦିନଟି ଅନୁକୂଳ ରହିବ।  ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି। ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଚିନ୍ତା ବଢିବ। ଘରକୁ ଅତିଥିଙ୍କ ଆଗମନ ହେବ।   ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର ହେବ।  ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ।  

5/12

ସିଂହ:  ଆଜି ବ୍ୟବସାୟରେ ଭଲ ଲାଭ ହେବ । ବାକି ପଡିଥିବା ଟଙ୍କା ପାଇବେ। ବ୍ୟବସାୟୀମାନେ କୌଣସି କାମ ପାଇଁ ଦୂରଯାତ୍ରା କରିପାରନ୍ତି।  କର୍ମକ୍ଷେତ୍ରର ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବାକୁ ସହକର୍ମୀମାନେ ଇର୍ସାପରାୟଣ ଭାବ ଦେଖାଇବେ। ଯାହାକୁ ନେଇ ଦୁଃଖ ଅନୁଭବ କରିବେ। ଆୟ ଠାରୁ ବ୍ୟୟ ଅଧିକ ରହିବ।  

 

6/12

କନ୍ୟା:  ଆଜି କର୍ମକ୍ଷେତ୍ରରେ କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହୋପାରନ୍ତି । କାର୍ଯ୍ୟ ବିଳମ୍ବ ନେଇ ବରିଷ୍ଠ ଅଧିକାରୀଙ୍କ ଠାରୁ କିଛି କଥା ଶୁଣିପାରନ୍ତି। ଯାହାକୁ ନେଇ ଚିନ୍ତାରେ ରହିବ। ବ୍ୟବସାୟୀମାନେ ବାଣିଜ୍ୟ ବ୍ୟବସାୟରେ ଆଶାନୁରୁପକ ଲାଭ ହେବ ନାହିଁ।  ଅଯାଥ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡିବା ସକାଶେ ଅନ୍ୟର ସାହାଯ୍ୟ ପ୍ରାର୍ଥୀ ହେବାକୁ ପଡ଼ିବ । ସନ୍ତାନଙ୍କ ମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ରହିବେ। 

7/12

ତୁଳା: ପରିବାରରେ ଲାଗି ରହିଥିବା ଅଶାନ୍ତିର ପ୍ରଭାବ କର୍ମକ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିବ। କାର୍ଯ୍ୟଭାର ବୃଦ୍ଧି ଯୋଗୁଁ ଚିଡ଼ଚିଡା ହେବ। ସାଧାରଣ କଥାକୁ କେନ୍ଦ୍ର କରି ବିଜନେସ୍ ପାର୍ଟନରଙ୍କ ସହ ବିବାଦ ହୋଇପାରେ।  ପ୍ରଶାସନିକ ସ୍ତରରେ କାର୍ଯ୍ୟକରୁଥିବା ଲୋକଙ୍କର ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ।

 

8/12

ବିଛା: ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।  କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରି ନିଜେ ଚର୍ଚ୍ଚାର ପରିସରକୁ ଆସିପାରନ୍ତି । ମନକଥା ମନରେ ରଖି ବାହାରକୁ ଠିକ୍‌ ଭାବେ କାମ କରିବାର ଅଭିନୟ କରିପାରନ୍ତି ।ପରିବାରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତି ବଢ଼ିବ । ବ୍ୟବସାୟୀମାନଙ୍କ ପାଇଁ ଦିନଟି ଶୁଭଲାଭରେ ପରିପୂର୍ଣ୍ଣ ହେବ।

 

9/12

ଧନୁ: କଳା, ସାହିତ୍ୟ , ମନୋରଂଜନ ଓ ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଅନୁକୂଳ ରହିବ। କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। ରିୟଲି-ଇ-ଷ୍ଟଟ୍ କ୍ଷେତ୍ରରେ ଜଡିତ ଥିବା ଲୋକେ ବଡ଼ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଘରେ ସୁଖ ଶାନ୍ତିର ମାହୋଲ୍ ଦେଖିବାକୁ ମିଳିବ। ପତି-ପତ୍ନୀଙ୍କ ମଧ୍ୟରେ ପ୍ରେମ ବଢିବ। 

 

10/12

ମକର: ବିଦେଶରେ ବାଣିଜ୍ୟ ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ପାର୍ଟନରସିପ୍-ରେ ଚାଲୁଥିବା ବ୍ୟବସାୟରୁ ଆଶାଜନକ ଲାଭ ପାଇବେ। କୌଣସି ବଡ଼ ଡିଲ୍ ଆଜି ଫାଇନାଲ୍ ହବେ। ସନ୍ଧ୍ୟା ସମୟରେ ଦେବ ଦର୍ଶନର ଯୋଗ ରହିଛି। ବନ୍ଧୁ ବାନ୍ଧବଙ୍କ ସହ ଲାଗି ରହିଥିବା ବିବାଦ ଦୂର ହେବ।

 

11/12

କୁମ୍ଭ: ବ୍ୟବସାୟରେ ପ୍ରଚୁର ଲାଭ ମିଳିବ । ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଅଫିସ୍ ଟୁର୍- କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିବ।  କୌଣସି କାର୍ଯ୍ୟକୁ ଶେଷ କରିବା ପାଇଁ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ ।  ଘର ସଦସ୍ୟଙ୍କର ସ୍ବାସ୍ଥ୍ୟବସ୍ଥାକୁ ନେଇ ଚିନ୍ତାରେ ରହିବେ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ରହିବ। 

 

12/12

ମୀନ:  କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଚାକିରିରେ ପଦୋନ୍ନତି ହେବାର ସମ୍ଭାବନା ଅଛି । ଆୟ ବୃଦ୍ଧି ପାଇବ। ବ୍ୟବସାୟୀମାନେ ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ବାଣିଜ୍ୟ ବ୍ୟବସାୟ ଭଲ ହେବ।  ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ,  ଅସାବଧାନ୍ ହୋଇ ଗାଡି଼ ଚାଳନା କରନ୍ତୁ ନାହିଁ। ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଆବଶ୍ୟକ । 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link