Shukra Shani Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ପ୍ରେମ, ସୁଖ ସମ୍ପର୍କ , ସୌନ୍ଦର୍ଯ୍ୟ ଓ ଆନନ୍ଦର କାରକ ଶୁକ୍ର ଡିସେମ୍ବର ୨୮ ତାରିଖ ରାତି ୧୧ଟା ୪୮ ମିନିଟ୍ ସମୟରେ ଚଳନ କରିବେ। ଗୋଟିଏ ରାଶିରେ ଶୁକ୍ର-ଶନିଙ୍କ ଶୁଭ ମିଳନ ଦୁର୍ଲଭ ସଂଯୋଗ ବା ଶୁକ୍ର ଶନି ୟୁତି ଯୋଗ ସୃଷ୍ଟି କରୁଛି। ଏ-ହି ଦୁର୍ଲଭ ସଂଯୋଗ ନୂଆ ବର୍ଷ ପୂର୍ବରୁ କିଛି ରାଶିଙ୍କ ପାଇ ବରଦାନ ପାଲଟିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...
ବୃଷ: ଶନି ଓ ଶୁକ୍ରଙ୍କ ଅପୂର୍ବ ମିଳିବ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବିଶେଷକରି, କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ପଦୋନ୍ନତି ସହ ଦରମା ବଢିବ। ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ଯେଉଁମାନେ ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ସମୟ ଅନୂକୁଳ ରହିବ ,ନୂଆ ବର୍ଷ ପରେ ବ୍ୟବସାୟ ଆରମ୍ଭ କଲେ ଲାଭ ଭଲ ହେବ। ଘରେ କୌଣସି ପ୍ରକାର ଶୁଭ କାର୍ଯ୍ୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ।
ALSO READ: ୨୦୨୮ ପର୍ଯ୍ୟନ୍ତ ୫ ରାଶି ଉପରେ ରହିବ ଶନିଙ୍କ ଶୁଭଦୃଷ୍ଟି! ଚାକିରିରେ ମିଳିବ ପଦୋନ୍ନତି ସହ ବଢିବ ବ୍ୟାଙ୍କ୍ ବାଲାନ୍ସ!
ମକର: ଶନି ଓ ଶୁକ୍ରଙ୍କ ଶୁଭ ମିଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆୟ ବୃଦ୍ଧି ହେବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। ଆର୍ଥିକ ସ୍ଥିତି ପୂର୍ବ-ଅପେକ୍ଷା ବଦଳିବ। ବ୍ୟବସାୟୀମାନେ କୌଣସି ଏକ ଗୁରୁତ୍ବପୂର୍ଣ୍ଣ ଡିଲ୍ ଫାଇନାଲ୍ କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆଣିଥିବା ଋଣକୁ ସୁଝିବାରେ ସକ୍ଷମ ହେବେ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନିଜ ସନ୍ତାନମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ଜୀବନ ସାଥୀଙ୍କ ସହିତ ସମ୍ପର୍କ ଦୃଢ ହେବେ। ପରିବାର ସହଦୂର ଯାତ୍ରା କରିବେ। ସ୍ବାସ୍ଥ୍ୟ ଭଲ ରହିବ।
କୁମ୍ଭ: ନୂଆ ବର୍ଷ ଠାରୁ ଏହି ରାଶିଙ୍କ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ଏ-ହି ସମୟ ମଧ୍ୟରେ ଦିର୍ଘ ଦିନର ଆଶା ପୂରଣ ହେବେ। ନୂଆ ଗାଡି କିମ୍ବା ଜମି କିଣିବେ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ଲାଗି ସମୟ ଶୁଭ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି , ସେମାନେ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର କିମ୍ବା ଫୋନ୍ କଲ୍ ପାଇବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ବିଦେଶରେ ପାଠ ପଢିବା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ। ବାକି ପଡିଥିବା ଟଙ୍କା ମିଳିବ।
ସିଂହ: ଶୁକ୍ର ଓ ଶନିଙ୍କ ଶୁଭ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଯେଉଁମାନେ ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି। ସେମାନଙ୍କ ଯୋଜନା ସଫଳ ହେବ। ବିଦେଶରେ ବାଣିଜ୍ୟ-ବ୍ୟବସାୟ ବୃଦ୍ଧି କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କଠିନ ପରିଶ୍ରମର ଫଳ ପାଇବେ। ଯେଉଁମାନେ ସରକାରୀ ଚାକିରି ଅନୁସନ୍ଧାନରେ ଅଛନ୍ତି, ସେମାନଙ୍କ ଆଶା ପୂରଣ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ପ୍ରେମୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ।
ମୀନ: ଡିସେମ୍ବର ଶେଷ ସପ୍ତାହରୁ ବଦଳିବ ମୀନ ରାଶିର ଭାଗ୍ୟ। ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ସରକାରୀ ଚାକିରିଆମାନଙ୍କର ପଦୋନ୍ନତି ସହ ଟ୍ରାନ୍ସଫର ହେବ। ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ବାଣିଜ୍ୟ ବ୍ୟବସାୟରେ ଭଲ ଦ୍ବ-ପଇସା ଲାଭ ପାଇବେ। ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ଅଧିକ ରୋଜଗାର କରିବେ। ସେୟାର ମାର୍କେଟ୍ ଓ ଲଟେରିରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଜନିତ ସାମାନ୍ୟ ସମସ୍ୟା ଦେଖାଦେଇପାରେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़