Job And Business Horoscope: ନଭେମ୍ବର ୨୨ରେ ଫିଟିବ ୫ ରାଶିଙ୍କ ଭାଗ୍ୟ, କର୍ମକ୍ଷେତ୍ରରେ ମିଳିବ ପଦୋନ୍ନତିର ସହ...
Job And Business Horoscope: ଆଜି ନଭେମ୍ବର ୨୨ ଶୁକ୍ରବାର। ରବିଯୋଗର ଶୁଭ ସମକକ୍ଷ ସହ ମାଆ ଲକ୍ଷ୍ମୀଙ୍କ କୃପାରୁ ବିଛା ମକର ସହ ୫ ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି। କର୍ମକ୍ଷେତ୍ରରେ ଶୁଭଫଳ ପାଇବା ସହ ବାଣିଜ୍ୟ ବେପାରରେ ଲାଭ ବଢିବ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ। ତେବେ, ଆସନ୍ତୁ ଜାଣିବା କର୍ମକ୍ଷେତ୍ରରେ ୧୨ଟି ରାଶିଙ୍କ ପାଇଁ ଆଜି କିଭଳି ରହିବ ଦିନ?
ମେଷ: କ୍ୟାରିୟର ଦୃଷ୍ଟିକୋଣରୁ ଏହି ରାଶିଙ୍କ ପାଇଁ ଦିନଟି ଠିକ୍-ଠାକ୍ ରହିବ। ଆର୍ଥିକ ସ୍ଥିତି ଠିକ୍ ରହିବ। କର୍ମକ୍ଷେତ୍ରରେ ଭୁଲରେ ସ୍ଥଗିତ କାମ ପାଇଁ ବରିଷ୍ଠ ଅଧିକାରୀଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ । ଯାହାକୁ ନେଇ ମନ ଦୁଃଖ ରହିବ। ବ୍ୟବସାୟରେ ଉନ୍ନତି ହେବ କିନ୍ତୁ ପର୍ଯ୍ୟାପ୍ତ ପରିମାଣରେ ଲାଭ ମିଳିବ ନାହିଁ। ମନ ଅସ୍ଥିର ରହିବା କାରଣରୁ କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ସ୍ବାସ୍ଥ୍ୟବସ୍ଥା ଭଲ ରହିବ।
ବୃଷ: କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଅଟକି ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସମର୍ଥନ ପାଇବେ। ଟଙ୍କା ପଇସାକୁ ନେଇ ବିଜନେସ୍ ପାର୍ଟନରଙ୍କ ସହିତ ଅପ୍ରୀତିକର ପରିସ୍ଥିତି ଘଟିପାରେ। ଶିଳ୍ପ ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ଚାପ କ୍ରମଶଃ ବଢ଼ିପାରେ। ସ୍ବାସ୍ଥ୍ୟବସ୍ଥା ଏତେ ଭଲ ରହିବ ନାହିଁ।
ମିଥୁନ: ଆଜି କର୍ମକ୍ଷେତ୍ରରେ ନିଜ ଲକ୍ଷ ହାସଲ କରିବାରେ ସଫଳ ହେବେ। କର୍ମକ୍ଷେତ୍ରରେ ଅଧିକ କାପ ଯୋଗୁଁ ଚାପ ରହିବ। ମିଠା କଥା କହି ପରକୁ ଆପଣାର କରିପାରିବେ । ବ୍ୟବସାୟରେ ଟଙ୍କାର ଅଭାବ ଲାଗି ରହିଥିଲେ ମଧ୍ୟ ଧାର କରଜ କରି କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ମୁଣ୍ତବ୍ୟଥା ଓ ପେଟ ଜନିତ ସମସ୍ୟା ଦେଖାଦେଇପାରେ। ପରିବାରରେ ଖୁସିର ମାହୋଲ୍ ଦେଖିବାକୁ ମିଳିବ।
କର୍କଟ: କର୍ମକ୍ଷେତ୍ରରେ ପରିସ୍ଥିତିକୁ ଦେଖି ଚାହିଁ କାମ ନ କଲେ ଜଟିଳ ପରିସ୍ଥିତି ଉପୁଜିପାରେ । ବରିଷ୍ଠ ଅଧିକାରୀ କୌଣସି କଥା ପାଇଁ ତାଗିଦ୍ କରିପାରନ୍ତି। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ପୁରୁଣା ରୋଗରୁ କଷ୍ଟ ପାଇବେ। ଭୁଲ ବୁଝାମଣା କାରଣରୁ ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି ।
ସିଂହ: ଆଜି ଦିନଟି ଉତ୍ତମ ରହିବ। କର୍ମକ୍ଷେତ୍ରରେ ହେବାକୁ ଥିବା ପଦୋନ୍ନତି ମିଳିବ। ଆୟ ବଢିବ । ହେଲେ ସହକର୍ମୀମାନେ ଇର୍ସାପରାୟଣ ଭାବେ ଦେଖାଇବେ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ଆୟ-ବ୍ୟୟ ସମାନ ରହିବ। ନିଜ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ସେୟାର ମାର୍କେଟ୍ ରୁ ଲାଭ ପାଇବେ।
କନ୍ୟା: ଆଜି ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ପରିସ୍ଥିତିବଶତଃ କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେତୁକ ଅବସାଦ ଦେଖାଦେବ । ବ୍ୟବସାୟିକ ସ୍ଥିତି ଭଲ ରହିବ । ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ୍ ହେବ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ ।
ତୁଳା: କର୍ମକ୍ଷେତ୍ରରେ କୌଣସି ସୁଯୋଗ ହରାଇ ବ୍ୟଥିତ ହେବେ । ବ୍ୟବସାୟ ଓ ବାଣିଜ୍ୟରେ ସଫଳତା ହାସଲ କରିବେ । ବ୍ୟବସାୟୀମାନେ କୌଣସି ବଡ଼ ଡିଲ୍ ଫାଇନାଲ୍ କରିବେ। ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବନ୍ଧୁଙ୍କ ସାହାଯ୍ୟ ଲାଭ କରି ବଡ଼ କାର୍ଯ୍ୟ ହାସଲ କରି ଆଶ୍ୱସ୍ତି ଅନୁଭବ କରିବେ । ଯେତେ ଭଲ କାମ କଲେ ମଧ୍ୟ ନିଜ ଲୋକଙ୍କ ଦ୍ୱାରା ସମାଲୋଚନାର ପାତ୍ର ହେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ ।
ବିଛା: କର୍ମକ୍ଷେତ୍ରରେ ଲାଗି ରହିଥିବା ଭୁଲ୍ ବୁଝାବଣା ଦୂର ହେବ। କଠିନ ପରିଶ୍ରମର ଫଳ ମିଳିବ। ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟକୁ ତାରିଫ୍ କରିବେ।ପଦୋନ୍ନତିର ଖବର ମିଳିବା ସହ ଦରମା ବଢିବ। ବ୍ୟବସାୟରେ ସଫଳତା ହାସଲ କରିବେ। ଆୟ ବଢିବ। ସ୍ତ୍ରୀ-ଙ୍କ ସହ ଲାଗି ରହିଥିବା ବିବାଦ ଦୂର ହେବ। ସନ୍ତାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିବ।
ଧନୁ: କଳା, ସାହିତ୍ୟ, ଗବେଷଣା , ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭରହିବ। କୌଣସି ସଭା-ସମିତିରେ ସମ୍ମାନୀତ ହୋଇପାରନ୍ତି। ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବ।
ମକର: କର୍ମକ୍ଷେତ୍ରରେ ଦକ୍ଷତା ଓ ସମୟା-ନୁବର୍ତ୍ତିତା ପାଇଁ ଉପରିସ୍ଥଙ୍କ ଦ୍ୱାରା ପ୍ରଶଂସିତ ହେବେ । ମହିଳା କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଆବଶ୍ୟକତା ପୂରଣ ସକାଶେ ଜଣେ ବନ୍ଧୁଙ୍କ ଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ । ଗାଡି଼ କିଣିବାର ଆଶା ପୂରଣ ହେବ। ସଂନ୍ଧ୍ୟା ସମୟରେ ସାଥୀଙ୍କ ସହ ଦୂରଯାତ୍ରା କରିବେ। ପ୍ରେମୀମାନନଙ୍କ ପାଇଁ ଦିନଟି ଶୁଭ ରହିବ।
କୁମ୍ଭ: ଆଜି ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ପରିବହନ କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଶୁଭଫଳ ପାଇବେ। ଆମଦାନୀ ଓ ରପ୍ତାନୀ ବ୍ୟବସାୟରେ କାର୍ଯ୍ୟ କରୁଥିବା ଲୋକେ କ୍ଷତି ସହିପାରନ୍ତି। କୌଣସି ସ୍ଥାନରେ ଟଙ୍କା ବିନିଯୋଗ କରନ୍ତୁ ନାହିଁ। ନଚେତ୍ ଟଙ୍କା ବୁଡିପାରେ। ଆଜି ଆକସ୍ମିକ ଭାବରେ କୌଣସି ସମସ୍ୟା ଭିତରେ ଛନ୍ଦି ହୋଇଯିବାକୁ ପଡ଼ିପାରେ ।
ମୀନ: ଉଭୟ ବ୍ୟବସାୟୀ ଓ ଚାକିରିଆଙ୍କ ପାଇଁ ଦିନଟି ଅନୁକୂଳ ରହିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ପୂର୍ବ କଳହକୁ କେନ୍ଦ୍ରକରି ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ । ଆବଶ୍ୟକତା ପୂରଣ ପାଇଁ ଆପଣ ଧାରକରଜ କରି କାମ ଚଳାଇ ନେବେ। ପିତାମାତାଙ୍କ ଆଶା ପୂରଣ କରିବାରେ ସଫଳ ହେବେ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)