Mahalaxmi Yoga 2025: ୨୦୨୫ରେ ଧନୀ ହେବାର ସୌଭଗ୍ୟ ପାଇବେ ଏହିସବୁ ରାଶି, ରହିବ ମହାଲକ୍ଷ୍ମୀଙ୍କ ବିଶେଷ କୃପା!
Mahalaxmi Yoga 2025: ଆଉ କିଛି ଦିନ ପରେ ଶେଷ ହୋଇଯିବ ବର୍ଷ ୨୦୨୪। ଆସୁଛି ନୂଆ ବର୍ଷ ୨୦୨୫ ,ଏହି ନୂତନ ବର୍ଷ କିଛି ରାଶିପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଇଛି। କାହିଁକିନ ବର୍ଷ ୨୦୨୫ ଆରମ୍ଭରୁ କେତେକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଶନି-ରାହୁ-କେତୁ ଓ ମଙ୍ଗଳ ରାଶି ପରିବର୍ତ୍ତନ କରିବେ। ଏହାଧିକ ଗ୍ରହଙ୍କ ଶୁଭ ମିଳିନ `ଗଜଲକ୍ଷ୍ମୀ ଯୋଗ` ସୃଷ୍ଟି କରୁଛି। ଯାହାର ପ୍ରଭାବ କିଛି ରାଶି ପାଇଁ ବରଦାନ ପାଲଟିବ। ଜାତକ ବା ରାଶିର ଅଷ୍ଟମ ଘରେ ମଙ୍ଗଳ ଓ ଶନି ବିରାଜମାନ ରହିଲେ, ବ୍ୟକ୍ତି ଧନୀ ହେବା ସହ ସୁଖ-ସମ୍ପୃଦ୍ଧି ପ୍ରାପ୍ତ କରିଥାଏ। ତେବେ, ଆସନ୍ତୁ ଜାଣିବା ନୂଆବର୍ଷ ପରଠୁ କେଉଁସବୁ ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି।
ମେଷ: ଗଜଲକ୍ଷ୍ମୀ ରାଜଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ବିଶେଷକରି ମହାଲକ୍ଷ୍ମୀଙ୍କ କୃପାରୁ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପ୍ରାପ୍ତି କରିବେ ଏହି ରାଶିର ଲୋକେ। ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ସମୟ ରହିବ। ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ବ୍ୟବସାୟ ଭଲ ଚାଲିବା ସହ ପ୍ରଚୁର ଲାଭ ପାଇବେ। ଦୈନିକ ଆୟରେ ବୃଦ୍ଧି ଘଟିବ। ଖର୍ଚ୍ଚ କମ୍ ରହିବା ସହିତ ଟଙ୍କା ସଂଚୟ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ମିଳିବ। ଯେଉଁମାନେ ଦିର୍ଘ ଦିନ ହେବ। ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ସଂସ୍ଥାରୁ ଚାକିରି ଅଫର ବା ଫୋନ୍ କଲ ଆସିବ। ପରିବାରରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ସ୍ବାସ୍ଥ୍ୟରେ ଉନ୍ନତି ଦେଖାଦେବ। ପ୍ରେମୀ ମାନଙ୍କ ପାଇଁ ସମୟ ଖାସ୍ ରହିବ।
ALSO READ: Today Horoscope: ବ୍ୟବସାୟରେ କ୍ଷତି ହେବା ସହ ସ୍ବାସ୍ଥ୍ୟରେ ଦେଖାଦେବ ସମସ୍ୟା! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?
ALSO READ: Shani Gochar 2025: ୨୦୨୫-ମାର୍ଚ୍ଚରେ ଶନିଙ୍କ ଶୁଭ ଚଳନ, ୫ ରାଶି ହେବେ ଭାଗ୍ୟବାନ୍, ବଢିବ ବ୍ୟାଙ୍କ୍ ବାଲାନ୍ସ!
ମିଥୁନ: ମହାଲକ୍ଷ୍ମୀ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ବିଶେଷକରି ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର କିମ୍ବା ଜମି କିଣିବାର ସ୍ବପ୍ନ ସାକାର ହେବ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଆୟରେ ବୃଦ୍ଧି ଘଟିବ। ଯେଉଁମାନେ ବିଦେଶରେ ବ୍ୟବସାୟ ବିସ୍ତାର କରିବାକୁ ଚାହୁଁଛନ୍ତି, ସେମାନଙ୍କ ଆଶା ପୂରଣ ହେବ। ବିଦେଶରେ ବାଣିଜ୍ୟ-ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ଦିର୍ଘ ଦିନ ଧରି ବାକି ପଡିଥିବା ଟଙ୍କାକୁ ପାଇବେ। ଧା-କରଜ ବା ଋଣ ଆସିଥିବା ଟଙ୍କାକୁ ସୁଝିବାରେ ସମର୍ଥ ହେବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଖାସ୍ ରହିବ, ଏହି ସମୟରେ ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ନିବେଶ କଲେ ଭଲ ଲାଭ ପାଇବେ। କଳା, ସାହିତ୍ୟ, ସାମ୍ବାଦିକତା, ରିସର୍ଚ୍ଚ ଓ ପ୍ରଶାସନିକ କ୍ଷେତ୍ରରେ ଥିବା ଲୋକେ ସମ୍ମାନୀତ ହେବେ। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ପରିବାର ସହିତ ଦୂରସ୍ଥାନକୁ ଯାତ୍ରା କରିବାରେ ସକ୍ଷମ ହେବେ।
କୁମ୍ଭ: ମହାଲକ୍ଷ୍ମୀ ରାଜଯୋଗ ଏହି ରାଶିର ଭାଗ୍ୟ ଚମକାଇବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ। ଚାକିରିଆ ଓ ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ପ୍ରଂଶସାର ପାତ୍ର ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସକ୍ଷମ ହେବେ। କ୍ଷତି ସହୁଥିବା ବ୍ୟବସାୟୀମାନଙ୍କ ସ୍ଥିତି ବଦଳିବ। ଆମଦାନୀ-ରପ୍ତାନୀ କରୁଥିବା ବ୍ୟବସାୟୀମାନେ ନୂତନ ଯୋଜନା କୁ କାର୍ଯ୍ୟକାରୀ କରି ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ରିୟଲି-ଇ-ଷ୍ଟେଟ୍ ରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ପ୍ରଚୁର ଲାଭ ପାଇବେ। ସେୟାର ମାର୍କେଟ୍ ଓ ଲଟେରୀରୁ ଅଧିକ ଲାଭବାନ୍ ହେବେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଦଳ ପରିବର୍ତ୍ତନ କଲେ ନୂଆ ପଦବୀ ପାଇବେ। ନୂଆ କାର୍ କିଣିବାର ସ୍ବପ୍ନ ମଧ୍ୟ ସାକାର ହେବ। ପରିବାର ଲୋକଙ୍କ ଠାରୁ ସମସ୍ତ କାର୍ଯ୍ୟରେ ସମର୍ଥନ ପାଇବେ। ଅବିବାହିତଙ୍କ ପାଇଁ ସମୟ ଶୁଭ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)