Shardiya Navratri 2024: ନବରାତ୍ରୀରେ ଏହିସବୁ ରାଶିଙ୍କୁ ଧନବାନ୍ କରାଇବେ ମାଆ ଦୁର୍ଗା, ଆରମ୍ଭ ହେବ ଶୁଭ ସମୟ

Shardiya Navratri 2024: ସନାତନ ଧର୍ମ ତଥା ହିନ୍ଦୁ ଧର୍ମରେ ନବରାତ୍ରୀର ବିଶେଷ ମହତ୍ତ୍ବ ରହିଛି। ନବରାତ୍ର ୯ ଦିନ ପାଳନ କରାଯାଏ। ଏହି ୯ ଦିନ ମାଆ ଦୁର୍ଗାଙ୍କୁ ପୂଜା କରାଯାଏ। ଚଳିତ ବର୍ଷ ନବରାତ୍ର ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ଶେଷ ହେବ। ବିଶ୍ବାସ ରହିଛି ଯେ ଏହି ସମୟରେ ମାଆ ଦୁର୍ଗା ସ୍ବଂୟ ଧରାପୃଷ୍ଠରେ ଅବତରଣ କରିଥାଆନ୍ତି। ନବରାତ୍ର ସମୟରେ ଶୁଭ ଯୋଗ ଅର୍ଥାତ୍ ଗଜକେଶରୀ ରାଜଯୋଗ ପଡୁଥିବାରୁ କିଛି ରାଶିଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡିବ। ମାଆ ଦୁର୍ଗାଙ୍କ କୃପାରୁ ଏହି ରାଶିର ଲୋକ ଶୁଭଫଳ ପାଇବେ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ....

Narmada Behera Thu, 19 Sep 2024-10:15 am,
1/3

ବୃଷ: ଶାରଦୀୟ ନବରାତ୍ରରୁ ଚମକିବାକୁ ଯାଉଛି ଏହି ରାଶିର ଲୋକଙ୍କ ଭାଗ୍ୟ। ମାଆ ଦୁର୍ଗାଙ୍କ ଆର୍ଶିବାଦରୁ କ୍ୟାରିୟରକୁ ନେଇ କୌଣସି ପ୍ରକାର ଖୁସି ଖବର ମିଳିପାରେ। ଦରମା ବଢିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଲାଗି ରହିଥିବା ଜମିବାଡି ବିବାଦର ଅନ୍ତ ଘଟିବ। ବିଶେଷକରି, ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଏ-ହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଜମି କିଣିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସ୍ବାସ୍ଥ୍ୟ ଭଲ ରହିବ। 

ALSO READ: Weekly Special Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଖାସ୍ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସାଙ୍ଗକୁ...

ALSO READ: Rahu Ketu Yuti 2024: ରାହୁ-କେତୁଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବର ଆରମ୍ଭରୁ ମିଳିବ ଖୁସି ଖବର ସହ...

2/3

ବିଛା: ଦୁର୍ଗାଙ୍କ ଆର୍ଶିବାଦ ଓ  ଗଜକେଶରୀ ରାଜଯୋଗ ପ୍ରଭାବରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ଆୟରେ ବୃଦ୍ଧି ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା, ରିସର୍ଚ୍ଚ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ପାଇଁ ସମୟ ଭଲ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।  ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖାସ୍ ରହିବ । ସାଥୀଙ୍କ ସହ ସମ୍ପର୍କ ମଜବୁତ୍ ହେବ। କିନ୍ତୁ ଶାରିରୀକ ପିଡା ଅନୁଭବ କରିବେ। ପିତା-ମାତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ।

 

3/3

କୁମ୍ଭ: ନବରାତ୍ରରେ ଉଦୟ ହେବ ଏହି ରାଶିର ଭାଗ୍ୟ।  ସରକାରୀ ଚାକିରିଆଙ୍କ ପାଇଁ ସମୟ ବେଶ୍ ଶୁଭ ରହିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଆୟ ବଢିବା ସହିତ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବ। ବେବସାୟୀମାନେ ଲାଭବାନ୍ ହେବେ। ନିଜ ବନ୍ଧୁ ବାନ୍ଧବଙ୍କ ସହିତ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ବିଦେଶ ଯାତ୍ରାର ଯୋଗ ରହିଛି। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ ପୁଞ୍ଚି ବିନିଯୋଗ ପାଇଁ ସମୟ ଅନୁକୂଳ ରହିଛି।   ସେୟାର ବଜାର ଓ ଲଟେରୀରୁ ଲାଭବାନ୍ ହେବେ। ପାରିବାରିକ ସମ୍ପର୍କରେ ମଧୁରତା ରହିବ। ପିତାମାତ-ଭାଇଭଉଣୀଙ୍କ ସହିତ ଯାତ୍ରା କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link