Advertisement
Photo Details/zeeodisha/odisha2435553
photoDetails0hindi

Rahu Ketu Yuti 2024: ରାହୁ-କେତୁଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଅକ୍ଟୋବର ଆରମ୍ଭରୁ ମିଳିବ ଖୁସି ଖବର ସହ...

Rahu Ketu Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରାହୁ-କେତୁଙ୍କୁ ସବୁଠାରୁ ଖରାପ ଗ୍ରହ ବୋଲି ବିବେଚନା କରାଯାଏ। ଯେତେବେଳେ ବି ସେମାନେ ଗୋଟିଏ ରାଶି ଚିହ୍ନରୁ ଅନ୍ୟକୁ ଗମନାଗମନ କରନ୍ତି, ଅନେକ ରାଶିର ଭାଗ୍ୟରେ ଅନ୍ଧକାର ଘୋଟି ଆସେ । ବର୍ତ୍ତମାନ ରାହୁ ମିଥୁନ ଓ କେତୁ ତୁଳା ରାଶି ବିରାଜମାନ ଅଛନ୍ତି । କିନ୍ତୁ  ସେପ୍ଟେମ୍ବର ୩୦ରେ, ଏହି ଦୁଇ ଗ୍ରହ ସେମାନଙ୍କର ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରାହୁ ମୀନ ଓ  କେତୁ କନ୍ୟାରେ ପ୍ରବେଶ କରିବାକୁ ଯାଉଛନ୍ତି।  ତେବେ, ଦୁଇ ଗ୍ରହଙ୍କ ଗୋଟିଏ ଦିନରେ ରାଶି ପରିବର୍ତ୍ତନ କିଛି ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ। ତେବେ, ଆସନ୍ତୁ ଜାଣିବା ରାହୁ-କେତୁଙ୍କ କୃପାରୁ କେଉଁସବୁ ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି। 

1/3

ମିଥୁନ: ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଏଭଳି ସ୍ଥିତିରେ ଚଳିତ ମାସ ଶେଷ ସପ୍ତାହରୁ ଆରମ୍ଭ ହେବ ଏହି ରାଶିର ଲୋକଙ୍କ ପାଇଁ ଶୁଭଦିନ।  ଦିର୍ଘ ଦିନରୁ ଅଟକି ରହିଥିବା କାର୍ଯ୍ୟ ପୂରା ହେବ। ଯେଉଁମାନେ ଦିର୍ଘ ଦିନ ଧରି ଚାକିରି ପାଇଁ ଆଶାରେ ରହିଛନ୍ତି । ସେମାନଙ୍କୁ ଏହି ସମୟରେ ନିଯୁକ୍ତି ଅଫର ଆସିପାରେ। ବ୍ୟବସାୟରେ ଅଧିକ ଲାଭ ପାଇବେ । ଖାସ୍ କରି ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ଆପଣଙ୍କୁ ଭଲ ଫଳ ମିଳିବ । ଯେଉଁମାନେ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଏହି ସମୟରେ ଭଲ ରେଜଲ୍ଚ ପାଇବେ । ରାହୁ କେତୁଙ୍କ ଆର୍ଶିବାଦରୁ ରାଜନୀତି କ୍ଷେତ୍ରରେ ଜଡି଼ତ ଥିବା ଲୋକେ ଏହି ସମୟରେ କୌଣସି ବଡ଼ ପଦବୀ ପାଇ ପାରନ୍ତି। ଏବଂ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

ALSO READ: Petrol Diesel Price Today: ନୂଆ ତେଲ ଦର ଜାରି, ଜାଣନ୍ତୁ ଭୁବନେଶ୍ବରରେ ଲିଟର ପିଛା କେତେ କମିଲା ପେଟ୍ରୋଲ-ଡିଜେଲ ରେଟ୍?

ALSO READ: Budh Uday 2024: ବୁଧଙ୍କ କୃପାରୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟରେ ମିଳିବ ପ୍ରଚୁର ଲାଭ ସାଙ୍ଗକୁ...

2/3

ତୁଳା : ରାହୁ -କେତୁଙ୍କ ଆର୍ଶିବାଦରୁ ଏହି ରାଶିଙ୍କ ଭାଗ୍ୟ ଚମକିବାକୁ ଯାଉଛି। ବିଦେଶ ଯାତ୍ରାର ଯୋଗ ରହିଛି। ଆୟ ବଢିବା ସହ ଆର୍ଥିକ ସ୍ଥିତି ମଜବୁତ୍ ରହିଛି । ଖାସ୍ କରି,  ଏହି ଅବଧି ମଧ୍ୟରେ  ଅବିବାହିତଙ୍କ ପାଇଁ ଭଲ ପ୍ରସ୍ତାବ ଆସିପାରେ। କାର୍ଯ୍ୟାଳୟରେ ଆପଣଙ୍କୁ ପଦୋନ୍ନତି ମିଳିପାରେ। ନିଯୁକ୍ତି ନେଇ ନୂଆ ଅଫର ମିଳିପାରେ। ଏହା ବ୍ୟତୀତ, ଏହି ଅବଧି ମଧ୍ୟରେ ପୂର୍ବରୁ କରାଯାଇଥିବା ନିବେଶରୁ ଆପଣ ଲାଭ ପାଇବେ । ଅଟକି ରହିଥିବା ଟଙ୍କା ମିଳିବ।  କୋର୍ଟରେ ଦିର୍ଘ ଦିନଧରି ଚାଲିଥିବା ମକୋଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଏହି ସମୟରେ ଆପଣ ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। 

 

3/3

ମୀନ : ରାହୁ ଓ କେତୁଙ୍କ ରାଶି ପରିବର୍ତ୍ତନ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ କରିବ।  ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିବ। କ୍ୟାରିୟରେ ସଫଳତା ପାଇବେ।  ଆପଣ ବ୍ୟବସାୟରୁ ବିପୁଳ ଆର୍ଥିକ ଲାଭ ପାଇବେ । ଆକସ୍ମିତ ଧନଲାଭର ଯୋଗ ମଧ୍ୟ ରହିଛି । ଏହି ଅବଧି ମଧ୍ୟରେ ଆପଣ ଘର,ଗାଡି କିମ୍ବା ନୂତନ ଜମି ବି କିଣିବାର ସମ୍ଭାବନା ରହିଛି। ସ୍ବାସ୍ଥ୍ୟରେ ଉନ୍ନତି ହେବ। ​  (Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)