Sri ganesha Sankasti Chaturthi : ସଂକଷ୍ଟି ଚତୁର୍ଥୀରେ ପଡୁଛି ଦୁର୍ଲଭ ରାଜଯୋଗ, ବଦଳିବ ଏହି ସବୁ ରାଶିର ଭାଗ୍ୟ; କର୍ମକ୍ଷେତ୍ରରେ ପଦୋନ୍ନତି ସହିତ ବ୍ୟବସାୟରେ ହେବେ ମାଲମାଲ

ବୈଦିକ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ମାସର କୃଷ୍ଣ ଏବଂ ଶୁକ୍ଲ ପକ୍ଷର ଚତୁର୍ଥୀ ଦିନଟିକୁ ଭଗବାନ ଶ୍ରୀଗଣେଶଙ୍କୁ ଉତ୍ସର୍ଗ କରାଯାଇଛି। କାର୍ତ୍ତିକ ମାସରେ କୃଷ୍ଣପକ୍ଷର ଗଣେଶ ଚତୁର୍ଥିକୁ ବକ୍ରତୁଣ୍ଡ ସଂକଷ୍ଟି ଚତୁର୍ଥୀ ଭାବେ ପାଳନ କରାଯାଉଛି। ଏହା ଚଳିତ ବର୍ଷ ଅକ୍ଟୋବର ୨୦, ୨୦୨୪ରେ ପାଳନ କରାଯିବ। ଏତଦ୍ ବ୍ୟତୀତ, ଏହି ଦିନ ଅତ୍ୟନ୍ତ ଫଳପ୍ରଦ କରୱାଚ

Prabhudatta Moharana Wed, 16 Oct 2024-9:27 am,
1/4

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚଳିତ ବର୍ଷ ସଂକଷ୍ଟି ଚତୁର୍ଥିରେ ଗଜକେଶରୀ ରାଜଯୋଗ, ମହାଲକ୍ଷ୍ମୀ ଲାଜଯୋଗ, ଶଶ ରାଜଯୋଗ ସହିତ ସମସପ୍ତକ ରାଜଯୋଗ ଓ ବୁଦ୍ଧାଦିତ୍ୟ ରାଜଯୋଜ ସୃଷ୍ଟି ହେଉଛି। ଏହା ସହିତ ଏହି ଦିନ ଏକ ଦୁର୍ଲଭ ରାଜଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିବାକୁ ଯାଉଛି। ଏହାର ପ୍ରଭାବ ୩ ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ବିଶେଷ ପ୍ରଭାବ ପଡିବାକୁ ଯାଉଛି। ଏହି ୩ ରାଶିର ବ୍ୟକ୍ତିବିଶେଷଙ୍କର କାରବାର, ବ୍ୟବସାୟ, ବ୍ୟବସାୟ କ୍ୟାରିୟର ଓ ଚାକିରି କ୍ଷେତ୍ରରେ ବିଶେଷ ପରିବର୍ତ୍ତନର ହେବାକୁ ଯାଉଛି। 

 

2/4

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଏହି ଦୁର୍ଲଭ ଯୋଜ ବେଶ ଲାଭଦାୟକ ହେବାକୁ ଯାଉଛି। ଅଚାନକ ଧନଲାଭର ଯୋଗ ରହିଛି। ନୂଆ ବ୍ୟବସାୟ ଆରମ୍ଭ ହେବାକୁ ଯାଉଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ସହିତ ଦରମା ବୃଦ୍ଧିର ଯୋଗ ରହିଛି। ଶିକ୍ଷା, ସମାଜସେବା, ଓ ବିଜ୍ଞାନ କ୍ଷେତ୍ର ସହି ଜଡିତ ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ ପ୍ରତିକୂଳ ସମୟ ରହିବ। ପୁରସ୍କୃତ ହୋଇପାରନ୍ତି। ଋଣମୁକ୍ତ ହେବେ। ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। 

3/4

ସିଂହ ରାଶି ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଶ୍ରୀଗଣେଶଙ୍କ କୃପା ବର୍ଷା ହେବ। ଆୟର ନୂତନ ପନ୍ଥା ବାହାରିବ। ଧନବୃଦ୍ଧି ହେବ। ଜୀବନଶୈଳୀରେ ଉନ୍ନତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତି ଯୋଗ ରହିଛି। ବ୍ୟବସାୟରେ ପାର୍ଟନରସିପରୁ ଲାଭାନ୍ୱିତ ରହିବେ। କଳା, ଅଭିନୟ ତଥା ସାହିତ୍ୟ ସହିତ ଜଡ଼ିତ ଲୋକମାନେ ସମ୍ମାନିତ ହୋଇପାରନ୍ତି। ଋଣମୁକ୍ତ ହେବେ। ଛାତ୍ରଛାତ୍ରୀମାନେ ରଚନାତ୍ମକ କ୍ଷେତ୍ରରେ ସଫଳତା ପାଇବେ। ମନ ଶାନ୍ତ ରହିବ। 

4/4

ଧନୁ ରାଶି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। ଚାକିରିଆମାନଙ୍କ ପାଇଁ ଭଲ ସମୟ ଆସିବାକୁ ଯାଉଛି। ପରିଶ୍ରମର ଫଳ ମିଳିବ। ବ୍ୟବସାୟରେ ଆୟର ମାତ୍ରା ବଢିବ। ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ। ଋଣରୁ ଦୂରେଇ ରୁହନ୍ତୁ। ସାମାଜିକ କାର୍ଯ୍ୟରେ ଜଡ଼ିତ ଥିବା ବ୍ୟକ୍ତି ବିଶେଷ ସମ୍ମାନିତ ହୋଇପାରନ୍ତି। ଛାତ୍ରଛାତ୍ରୀମାନେ ଶିକ୍ଷାକ୍ଷେତ୍ରରେ ସଫଳତା ହାସଲ କରିବେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ପରିବାର ସହିତ ସମୟ ଅତିବାହିତ କରିବେ। ମନ ଖୁସି ରହିବ। 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link