Rahu Gochar 2025: କୁମ୍ଭରେ ରାହୁଙ୍କ ଶୁଭ ଚଳନ, ନୂଆ ବର୍ଷ ପରେ ମାଲାମାଲ୍ ହେବେ ୩ ରାଶି !

Rahu Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏ-ହି କ୍ରମରେ ଛାୟା ଗ୍ରହ ରାହୁ ୨୦୨୫, ମେ ୧୮ ତାରିଖ ରାତି ୪ଟା ୩୦ ମିନିଟ୍ ସମୟରେ କୁମ୍ଭ ରାଶିକୁ ଚଳନ କରିବ। ନବଗ୍ରହଙ୍କ ମଧ୍ୟରୁ ରାହୁଙ୍କୁ ଅତି ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ତେବେ, ଆସନ୍ତା ବର୍ଷ ରାହୁଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ଜାତକରେ ରାହୁଙ୍କ ସ୍ଥିତି ମଜବୁତ୍ ଥିଲେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହେବା ସହିତ କ୍ୟାରିୟରରେ ଅଗ୍ରଗତି ଏବଂ ବଳବାନ୍ ହୋଇଥାଏ । ତେବେ, ଆସନ୍ତୁ ଜାଣିବା ରାହୁଙ୍କ ଚଳନ କେଉଁ ରାଶିର ଭାଗ୍ୟ ଉଦୟ କରିବାକୁ ଯାଉଛି।

Narmada Behera Tue, 10 Dec 2024-12:11 pm,
1/3

  ମିଥୁନ: ରାହୁଙ୍କ ଶୁଭଚଳନ ଏହି ରାଶିର ଭାଗ୍ୟ ଚମକାଇବ।  ବିଶେଷକରି, ଆର୍ଥିକ ସ୍ଥିତିରେ ସୁଧାର ଆସିବ।  କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ମିଳିବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ। ବ୍ୟବସାୟୀଙ୍କ ପାଇଁ ମଧ୍ୟ ସମୟ ଖାସ୍ ରହିବ। ବଡ଼ ଡିଲ୍ ବ୍ୟବସାୟରେ ଫାଇନାଲ୍ ହେବ। ଯେଉଁଥିରୁ ପ୍ରଚୁର ଲାଭ ପାଇବେ।  ଦିର୍ଘ ଦିନ ଧରି ବାକି ପଡିଥିବା ଟଙ୍କା ପାଇବାରେ ସମର୍ଥ ହେବେ।  ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ପରିବାର ସହ ଧାର୍ମିକ ଯାତ୍ରାରେ ଯିବେ। ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ନୂଆ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତ ନେଇ ଖୁସି ଖବର ପାଇବେ। ସ୍ବାସ୍ଥ୍ୟ ଭଲ ରହିବ।   

ALSO READ: ୨୦୨୫ରେ ୫ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ ଶୁଭଦୃଷ୍ଟି, ବଢିବ ବ୍ୟାଙ୍କ୍ ବାଲାନ୍ସ ,କିଣିବେ ନୂଆ ଗାଡି!

ALSO READ: Gold Rate Today: ଆଜି ସୁନା ଦରରେ ରେକର୍ଡ ବୃଦ୍ଧି, ଭରି ପିଛା ଏତେ ଶହ ଟଙ୍କା ବଢିଲା ରେଟ୍

2/3

ବୃଷ:  ଆସନ୍ତାବର୍ଷ ରାହୁଙ୍କ ଚଳନ ବୃଷ ରାଶି ପାଇଁ ବେଶ୍ ଶୁଭଦାୟୀ ରହିବ। ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଯେଉଁମାନେ ଦିର୍ଘ ଦିନ ହେବ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବିଦେଶରେ ବାଣଜ୍ୟ-ବ୍ୟବସାୟ କରୁଥିବା ଲୋକେ ବେପାରରେ ଆଶା ଠାରୁ ଅଧିକ ଲାଭ ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବେ। ଦିର୍ଘ ଦିନର ଆଶା ପୂରଣ ହେବ। ଦିର୍ଘ ଦିନର ଆଶା ପୂରଣ ହେବେ। ନୂଆ ଗାଡି କିଣିବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଶୁଭ ରହିବ, ଜଣେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ ବିନିଯୋଗ କଲେ ଭଲ ରିଟର୍ଣ୍ଣ ପାଇବେ। ପୈତୃକ ସମ୍ପତ୍ତିରୁ ଭାଗ ପାଇବେ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। 

3/3

କୁମ୍ଭ:  ଏହି ରାଶିରେ ରାହୁଙ୍କ ଶୁଭ ଚଳନ କୁମ୍ଭ ରାଶିର ଭାଗ୍ୟ ବଦଳାଇବ।  କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ଆୟରେ ବୃଦ୍ଧି ଘଟିବ। ବିଶେଷକରି, ସରକାରୀ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ପଦୋନ୍ନତି ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହେବେ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଦିର୍ଘ ଦିନ ଧରି ଚାଲିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଏହି ସମୟ ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ଘରେ ସୁଖ-ଶାନ୍ତିର ମାହୋଲ୍ ଲାଗି ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link