Weather Update: ଆଜିଠୁ ବଢିବ ଶୀତ, କାଁ ଭାଁ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2554490

Weather Update: ଆଜିଠୁ ବଢିବ ଶୀତ, କାଁ ଭାଁ ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ୨ ସପ୍ତାହ ପରେ ରାଜ୍ୟରେ ପାରଦ ପୁଣି ତଳ ମୁହାଁ ହୋଇଛି। ଦିନକରେ ୧୩ଟି ସହରର ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଆସିଛି। କେନ୍ଦୁଝର ଓ ଅନୁଗୁଳରେ ରାତି ତାପମାତ୍ରା ଦିନକରେ ସର୍ବାଧିକ ୫ ଡିଗ୍ରୀ କମିଛି। ଝାରସୁଗୁଡା ସବୁଠୁ ଥଣ୍ତା ସହର ପାଲଟିଛି। 

ALSO READ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଆଜି ଘାତବାର, ସବୁ କାର୍ଯ୍ୟରେ ହେବେ ବିଫଳ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ମଙ୍ଗଳବାର ଝାରସୁଗୁଡାରେ ରାତି ତାପମାତ୍ରା ସର୍ବନିମ୍ନ ୧୦.୮ ଡିଗ୍ରୀ  ରହିଥିଲା। ସୋମବାର ଏଠାରେ ରାତି ତାପମାତ୍ରା ୧୫.୨ ଡିଗ୍ରୀ ରେକର୍ଡ଼ ହୋଇଥିଲା। କିନ୍ତୁ ୨୪ ଘଣ୍ଟା ପାରଦ ପ୍ରାୟ ୪ ଡିଗ୍ରୀ  ଖସିଯାଇଛି। କେନ୍ଦୁଝରରେ ରାତି ତାପମାତ୍ରା ୧୨.୪ ଡିଗ୍ରୀ ରହିଛି। ୨୪ ଘଣ୍ଟା ତଳେ ଏଠାରେ ତାପମାତ୍ରା ୧୭.୨ ଡିଗ୍ରୀ ଥିଲା।  ଦିନକରେ  ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ କମିଛି। କୋରାପୁଟ୍ ରେ ରାତି ତାପମାତ୍ରା ୧୨.୬ ଡିଗ୍ରୀ ରହିଛି।  ଭାବନୀପାଟଣାରେ ୧୩.୧,  ଡିଗ୍ରୀ ରେକର୍ଡ଼ ହୋଇଛି। 

୨୪ ଘଣ୍ଟା ତଳେ , ଅର୍ଥାତ୍ ବୁଧବାର ଏଠାରେ ରାତି ତାପମାତ୍ରା ୧୭ ଡିଗ୍ରୀ ଥିଲା। ଦାରିଙ୍ଗିବାଡିରେ ୧୬ ଡିଗ୍ରୀ ରୁ ଖସି ୧୩.୫ ଡିଗ୍ରୀରେ ପହଞ୍ଚିଛି। ସୁନ୍ଦରଗଡ ଓ ଫୁଲବାଣୀରେ ରାତି ତାପମାତ୍ରା ୧୪ ଡିଗ୍ରୀ ରେକର୍ଡ଼ ହୋଇଛି। ହୀରାକୁଦରେ ୧୪.୭, ତାଳତେରରେ ୧୪.୮, ସୋନପୁରରେ ୧୫, ରାୟଗଡା ଓ ନୂଆପଡାରେ ୧୫.୪, ବୌଦ୍ଧ ଓ କଟକରେ ୧୫.୫ ଡିଗ୍ରୀ ରେକର୍ଡ଼ ହୋଇଛି। ରାଜଧାନୀ ଭୁବନେଶ୍ବରରେ ରାତି ତାପମାତ୍ରା ଦିନକରେ ୩ ଡିଗ୍ରୀ କମିଥିଲେ ବି ୧୮.୨ ଡିଗ୍ରୀ ରହିଥିଲା।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଁ ଭାଁ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, ଖୋର୍ଦ୍ଧା, କଟକ, ଢେଙ୍କାନାଳ , ଯାଜପୁର, କେନ୍ଦ୍ରାପଡା, ପୁରୀ ଓ ଜଗତସିଂହପୁର। ତେବେ, ଆସନ୍ତା ୪ ରୁ ୫ ଦିନ ଯାଏଁ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।