Raksha Bandhan 2024: ରାକ୍ଷୀ ପୂର୍ଣ୍ଣିମାରେ ପଡୁଛି ୨ଟି ଦୁର୍ଲଭ ସଂଯୋଗ, ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ!

Raksha Bandhan 2024: ପ୍ରତ୍ୟକ ବର୍ଷ ଶ୍ରାବଣ ପୂର୍ଣ୍ଣିମା ଦିନ ରକ୍ଷା ବନ୍ଧନ ପାଳନ କରାଯାଏ। ଚଳିତ ବର୍ଷ ରକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୧୯ ତାରିଖରେ ପାଳନ କରାଯିବ। ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ ଓ ଧାନିସ୍ତ ନକ୍ଷେତ୍ରରେ ରବିଯୋଗ ସୃଷ୍ଟି ହେବ। ଚଳିତ ବର୍ଷ ଏକା ସାଙ୍ଗରେ ଏହି ଦୁଇଟି ଦୁର୍ଲଭ ସଂଯୋଗ ପଡୁଛି। ଯାହାର ପ୍ରଭାବ ରାଶିଚକ୍ରରେ ଥିବା ୧୨ଟି ରାଶି ଉପରେ ପଡିବ। ଫଳରେ କିଛି ରାଶିକୁ ଶୁଭଫଳ ମିଳବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟବାନ୍ ରାଶି ଗୁଡିକ ବିଷୟରେ...

Narmada Behera Sat, 10 Aug 2024-10:55 am,
1/5

ବୃଷ: ରକ୍ଷା ବନ୍ଧନରେ ଦୁର୍ଲଭ ସଂଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷ କରି ବ୍ୟବସାୟୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପୂର୍ବଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବେ। ଟଙ୍କା ରୋଜଗାର ପାଇଁ ନୂଆ ଉତ୍ସ ସୃଷ୍ଟି ହେବ। ଲଟେରି କିମ୍ବା ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆଣିଥିବା ଋଣକୁ ପରିଶୋଧ କରିବାରେ ସକ୍ଷମ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ALSO READ: Career Horoscope Today: ଏହି ୫ ରାଶିର ଲୋକେ ରହନ୍ତୁ ସତର୍କ, କର୍ମକ୍ଷେତ୍ରରେ ଦେଖାଦେଇପାର ବିବାଦ!

ALSO READ:  Surya Gochar 2024: ସୂର୍ଯ୍ୟଙ୍କ ଚଳନ ବଦଳାଇବ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ଶୁଭଫଳ ସହ...

ALSO READ: Today Horoscope: ଆଜି ଏହିସବୁ ରାଶିଙ୍କୁ ମିଳିବ ଖୁସି ଖବର ସହ ରହିଛି ଆକସ୍ମିକ ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

2/5

ସିଂହ: ଦୁଇ ଦୁର୍ଲଭ ସଂଯୋଗ ଏହି ରାଶି ଉପରେ ବଡ଼ ପ୍ରଭାବ ପକାଇବ। ପୁରୁଣା ରୋଗରୁ ମୁକ୍ତି ପାଇବେ।  ବିଶେଷକରି ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିବ। ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ଆଉ ଥରେ ଯୋଡି଼ ହେବ। ନିଜ ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହ ସମ୍ପର୍କ ମଜବୁତ୍ ହେବ। ବ୍ୟବସାୟୀମାଙ୍କ ପାଇଁ ଏହି ଦୁର୍ଲଭ ସଂଯୋଗ ଅତ୍ୟନ୍ତ ଫଳପ୍ରଦ ହେବ। ଆୟ ବଢିବ।

3/5

କନ୍ୟା: ରାକ୍ଷୀ ପୂର୍ଣ୍ଣିମାରୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭଲ ଦିନ ଆରମ୍ଭ ହେବ। କର୍ମକ୍ଷେତ୍ରରେ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ । ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଆଶାରେ ଅଛନ୍ତି । ସେମାନଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ନିଜ ପରିବାର ସହ ବିଦେଶ ଯାତ୍ରା କରିପାରନ୍ତି। ବୈବାହିକ ଜୀବନ ସୁଖମୟ ହେବା ସହ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ଆହୁରି ମଜବୁତ୍ ହେବ। ଅବିବାହିତମାନେ ନୂଆ ଜୀବନ ସାଥୀ ପାଇବେ। 

 

4/5

ଧନୁ: ରକ୍ଷା ବନ୍ଧନରୁ ବଦଳିବ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ। ଏହି ଅବଧି ମଧ୍ୟରେ ଆର୍ଥି ସ୍ଥିତି ମଜବୁତ୍ ହେବ। ଯେଉଁମାନେ ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଭଲ ରହିବ। ଏହି ସମୟରେ କୌଣସି ସ୍ଥାନରେ ପୁଞ୍ଜି ବିନିଯୋଗ କଲେ ଭଲ ଲାଭ ପାଇବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଆଶାୟୀଙ୍କ ସ୍ବପ୍ନ ପୂରଣ ହେବ। ସ୍ବାସ୍ଥ୍ୟ ଭଲ ଲହିବ। ଆୟ-ବ୍ୟୟ ସମାନ ରହିବ।

 

5/5

ମକର: ଏହି ଦୁଇଟି ଦୁର୍ଲଭ ସଂଯୋଗ ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବ। ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ। ବାଣିଜ୍ୟ-ବ୍ୟବସାୟ ଭଲ ହେବ। ଘରେ ଖୁସିର ମାହୋଲ୍ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଏହି ସମୟ ମଧ୍ୟରେ ନୂତନ ଜମି କ୍ରୟ କରିପାରନ୍ତି। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link