Shani Gochar 2025: ୩୦ ବର୍ଷ ପରେ ସୃଷ୍ଟି ହେଉଛି ଶଶ ମହାପୁରୁଷ ରାଜଯୋଗ, ୩ ରାଶି ଉପରେ ଶନିଙ୍କ କୃପାବୃଷ୍ଟି

Shani Gochar 2025: ନ୍ୟାୟଦାତା ଶନିଦେବ ୨୦୨୫ରେ କିଛି ରାଶି ଉପରେ କୃପା ବୃଷ୍ଟି କରିବାକୁ ଯାଉଛନ୍ତି। ପାଖାପାଖି ୩ ଦଶନ୍ଧି ପରେ ଶଶ ରାଜଯୋଗ ସୃଷ୍ଟି ହେଉଛି। ଏହାର ପ୍ରଭାବରେ କିଛି ରାଶିର ବ୍ୟକ୍ତିବିଶେଷ ରାଜକୀୟ ସୁଖ ଲାଭ କରିବା ସହିତ ଧନ ଲାଭ ମଧ୍ୟ କରିବେ। ମାର୍ଚ ୨୫ ପର୍ଯ୍ୟନ୍ତ କର୍ମଫଳଦାତା ଶନି ମୂଳ ତ୍ରିକୋଣ ରାଶି କୁମ୍ଭରୁ ବାହାରି ଦ୍ୱିତୀୟ ରାଶିରେ ପ୍ରବେଶ କରିବେ। ଯଦିଓ ୨୮ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ କୁମ୍ଭ ରାଶିରେ ରହିବେ। ଯେଉଁ କାରଣରୁ ଶଶ ମହାପୁରୁଷ ରାଜଯୋଗ ନିର୍ମାଣ ହେବ। ଏଥିରେ ୫ ମହାପୁରୁଷ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଉଛି। ଶଶ ମହାପୁରୁଷ ରାଜଯୋଗ ନିର୍ମାଣ ହେବା ଫଳରେ ୩ ରାଶିଙ୍କର ଭାଗ୍ୟ ଚମକିବାକୁ ଯାଉଛି।

Prabhudatta Moharana Nov 29, 2024, 14:19 PM IST
1/3

ମିଥୁନ ରାଶି ଶଶ ମହାପୁରୁଷ ରାଜଯୋଗ ଫଳରେ ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭକାରୀ ହେବାକୁ ଯାଉଛି। ଶନିଦେବ ଏହି ମିଥୁନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ବିଶେଷ କୃପା ବୃଷ୍ଟି ହେବ। ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ମଜବୁତ ହେବ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଆଇନଗତ ମାମଲାରେ ସଫଳତା ଆପଣଙ୍କ ସପକ୍ଷରେ ଯିବ। ଦାୟିତ୍ୱକୁ ମଧ୍ୟ ସଠିକ ଢଙ୍ଗରେ ତୁଲାଇବେ। ମନ ଖୁସି ରହିବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ଜୀବନସାଥିଙ୍କ ସହଯୋଗରେ ଆପଣଙ୍କୁ ସଫଳତା ମିଳିବ। 

2/3

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷ ଶନିଦେବଙ୍କ ବିଶେଷ କୃପା ଲାଭ କରିବାକୁ ଯାଉଛନ୍ତି। ୨୦୨୫ରେ ଶଶ ରାଜଯୋଗ ବଳରେ ମକର ରାଶିର ବ୍ୟକ୍ତିବିଶେଷ ଅଟକି ଥିବା କାର୍ଯ୍ୟ ଶେଷ ହେବ। ସମସ୍ୟାରୁ ମୁକ୍ତି ମିଳିବ। ଆତ୍ମବିଶ୍ୱାସରେ ବୃଦ୍ଧି ହେବ। ଆୟରେ ମଧ୍ୟ ବୃ୍ଧି ହେବ। ଚାକିରିଆ ମାନଙ୍କର କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ହେବ। ପଦୋନ୍ନତି ସହିତ ଦରମା ବୃଦ୍ଧି ର ଯୋଗ ରହିଛି। ବିଦ୍ୟାର୍ଥୀମାନଙ୍କର ପାଠ ପଢାରେ ମନୋନିବେଶ କରିବେ। ପରିବାର ସଦସ୍ୟଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ। 

3/3

କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ୨୦୨୫ ଅତ୍ୟନ୍ତ ଶୁଭପ୍ରଦ ହେବାକୁ ଯାଉଛି। ଶନିଙ୍କ କୃପାବୃଷ୍ଟି ବଳରେ ଆପଣ ନୂଆ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ନୂଆ ଯୋଜନା ଅନୁଯାୟୀ କାର୍ଯ୍ୟ କରି ଭବିଷ୍ୟତରେ ଲାଭରେ ରହିବେ। ପରିବାର ସଦସ୍ୟଙ୍କ ମଧ୍ୟରେ ଖୁସିର ମାହୋଲ ରହିବ। ଶନିଦେବଙ୍କ କୃପା ଲାଭ କରିବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ନୂଆ ଚାକିରି କିମ୍ବା ପଦୋନ୍ନତିର ଯୋଗ ରହିଛି। ସନ୍ତାନ ସୁଖ ରହିଛି। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link