Shani Guru Vakri 2024: ଶନି-ବୃହସ୍ପତିଙ୍କ କୃପାରୁ ୨୦୨୫ରେ ଧନୀ ହେବେ ଏହିସବୁ ରାଶି, ଆସୁଛି ଶୁଭ ସମୟ
Shani Guru Vakri 2024: ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିରେ ନଭେମ୍ବର ୧୫ ତାରିଖ ଦିନ, ସକାଳ ୮ଟା ବାଜି ୪୦ ମିନିଟ୍ ସମୟରେ ଓଲଟା ଚଳନ କରିବେ। କିନ୍ତୁ ଏଭଳି ସ୍ଥିତିରେ ଦେବଗୁରୁ ବୃହସ୍ପତି କୁମ୍ଭକୁ ୧୬ ତାରିଖ ସକାଳେ ଚଳନ କରିବେ। ଗୋଟିଏ ରାଶିରେ ଶନି- ବୃହସ୍ପତିଙ୍କ ମିଳନ ଶନି -ବୃହସ୍ପତି ବକ୍ରି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ସଂଯୋଗ କିଛି ରାଶିଙ୍କୁ ମାଲାମାଲ୍ କରିବ । ଯଦି ଜାତକ ବା ରାଶିରେ ଶନି ଓ ବୃହସ୍ପତିଙ୍କ ସ୍ଥିତି ମଜବୁତ୍ ଥାଏ ବ୍ୟକ୍ତି ଜୀବନରେ ଧନୀ ହେବା ସହ ସମସ୍ତ ସୁଖ ପ୍ରାପ୍ତ କରିଥାଏ ବୋଲି ବିଶ୍ବାସ ରହିଛି। ୨୦୨୫ର ଶେଷ ପର୍ଯ୍ୟନ୍ତ ଏହି ରାଶିଙ୍କ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳି ରାଶି ଗୁଡିକ ବିଷୟରେ....
ମେଷ: ଶନି-ବୃହସ୍ପତିଙ୍କ ଦୁର୍ଲଭ ସଂଯୋଗ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ଶନି ଓ ବୃହସ୍ପତି ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଲାଭବାନ୍ କରାଇବେ। ଶନି ଏକାଦଶ ଘରେ ଥିବା ବେଳେ ବୃହସ୍ପତି ଦ୍ବିତୀୟ ଘରେ ଚଳନ କରିବେ। ଫଳରେ ସମସ୍ତ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିବେ। ଆର୍ଥିକ ସ୍ଥିତି ବଦଳିବ। କ୍ୟାରିୟର ଓ ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଦିର୍ଘ ଦିନର ଆଶା ପୂରଣ ହେବ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ପରିବାରରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ। ସ୍ବାସ୍ଥ୍ୟଭଲ ରହିବ।
ALSO READ: Shani Mangal Yuti 2024: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବେ ଶନି-ମଙ୍ଗଳ, ବର୍ଷସାରା ହେବ ଧନବର୍ଷା!
ବୃଷ: ଶନି ଓ ବୃହସ୍ପତିଙ୍କ ଆର୍ଶିବାଦରୁ ଏହି ରାଶିର ବ୍ୟକ୍ତି ବିଶେଷ ମାଲାମାଲ୍ ହେବେ। ଶନି ଦଶମ ଘରେ ବିରାଜିତ ଥିବା ବେଳେ ବୃହସ୍ପତି ଦ୍ବିତୀୟ ଘରେ ଚଳନ କରିବେ। ଫଳରେ ଜୀବନରେ ଲାଗି ରହିଥିବା ଅନେକ ସମସ୍ୟାର ସମାଧାନ ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ହିଁ ଲାଭ ପାଇବେ। ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଜନା ସଫଳ ହେବ। ଆର୍ଥିକ ସ୍ଥିତି ମଜୁତ୍ ରହିବ। ଆଣିଥିବା ଧାର-କରଜକୁ ସୁଝିବାରେ ସକ୍ଷମ ହେବେ। ଯେଉଁମାନେ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ଭଲ ଚାକିରି ମିଳିବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ୍ ହେବ।
କର୍କଟ: ଏହି ରାଶିର ଲୋକଙ୍କର ଶୁଭଦିନ ଆରମ୍ଭ ହେବାକୁ ଯାଉଛି। କର୍କଟ ରେ ବୃହସ୍ପତୁ ଏକାଦଶ ଘରେ ଚଳନ କରିବାକୁ ଥିବା ବେଳେ ଅଷ୍ଟମ ଘରେ ସିଧା-ସଳଖ ଶନିଙ୍କ ପ୍ରବେଶ ହେବ। ଫଳରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ। କର୍ମକ୍ଷେତ୍ରରେ କିଛି ବଡ଼ ଦାୟିତ୍ବ ମିଳିବ। ଆୟ ବଢିବା ସହ ବ୍ୟାଙ୍କ୍ ବାଲାନ ବଢିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁମାନେ ନୂତନ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରିବାକୁ ଚାହୁଁଛନ୍ତି । ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ସେୟାର ମାର୍କେଟ୍ ଓ ଲଟେରୀରୁ ଲାଭବାନ୍ ହେବେ। (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)