Advertisement
Photo Details/zeeodisha/odisha2502487
photoDetails0hindi

Shani Mangal Yuti 2024: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବେ ଶନି-ମଙ୍ଗଳ, ବର୍ଷସାରା ହେବ ଧନବର୍ଷା!

Shani Mangal Yuti 2024: ନଅଟି ଗ୍ରହଙ୍କ ମଧ୍ୟରୁ ଶନିଙ୍କ ସ୍ଥାନ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି କ୍ରମରେ ବର୍ତ୍ତମାନ ଶନି ମହାରାଜ କୁମ୍ଭ ରାଶିରେ ବିରାଜମାନ ଥିବା ଚଳିତ ମାସ ୧୫ ତାରିଖ ସକାଳ ୮ଟା ୪୦ ମିନିଟ୍ ସମୟରେ ସେହି ରାଶିକୁ ସେହି ରାଶିକୁ ରକ୍ତ, କ୍ରୋଧ, ସମ୍ପତ୍ତି ଓ ସାହାସର କାରକ ମଙ୍ଗଳ ଚଳନ କରିବେ। ଗୋଟିଏ ରାଶିରେ ଶନି-ମଙ୍ଗଳଙ୍କ ମିଳନ ଶନି -ମଙ୍ଗଳ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ଜାତକ ବା ରାଶିରେ ଶନି ଓ ମଙ୍ଗଳଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତି ଜୀବନରେ ଧନୀ ଓ ଐଶ୍ବର୍ଯ୍ୟ ପ୍ରାପ୍ତ କରିଥାଏ ବୋଲି ବୌଦିକ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ, ଆସନ୍ତୁ ଜାଣିବା ଶନି ଓ ମଙ୍ଗଳଙ୍କ କୃପାରୁ କେଉଁ ରାଶିଙ୍କ ଭାଗ୍ୟ ଖୋଲିବାକୁ ଯାଉଛି।....

 

1/5

ବୃଷ: ଶନି ଓ ମଙ୍ଗଳଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ପ୍ରମାଣିତ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। କରଜ ବା ଋଣ ପରିଶୋଧ କରିବାରେ ସମର୍ଥ ହେବେ। କଠିନ ପରିଶ୍ରମର ଫଳ ପାଇବେ।  ବିଶେଷକରି ବ୍ୟବସାୟ ଓ ବାଣିଜ୍ୟରେ ଆଶାତିତ ଲାଭ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହୋଇପାରେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ପରିବାରରେ କୌଣସି ପ୍ରକାର ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ବନ୍ଧୁଙ୍କ ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। 

ALSO READ: Budh Guru Vakri Horoscope: ବୁଧ ଓ ବୃହସ୍ପତିଙ୍କ କୃପାରୁ ମାଲାମାଲ୍ ହେବ ଏହିସବୁ ରାଶି, କିଣିବେ ନୂଆ ଘର ସହ...

ALSO READ: Odisha News: ଓଟିଭି ଷ୍ଟୁଡିଓରେ ନିଆଁ: ସର୍ଟ ସର୍କିଟ୍‍ ଆଶଙ୍କା, ତଦନ୍ତ ଜାରି

2/5

ମିଥୁନ: ଶନି ଓ  ମଙ୍ଗଳଙ୍କ ଶୁଭଦୃଷ୍ଟି ଏହି ରାଶି ଉପରେ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଏହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଘର କିଣିବେ। ରିୟଲି-ଇଷ୍ଟେଟ୍ ବ୍ୟବସାୟୀ ଓ ଠିକା କାର୍ଯ୍ୟରେ ନିୟୋଜିତ ବ୍ୟକ୍ତିମାନେ ଅଧିକ ଲାଭବାନ୍ ହେବେ। ରିୟଲି-ଇଷ୍ଟେଟ୍ ବ୍ୟବସାୟୀଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। ଯାହା ଆୟକୁ ଦ୍ବି ଗୁଣିତ କରିବ।  ବୈବାହିକ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ଭଲ ରହିବ। 

 

3/5

କର୍କଟ :  ଶନି ଓ ମଙ୍ଗଳଙ୍କ କୃପାରୁ ଏହି ରାଶିର ଭାଗ୍ୟ ଚମକିବାକୁ ଯାଉଛି। ସରକାରୀ ଚାକିରିଆ ଓ ଶିକ୍ଷା କ୍ଷେତ୍ରରେ ଜଡ଼ିତ ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।  ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ।  ପୁରୁଣା ବିନିଯୋଗରୁ ଲାଭ ପାଇବେ। କୌଣସି ବଡ଼ ନିସ୍ପତି ନେବା ପୂର୍ବରୁ ପିତାମାତା ବା ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ କିନ୍ତୁ ଖର୍ଚ୍ଚ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ। ପରିବାର ଲୋକଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। 

 

4/5

ମୀନ: ଦିର୍ଘ ଦିନଧରି ଅଟକି ରହିଥିବା କାର୍ଯ୍ୟ ସମ୍ପୁର୍ଣ୍ଣ ହେବ। ସମୟ ବ୍ୟବସାୟୀଙ୍କ ପାଇଁ ଅନୁକୂଳ ରହିବ। ଯଦି ଆପଣ କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି । ତେବେ, ଏହି ସମୟ ଶୁଭ ରହିବ।  ବିଦେଶ ଯାତ୍ରାର ଯୋଗ ରହିଛି ।  ବେକାରିମାନେ ଭଲ ନିଯୁକ୍ତି ସୁଯୋଗ ପାଇବେ। ଯେଉଁ ମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ ଭଲ ରେଜଲ୍ଟ ପାଇବେ। ସ୍ବାମ୍ବୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ବିବାଦର ଅନ୍ତ ଘଟିବ। ପାରିବାରିକ ଜୀବନ ସୁଖମୟ ହେବ।

 

5/5

କୁମ୍ଭ:  କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଭଲ ରହିବ। ଯେଉଁମାନେ ଦିର୍ଘ ଦିନ  ହେବ ଚାକିରି ସନ୍ଧାନରେ ଅଛନ୍ତି । ସେମାନେ ଭଲ ସଂସ୍ଥାରୁ ଚାକିରି ପାଇବେ। ଧୌର୍ଯ୍ୟ ଏବଂ ନିଷ୍ଠା ର ସହ ସମସ୍ତ କାର୍ଯ୍ୟ କଲେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଶତ୍ରୃ ରଚିଥିବା ଷଡଯନ୍ତ୍ରକୁ ପଣ୍ତ କରିବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବା ସହ ଆୟ ବୃଦ୍ଧି ପାଇବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା ଜମିଜମା ବିବାଦର ଅନ୍ତ ଘଟିବ। ଏହି ସମୟ ମଧ୍ୟରେ ନୂତନ ଗାଡି କ୍ରୟ କରିପାରନ୍ତି। ପରିବାର ସହ ଦୂରଯାତ୍ରା ପାଇଁ ଯୋଜନା କରିବେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)