Shani Rahu Yuti 2025: ୨୦୨୫-ମାର୍ଚ୍ଚରେ ଶନି-ରାହୁଙ୍କ ଦୁର୍ଲଭ ଯୋଗ, ଟଙ୍କା ଗଣି ଗଣି ଥକି ଯିବେ ଏହି ତିନି ରାଶି!

Shani Rahu Yuti 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ୨୦୨୫,ମାର୍ଚ୍ଚ ୨୯ ରାତି ୧୦ଟା ୭ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ଛାୟା ଗ୍ରହ ରାହୁ ପୂର୍ବରୁ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଶନି-ରାହୁଙ୍କ ମିଳନ ହେତୁ, ଶନି ରାହୁ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି ହେବ। ଶନି-ରାହୁଙ୍କ ଏହି ଦୁର୍ଲଭ ସଂଯୋଗ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଯଦି ଜାତକରେ ଶନି-ରାହୁଙ୍କ ସ୍ଥିତି ମଜବୁତ୍ ରୁହେ,ତେବେ, ବ୍ୟକ୍ତି ଜଣକ ଜୀବନରେ ଧନୀ ହେବା ସହିତ ସମସ୍ତ ଦୁଃଖକଷ୍ଟ ଓ ଅକାଳ ଦୁର୍ଦଶାରୁ ମୁକ୍ତି ପାଇଥାଏ। ତେବେ, ଆସନ୍ତୁ ଜାଣିବା ଶନି-ରାହୁଙ୍କ ବିଶେଷ କୃଷା ଆସନ୍ତାବର୍ଷ କେଉଁ ରାଶି ଉପରେ ରହିବ...

Narmada Behera Dec 27, 2024, 11:49 AM IST
1/3

ବୃଷ: ଶନି-ରାହୁଙ୍କ ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଶୁଭଦାୟୀ ପ୍ରମାଣିତ ହେବ। ବିଶେଷକରି, କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। ବ୍ୟବସାୟରେ ଲାଗିରହିଥିବା ମାନ୍ଦାବସ୍ଥାରେ ସୁଧାର ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ୍ ରହିବ। ବାଣିଜ୍ୟ-ବ୍ୟବସାୟରୁ ପ୍ରଚୁର ଟଙ୍କା କମାଇବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବା ସହ ଦରମା ବୃଦ୍ଧି ହେବ। ଅଟକି ଥିବା ଟଙ୍କା ମିଳିବ। ପାରିବାରିକ ଜୀବନରେ ସୁଧାର ଆସିବ। ବନ୍ଧୁ-ବାନ୍ଧବଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମବିଶ୍ବାସ ବୃଦ୍ଧି ପାଇବେ। ପ୍ରେମୀମାନେ ସାଥୀଙ୍କ ସହିତ ଡେଟ୍ ରେ ଯିବେ। ସ୍ବାସ୍ଥ୍ୟଭଲ ରହିବ।  

ALSO READ:  Tripushkar Yoga 2025: ଡିସେମ୍ବର ୩୧ରେ ପଡୁଛି ତ୍ରି-ପୁସ୍କର ଯୋଗ, ଖୁସି ଖବର ପାଇବା ସହ ଏହିସବୁ ରାଶିଙ୍କ ବଢିବ ବ୍ୟାଙ୍କ୍ ବାଲାନ୍ସ

ALSO READ: Gold Rate Today: ସୁନା ଦର ବୃଦ୍ଧି, ଭରି ପିଛା ଏତିକି ଟଙ୍କା ବଢିଲା ରେଟ୍

2/3

ତୁଳା: ତୁଳା ରାଶି ଉପରେ ଶନି-ରାହୁଙ୍କ ବିଶେଷ କୃପା ରହିବ। ଦିର୍ଘ ଦିନର ସବୁ ଆଶା ପୂରଣ ହେବ। ଯେଉଁମାନେ ନୂଆ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମା ବଢିବ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବେ। ଦିର୍ଘ ଦିନ ଧରି ସରକାରୀ ଚାକିରି ଆଶାରେ ଥିବା ଆଶାୟୀଙ୍କ ସ୍ବପ୍ନ ସାକାର ହେବାକୁ ଯାଉଛି। ପୈତୃକ ସମ୍ପତ୍ତିରୁ ଅଧିକ ଲାଭ ପାଇବେ। ବିଦେଶ ଯବାର ଆଶା ପୂରଣ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ଭଲ ରହିବ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ରିଏଲି-ଇ-ଷ୍ଟେଟ୍-ରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ।

3/3

କୁମ୍ଭ: ଶନି-ରାହୁଙ୍କ ଦୁର୍ଲଭ ଯୋଗ ଏହି ରାଶିର ଆର୍ଥିକ ସ୍ଥିତି ସଜାଡିବ।  ଦିର୍ଘ ଦିନ ଧରି ଲାଗି ରହିଥିବା ଟଙ୍କା ପଇସାର ଅଭାବ ଦୂର ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନୂଆ ଘର କିଣିବାର ଆଶା ପୂରଣ ହେବେ। ବ୍ୟବସାୟୀମାନଙ୍କର ବାଣିଜ୍ୟ-ବ୍ୟବସାୟରେ କାରବାର ବୃଦ୍ଧି ପାଇବ। ଦୈନିକ ଲାଭ ଭଲ ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବାରେ ସଫଳ ହେବେ।  ଯେଉଁଥିରୁ ପ୍ରଚୁର ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୁଞ୍ଜି ବିନିଯୋଗ ପାଇଁ ସମୟ ଅନୁକୂଳ ରହିବ। ଏହି ସମୟେ କୌଣସି ସଂସ୍ଥାରେ ବିନିଯୋଗ କଲେ ଭଲ ଲାଭ ପାଇବେ। ବ୍ୟାଙ୍କ୍ ବାଲାନ୍ସ ବଢିବ। ଧାର୍ମିକ କାର୍ଯ୍ୟ କରିବା ପାଇଁ ଆଗ୍ରହ ବଢିବ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link