Advertisement
Photo Details/zeeodisha/odisha2576411
photoDetails0hindi

Tripushkar Yoga 2025: ଡିସେମ୍ବର ୩୧ରେ ପଡୁଛି ତ୍ରି-ପୁସ୍କର ଯୋଗ, ଖୁସି ଖବର ପାଇବା ସହ ଏହିସବୁ ରାଶିଙ୍କ ବଢିବ ବ୍ୟାଙ୍କ୍ ବାଲାନ୍ସ

31 December Horoscope: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଆଉ ଦିନ କେଇଟା ପରେ ଆସୁଛି ନୂଆ ବର୍ଷ । ବର୍ଷର ଶେଷ ଦିନ ଅର୍ଥାତ୍ ଡିସେମ୍ବର ୩୧ ତାରିଖ ଦିନ ପୂର୍ବସଦା ନକ୍ଷେତ୍ରରେ ସୂର୍ଯ୍ୟ-ଚନ୍ଦ୍ରଙ୍କ ମିଳନ ହେତୁ ତ୍ରି-ପୁସ୍କରା ଯୋଗ ଗଠନ ହେଉଛି। ନୂଆ ବର୍ଷ ପୂର୍ବରୁ ଏହି ତ୍ରି-ପୁସ୍କର ଯୋଗ କିଛି ରାଶିଙ୍କ ପାଇଁ ବରଦାନ ପାଲଟିବ। ବାଣିଜ୍ୟ-ବ୍ୟବସାୟରେ ପ୍ରଚୁର ଆର୍ଥିକ ଲାଭ ହେବା ସହିତ ସମସ୍ତ କ୍ଷେତ୍ରରେ ସଫଳତା ମିଳିବ। ତେବେ, ଆସନ୍ତୁ ଜାଣିବା ଏହି ପୁସ୍କରା ଯୋଗ କେଉଁ ସବୁ ରାଶିଙ୍କୁ ମାଲାମାଲ୍ କରୁଛି।....

1/7
ମେଷ:  ତ୍ରି-ପୁସ୍କର ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବିଶେଷ କରି ଏହି ସମୟ ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବ।  କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ।   କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ବ୍ୟବସାୟୀମାନେ ବ୍ୟବସାୟରେ ଏକ ବଡ଼ ଡିଲ୍ ଫାଇନାଲ୍ କରିବାରେ ସହାୟକ ହେବେ। ଯେଉଁଥିରୁ ପ୍ରଚୁର ଲାଭ ପାଇବେ। ବାଣିଜ୍ୟ-କାରବାର ଭଲ ହେବା ସହିତ ବାକି ପଡିଥିବା ଟଙ୍କା ପାଇବାରେ ସମର୍ଥ ହେବେ। ଯଦି କୌଣସି ସଂସ୍ଥାରେ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି। ତେବେ, ଜଣେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ।  ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ଜୀବନରେ ଲାଗିଥିବା ସମସ୍ୟା ଦୂର ହେବା ସହିତ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ।   

ALSO READ: Former PM Manmohan Singh: ମନମୋହନଙ୍କ ଓଡ଼ିଶା ସମ୍ପର୍କ ଥିଲା ଅତ୍ୟନ୍ତ ପାରିବାରିକ

ALSO READ: Today Horoscope: ଏହିସବୁ ରାଶି ଉପରେ ରହିବ ମହାଲକ୍ଷ୍ମୀଙ୍କ ବିଶେଷ କୃପା; ରହିଛି ଧନଲାଭର ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମତି ରହିବ ଶୁକ୍ରବାର?

2/7

ବୃଷ: ତ୍ରି-ପୁସ୍କର ଯୋଗ ଏହି ରାଶିଙ୍କୁ ମାଲାମାଲ୍ କରିବ। ପୁରୁଣା ବିନିଯୋଗରୁ ଅପ୍ରତ୍ୟାଶିତ ଲାଭ ପାଇବେ।  ଚାକିରି କରୁଥିବା ଲୋକଙ୍କର ଦରମା ବଢିବା ସହିତ ମାନ-ସମ୍ମାନ ବୃଦ୍ଧି ପାଇବ। ଯେଉଁ ମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି , ସେମାନଙ୍କୁ ଭଲ ସଂସ୍ଥାରୁ ଚାକିରି ଅଫର ମିଳିବ। ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିବ। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ।  ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ଭଲ ରେଜଲ୍ଟ କରିବେ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ସ୍ବାସ୍ଥ୍ୟ ଭଲ ରହିବ। 

3/7

ସିଂହ: ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ତ୍ରି-ପୁସ୍କର ଯୋଗ ବେଶ ଶୁଭଦାୟୀ ପ୍ରମାଣିତ ହେବ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। କଠିନ ପରିଶ୍ରମର ଫଳ ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସାହିତ୍ୟ, କଳା, ସାମ୍ବାଦିକତା ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ସମୟ ବେଶ୍ ଭଲ ରହିବ। ଏହି ସମୟ  ମଧ୍ୟରେ ଆତ୍ମବିଶ୍ବାସ ବୃଦ୍ଧି ପାଇବା ସହିତ ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି।  ବିଦେଶ ଯାତ୍ରାର ଯୋଗ ରହିଛି । ବାଣିଜ୍ୟ-ବ୍ୟବସାୟରେ ଆଶା ଠାରୁ ଅଧିକ ଲାଭ ମିଳିବ। ପରିବାର ସହ ଭଲ ସମୟ ବିତାଇବେ। 

 

4/7

କନ୍ୟା: ତ୍ରି-ପୁସ୍କର ଯୋଗ ଏହି ରାଶିଙ୍କ ଭାଗ୍ୟ ଉଦୟ କରିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ପାର୍ଟନର-ସିପ୍-ରେ ଚାଲିଥିବା ବ୍ୟବସାୟରୁ ଅପ୍ରତ୍ୟାଶିତ ଲାଭ ପାଇବେ। ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବା ପାଇଁ ଚିନ୍ତା କରୁଥିବା ଯୋଜନା ଫଳବତୀ ହେବ। ଦିର୍ଘ ଦିନ ଧରି କୋର୍ଟ-କଚେରୀରେ ଚାଲିଥିବା ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ପୁରୁଣା ରୋଗରୁ ମୁକ୍ତି ମିଳିବ। ନିଜ ପରିବାର ସହ ଦୂରଯାତ୍ରା କରିବେ। ପ୍ରେମ ଜୀବନ ଭଲ ରହିବ।

 

5/7

ଧନୁ:  ତ୍ରି-ପୁସ୍କର ଯୋଗ ଏହି ରାଶିଙ୍କ ଭାଗ୍ୟ ଚମକାଇବ। ବିଶେଷକରି, କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଶୁଭ ରହିବ। ଯେଉଁମାନେ ସରକାରୀ ଚାକିରି ପାଇଁ ସ୍ବପ୍ନ ଦେଖୁଛନ୍ତି, ସେମାନଙ୍କ ସ୍ବପ୍ନ ସାକାର ହେବ। ଆର୍ଥିକ ସ୍ଥିତି ଭଲ ରହିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବେ। ନୂଆ ଘର କିମ୍ବା ଫ୍ଲାଟ୍ କିଣିବାର ଆଶା ପୂରଣ ହେବ। ଯେଉଁମାନେ ପୁଞ୍ଜି ବିନିଯୋଗ ପାଇଁ ଯୋଜନା କରୁଛନ୍ତି। ଜଣେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ପ୍ରେମ ବିବାହରେ ଆସୁଥିବା ବାଧାବିଘ୍ନ ଦୂର ହେବ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। 

 

6/7

ମକର:  ଚନ୍ଦ୍ର ଓ ସୂର୍ଯ୍ୟ ମିଳିନ ଏହି ରାଶିକୁ ଲାଭବାନ୍ କରାଇବ।  ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ନୂଆ ଗାଡି କିଣିବା ସ୍ବପ୍ନ ସାକାର ହେବା। ପରିବାରରେ ଲାଗି ରହିଥିବା ବିବାଦ ଦୂର ହେବ। ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବେ। ସରକାରୀ ଚାକିରିଆଙ୍କ ପାଇଁ ସମୟ ଶୁଭ ରହିବ। ପଦୋନ୍ନତି ହେବା ସହ ମନ ପସନ୍ଦର ସ୍ଥାନକୁ ବଦଳି ହେବାର ସମ୍ଭାବନା ରହିଛି । ସ୍ବାସ୍ଥ୍ୟ ଭଲ ରହିବ। ପିଲାମାନଙ୍କ ଠାରୁ ଖୁସି ଖବର ପାଇବେ। ପୁରୁଣା ବିବାଦର ସମାଧାନ ହେବ।

7/7

ମୀନ:  ଦିର୍ଘ ଦିନ ଧରି ଲାଗି ରହିଥିବା ଆର୍ଥିକ ସଙ୍କଟ ଦୂର ହେବ। କର୍ମକ୍ଷେତ୍ରରେ ପଦ-ମର୍ଯ୍ୟଦା ପ୍ରାପ୍ତ ହେବ । ବ୍ୟବସାୟୀମାନେ ବାଣିଜ୍ୟ-ବ୍ୟବୟାରେ ଅଗ୍ରଗତି କରିବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ କର୍ମକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ। ବରିଷ୍ଠ ଅଧିକାରୀ ଓ ସହକର୍ମୀଙ୍କ ସହ ଯୋଗ ପାଇବେ। କଠିନ ପରିଶ୍ରମ ପାଇଁ ସମ୍ମାନୀତ ହେବେ। ପୁରୁଣା ବିନିଯୋଗ ଓ ଲଟେରୀରୁ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)