୧୪୧ ଦିନ ଯାଏଁ ଶନିଙ୍କ କୋପରୁ ସାବଧାନ ରୁହନ୍ତୁ ଏସବୁ ରାଶି, ଆପଣାନ୍ତୁ ଏହି ଉପାୟ, ନଚେତ୍...

Shani Vakri 2022: ଏହା ପରେ ଶନି ଦେବ (Shani Dev) ୧୪୧ ଦିନ ପାଇଁ ଓଲଟା ଗତିରେ ରହିବେ ଓ ଅକ୍ଟୋବର ୨୩ରେ ମାର୍ଗୀ ହୋଇଯିବେ । ଶନିଙ୍କ ଏହି ବକ୍ରୀ ଗତିରୁ ସେହି ସବୁ ରାଶି ଉପରେ ବିଶେଷ ପ୍ରଭାବ ପକାଇବ ଯେଉଁମାନଙ୍କ ଉପରେ ସାଢ଼େସାତୀ କିମ୍ବା ଧାୟା ଚାଲିଛନ୍ତି । ଆସନ୍ତୁ ଜାଣିବା ଶନିଙ୍କ ବକ୍ରୀ ଗତିବିଧି ଉପରେ କେଉଁ ସବୁ ରାଶି ଉପରେ ବିଶେଷ ପ୍ରଭାବ ପଡ଼ିବ...

ଜୀ ଓଡ଼ିଶା ଡେସ୍କ Tue, 22 Feb 2022-2:15 pm,
1/7

Shani Vakri 2022: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଦେବ (Shani Dev) କୌଣସି ଗୋଟିଏ ରାଶିରେ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ରହନ୍ତି । ଏହି ସମୟ ମଧ୍ୟରେ ସେ ମଧ୍ୟ କିଛି ସମୟ ପାଇଁ ବକ୍ରୀ ଗତିରେ ରହନ୍ତି । ଶନି ଦେବ ବର୍ତ୍ତମାନ ମକର ରାଶିରେ ଗୋଚର ଅବସ୍ଥାରେ ଅଛନ୍ତି । ଏପ୍ରିଲ ୨୯ରେ ଶନି ଦେବ ରାଶି ପରିବର୍ତ୍ତନ କରିବେ ଓ ଜୁନ୍ ୫ରେ ବକ୍ରୀ ହୋଇଯିବେ ।

2/7

ଏହା ପରେ ଶନି ଦେବ (Shani Dev) ୧୪୧ ଦିନ ପାଇଁ ଓଲଟା ଗତିରେ ରହିବେ ଓ  ଅକ୍ଟୋବର ୨୩ରେ ମାର୍ଗୀ ହୋଇଯିବେ । ଶନିଙ୍କ ଏହି ବକ୍ରୀ ଗତିରୁ ସେହି ସବୁ ରାଶି ଉପରେ ବିଶେଷ ପ୍ରଭାବ ପକାଇବ ଯେଉଁମାନଙ୍କ ଉପରେ ସାଢ଼େସାତୀ କିମ୍ବା ଧାୟା ଚାଲିଛନ୍ତି । ଆସନ୍ତୁ ଜାଣିବା ଶନିଙ୍କ ବକ୍ରୀ ଗତିବିଧି ଉପରେ କେଉଁ ସବୁ ରାଶି ଉପରେ ବିଶେଷ ପ୍ରଭାବ ପଡ଼ିବ...

3/7

କୁମ୍ଭ ରାଶି

ଏପ୍ରିଲ ୨୯ରେ ଶନି ଦେବ (Shani Dev) କୁମ୍ଭରେ ଗୋଚର କରିବେ । ଏହା ପରେ ଶନି ବକ୍ରା ଅବସ୍ଥାକୁ ଯିବେ । ଏପରି ପରିସ୍ଥିତିରେ କୁମ୍ଭ ରାଶିର ଲୋକଙ୍କୁ ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ଶନି ବକ୍ରା ସମୟରେ ବାଦବିବାଦରୁ ଦୂରେଇ ରହିବାକୁ ପଡ଼ିବ । ଆହୁରି ମଧ୍ୟ କୌଣସି ନିଷ୍ପତ୍ତି ଧ୍ୟାନ ସହ ନିଆଯିବା ଆବଶ୍ୟକ ।

4/7

ମକର ରାଶି

ଶନି ବକ୍ରୀ ଅବଧି ସମୟରେ ଏହି ରାଶିରେ ଲୋକଙ୍କ ଅସୁବିଧା ମଧ୍ୟ ବଢ଼ପାରେ । କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇପାରେ । ଚାକିରି-ନିଯୁକ୍ତିରେ ମଧ୍ୟ ବାଧା ଆସିପାରେ । ଶନି ବକ୍ରୀ ସମୟରେ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡ଼ିବ ।

5/7

ବିଛା ରାଶି

ଶନି ବକ୍ରୀ କାଳରେ ଏହି ରାଶିର ଲୋକମାନେ ଧାୟା ପର୍ଯ୍ୟାୟ ଦେଇ ଗତି କରିବେ । ଏପରି ସ୍ଥିତିରେ ଶାରୀରିକ ଯନ୍ତ୍ରଣା ବୃଦ୍ଧି ପାଇପାରେ । ଯେତେବେଳେ ଶନି ବକ୍ରୀ ହୁଅନ୍ତି, ସେତେବେଳେ ଧାୟା ରୋଗରେ ପୀଡିତ ଲୋକଙ୍କ ଦୁଃଖ ବଢ଼ିଯାଏ । ଏଭଳି ପରିସ୍ଥିତିରେ ଏହି ସମୟ ମଧ୍ୟରେ ସତର୍କ ରହିବା ଆବଶ୍ୟକ । ଶତ୍ରୁମାନେ ମଧ୍ୟ ହଇରାଣ କରିପାରନ୍ତି । ଏହା ବ୍ୟତୀତ କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜ ମଧ୍ୟ ଆସିବ ।

6/7

କର୍କଟ ରାଶି

ଶନିଙ୍କ ବକ୍ରୀ ସମୟରେ କର୍କଟ ରାଶି ଉପରେ ଶନିଙ୍କ ଧାୟା ଚାଲିବ । ଏପରି ପରିସ୍ଥିତିରେ ଏହି ରାଶିର ଲୋକମାନେ ଏହି ସମୟ ମଧ୍ୟରେ ସତର୍କ ହେବା ଆବଶ୍ୟକ । ଶନି ବକ୍ରୀ ସମୟରେ କାର୍ଯ୍ୟରେ ବାଧା ସୃଷ୍ଟି ହେବ । ଆହୁରି ମଧ୍ୟ ଆର୍ଥିକ ପରିସ୍ଥିତିରେ ପରିବର୍ତ୍ତନ ହୋଇପାରେ । ଏହା ବ୍ୟତୀତ ଗାଡ଼ି ଚଲାଇବା ସମୟରେ ବିଶେଷ ଯତ୍ନ ନେବା ଆବଶ୍ୟକ ।

ଏହା ବି ପଢ଼ନ୍ତୁ:-ୟୁରୋପରେ ୟୁକ୍ରେନ ହେଉଛି ଦ୍ୱିତୀୟ ବୃହତ୍ତମ ଦେଶ, ଜାଣନ୍ତୁ ଏହାର ଜନସଂଖ୍ୟା, ମୁଦ୍ରା, ଧର୍ମ, ଭାଷା ଏବଂ କିଛି ରୋଚକ ତଥ୍ୟ

ଏହା ବି ପଢ଼ନ୍ତୁ:-ଯଦି ୟୁକ୍ରେନ ଉପରେ ଆକ୍ରମଣ କରେ ଋଷ, ତେବେ ଦୁନିଆକୁ ଭୋଗିବାକୁ ପଡ଼ିବ ଏସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-ପୁଟିନଙ୍କ ଏହି ଗୋଟିଏ ନିଷ୍ପତ୍ତି ବଢ଼ାଇ ଦେଇଛି ଯୁଦ୍ଧ ଆଶଙ୍କା, ଆମେରିକା ମଧ୍ୟ ନେଲା ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀ ଆସୁଛି', ଏହି ଚେତାବନୀ ବଢ଼ାଇଦେଲା ଟେନସନ

7/7

ଶନି ସାଢ଼େସାତୀ କିମ୍ବା ଧାୟା ପାଇଁ ପ୍ରତିକାର

ଶନିଙ୍କ ସାଢ଼େସାତୀ କିମ୍ବା ଧାୟା କୋପକୁ ଏଡ଼ାଇବା ପାଇଁ ଶନିବାର ସନ୍ଧ୍ୟାରେ  ବର ଗଛକୁ ପୂଜା କରନ୍ତୁ । ସେଠାରେ ଏକ ସୋରିଷ ତେଲ ଦୀପ ମଧ୍ୟ ଜାଳନ୍ତୁ । ଏହା ପରେ ଶନି ଦେବଙ୍କ "ଓଁ ଶଂ ଶନୈଶ୍ଚରାୟ ନାମଃ" ମନ୍ତ୍ର ୧୦୮ ଥର ଜପ କରନ୍ତୁ । ମନେ କରାଯାଏ ଯେ ଏହା କରିବା ଦ୍ୱାରା ଶନି ସମସ୍ୟା ଉତ୍ପନ କରନ୍ତି ନାହିଁ ।

(ଡିସକ୍ଲେମର: ଏଠାରେ ଦିଆଯାଇଥିବା ସୂଚନା ସାମାନ୍ୟ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA ଏହାର ପୃଷ୍ଟି କରେ ନାହିଁ ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link