Shani Vakri 2024: କୁମ୍ଭରେ ଶନିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କ ଉଦୟ ହେବ ଭାଗ୍ୟ, କିଣିବେ ନୂଆ ଗାଡି ସାଙ୍ଗକୁ...

Shani Vakri 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ, ନବଗ୍ରହଙ୍କ ମଧ୍ୟରୁ ଶନିଦେବ ସବୁଠୁ ନିଷ୍ଠୁର ଗ୍ରହ ବୋଲି ବିବେଚନା କରାଯାଏ। ଶନି ମହାରାଜ୍ ପ୍ରାୟ ଅଢେଇ ବର୍ଷରେ ଥରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ପୁଣି ଥରେ ସେହି ରାଶିକୁ ସେପ୍ଟେମ୍ବର ସକାଳ ୧୦ଟା ୪୫ ମିନିଟ୍ ସମୟରେ ଓଲଟା ଚଳନ କରିବେ। ଏହି ଓଲଟା ଚଳନ କିଛି ରାଶି ପାଇଁ ଶୁଭଫଳ ପ୍ରଦାନ କରିବାକୁ ଯାଉଥିବା ବେଳେ ଆଉ କିଛି ରାଶି ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ରାଶିରେ ଶନିଙ୍କ ସ୍ଥିତି ମଜବୁତ୍ ରହିଲେ ବ୍ୟକ୍ତିର ଜୀବନରେ କୌଣସି ଦୁଃଖକଷ୍ଟ ପାଖ ମାଡେ ନାହିଁ ବୋଲି ବିଶ୍ବାସ ରହିଛି। ତେବେ, ଆସନ୍ତୁ ଜାଣିବା ଶନିଙ୍କ କୃପାରୁ ଏହିସବୁ ରାଶିକୁ ଶୁଭଫଳ ମିଳିବାକୁ ଯାଉଛି।...

Narmada Behera Sat, 07 Sep 2024-7:07 am,
1/5

ବୃଷ: ଶନିଙ୍କ ଓଲଟା ଚଳନ ଏହି ରାଶିଙ୍କ ପାଇଁ ବେଶ ଲାଭଦାୟୀ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ଠାରୁ ସମସ୍ତ କାର୍ଯ୍ୟରେ ପୂର୍ଣ୍ଣ ସମର୍ଥନ ପାଇବେ। ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ହୋଇପାରେ। ଦିର୍ଘ ଦିନଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ସେୟାର ମାର୍କେଟ୍ କିମ୍ବା ଲଟେରିରୁ ଲାଭବାନ୍ ହେବେ। ସମାଜରେ ମାନ ସମ୍ନାନ ବୃଦ୍ଧି ପାଇବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ। 

ALSO READ: Today Horoscope: ଶନିଙ୍କ କୃପାରୁ ବଦଳିବ ଆଜି ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ALSO READ: Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କୁ ମିଳିବ ନୂଆ ଚାକିରି ସହ...

2/5

ମିଥୁନ:  ଶନିଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ଅବଧି ମଧ୍ୟରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ।  କ୍ୟାରିୟରକୁ ନେଇ କୌଣସି ଖୁସି ଖବର ପାଇ ପାରନ୍ତି। ଯେଉଁମାନେ, ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। ବ୍ୟବସାୟୀମାନେ ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ।  ଧାର-କରଜ କରିଥିବା ଋଣକୁ ପରିଶୋଧ କରିବାରେ ସଫଳ ହେବେ।  ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ହେଲେ ପ୍ରେମୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ ମତାନ୍ତର ହୋଇପାରେ । ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି।  ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ। 

3/5

କର୍କଟ:  ଶନିଙ୍କ ଓଲଟା ଚଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ।   ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ। ପଦୋନ୍ନତି ସହ ଦରମା ବଢିବ। ଏବଂ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। ବେକାରିଙ୍କୁ ଭଲ ନିଯୁକ୍ତି ମିଳିବ। ବ୍ୟବସାୟୀମାନେ ପୁରୁଣା ବିନିଯୋଗରୁ ଲାଭ ପାଇବେ। ନୂତନ ବ୍ୟବସାୟରେ ପୁଞ୍ଜି ବିନିଯୋଗ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ରାଜନୈତିକ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ କୌଣସି ବଡ଼ ପଦବୀ ଓ ଦାୟିତ୍ବ ମିଳିପାରେ। ନିଜ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇ ମନ ଖୁସି ରହିବ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଲାଗି ରହିବ। ଗାଡି଼ ଚାଳନା ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ। 

4/5

କୁମ୍ଭ: ସେପ୍ଟେମ୍ବର ମାସର ଦ୍ବୀତିୟ ସପ୍ତାହରୁ  ଚମକିବାକୁ ଯାଉଛି ଏହି ରାଶିର ଭାଗ୍ୟ। କାହିଁକିନା, ଶନି ମହାରାଜ୍ ଏହି ରାଶିରେ ବିରାଜମାନ ଅଛନ୍ତି। ଏହି ସମୟ ମଧ୍ୟରେ, ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଆର୍ଥିକ ସ୍ଥିତିକୁ ମଜବୁତ୍ ହେବା ସହ ବେକାରିଙ୍କୁ ଭଲ ଚାକିରି ମିଳିବ। ଦିର୍ଘ ଦିନ ଧରି ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ନୂତନ ଗାଡି କିମ୍ବା ଜମି କିଣିବେ। ବୈବାହିକ ଜୀବନ ସୁଖମୟ ହେବା। ଦୂରଯାତ୍ରା ଶୁଭ ଫଳ ପ୍ରଦାନ କରିବ। ଏବଂ ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। 

5/5

ମୀନ:  ଶନିଙ୍କ ଚଳନ ଏହି ରାଶିକୁ ଲାଭବାନ୍ କରିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଧାର୍ମିକ କାର୍ଯ୍ୟ ପ୍ରତି ମନୋବଳିବ। ଖାସ୍ କରି, ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ପ୍ରେମୀମାନଙ୍କ ପାଇଁ ମଧ୍ୟ ସମୟ ଭଲ ରହିବ। ନିଜ ସାଥୀଙ୍କ ଏକ ରୋମାଣ୍ଟିକ୍ ଡେଟ୍ ରେ ଯିବା ସହ ଦାମୀ ଉପହାର ମଧ୍ୟ ପାଇପାରନ୍ତି।  କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ସମୟ ଅତ୍ୟନ୍ତୁ ଅନୁକୂଳ ରହିବ। ଦଳ ପକ୍ଷରୁ କୌଣସି ବଡ଼ ଦାୟିତ୍ବ ମିଳିପାରେ।      (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link