Advertisement
Photo Details/zeeodisha/odisha2418448
photoDetails0hindi

Today Horoscope: ଶନିଙ୍କ କୃପାରୁ ବଦଳିବ ଆଜି ଏହିସବୁ ରାଶିଙ୍କ ଭାଗ୍ୟ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

 
Horoscope Today 7 September 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ସେପ୍ଟେମ୍ବର ୭ ହେଉଛି ଶନିବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

1/12
ମେଷ ରାଶି :- ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ । ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି । ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ ।   ALSO READ: Guru Vakri 2024: ଦେବଗୁରୁ ବୃହସ୍ପତିଙ୍କ ଓଲଟା ଚଳନ, ଏହିସବୁ ରାଶିଙ୍କୁ ମିଳିବ ନୂଆ ଚାକିରି ସହ... ALSO READ: Weekly Career Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଗାମୀ ସପ୍ତାହ, କ୍ୟାରିୟରକୁ ନେଇ ମିଳିବ ଖୁସି ଖବର ସହ..

2/12
ବୃଷ ରାଶି:- ବ୍ୟକ୍ତି ମନ ମୁତାବକ କାର୍ଯ୍ୟ କରି ଖୁସି ଅନୁଭବ କରିବେ । ଶତ୍ରୁ କ୍ଷୟ ହେବା ସହିତ ଘରୋଇ କାର୍ଯ୍ୟରେ ପ୍ରବୀଣ ରହିବେ । ବିଦ୍ୟାର୍ଥୀମାନେ ପାଠ ପଢାରେ ନୂତନ ମନୋଭାବ ନେଇ ପାଠ ପଢିବେ । ଆଜିଠାରୁ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ।  

3/12
ମିଥୁନ ରାଶି:- ଆପଣ ଆଜି ବିନିତ ସ୍ୱଭାବ ଯୁକ୍ତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ । ସମସ୍ତ ଯାତ୍ରା ଅନୁକୂଳ ରହିବା ସହିତ ବିବାହ ଉପଯୋଗୀଙ୍କ ବିବାହ ସ୍ଥିର ହୋଇଯିବ । ଆପଣ ଆଜି ବିଷ୍ଣୁ ସହସ୍ରନାମ ପାଠ କରିବା ସହିତ ଛୋଟ ପିଲାଙ୍କୁ ଚକଲେଟ୍ ଦିଅନ୍ତୁ ।

4/12
  କର୍କଟ ରାଶି:- ବ୍ୟକ୍ତିମାନେ ପରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ଲାଭ କରିବେ । ବହୁଧନ ଲାଭ କରି ଆନନ୍ଦିତ ରହିବେ । ପାରିବାରିକ ସ୍ଥିତି ମଜବୁତ ରହିବ । ପରୋପକାର କରି ଆନନ୍ଦିତ ରହିବେ । ଆଜି ଆପଣ ଶିବ ମନ୍ଦିରରେ ଜଳାଭିଷେକ କରନ୍ତୁ ।  

5/12
ସିଂହ ରାଶି:- ଆଜି ଆପଣ ସମସ୍ତ ବାଧାବିଘ୍ନକୁ ଏଡାଇ ଆଗକୁ ବଢି ଚାଲିବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ରହିବେ । ସୁଖ ସମ୍ମାନ ଲାଭ କରିବେ । ମଘା ଓ ଉତ୍ତର ଫାଲ୍‌ଗୁନୀ ନକ୍ଷତ୍ର ବ୍ୟକ୍ତିମାନେ ବ୍ୟବସାୟରେ ପ୍ରବଳ ଉନ୍ନତି କରିବେ । ପ୍ରତ୍ୟେକ ଦିନ ଆଦିତ୍ୟହୃଦୟ ସ୍ତୋତ୍ର ପାଠ କରନ୍ତୁ ।  

6/12
କନ୍ୟା ରାଶି:- ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ । ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ ।  

7/12
ତୁଳା ରାଶି:- ବିବାଦୀୟ ଘଟଣାରେ ବିଜୟୀ ଲାଭ କରିବେ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି କରିବେ । ନିଜର ଭଲ ଗୁଣ ଯୋଗୁ ଅନ୍ୟମାନଙ୍କ ଆଗରେ ପରିଚିତ ହେବେ । ବ୍ୟୟ ଭାର ସାମାନ୍ୟ ବଢିବ । ମାନସିକ ଶାନ୍ତି ଲାଭ କରିବେ । ପ୍ରତ୍ୟେକ ଦିନ ବେଲଗଛ ମୂଳେ ପାଣି ଦିଅନ୍ତୁ ଭଲ ଫଳ ପ୍ରାପ୍ତି କରିବେ ।

8/12

ବିଛା ରାଶି:- ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କର୍ମତତ୍‌ପରତା ବୃଦ୍ଧି ପାଇବା ସହିତ ନୂତନ କର୍ମନିଯୁକ୍ତି ଯୋଗ ଦେଖାଯାଉଛି । ଉନ୍ନତି ପଥରେ ଆଗକୁ ବଢିଚାଲିବେ । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ତ୍ୟାଗଶୀଳ ଓ ନୀତିଜ୍ଞ ରହିବେ । ଭାଗ୍ୟବାନ ରହିବେ । ଗଣେଶଙ୍କୁ ପ୍ରତ୍ୟେକ ଦିନ ନାଲି ମନ୍ଦାରଫୁଲ ଅର୍ପଣ କରନ୍ତୁ ।  

9/12
ଧନୁ ରାଶି:- ଆଜି ଆପଣଙ୍କ ଚିନ୍ତାଧାରା ଉନ୍ନତି ସହିତ ସମସ୍ତଙ୍କ ପ୍ରିୟଭାଜନ ହେବେ । ନୂତନ ବନ୍ଧୁଙ୍କ ଦ୍ୱାରା କାର୍ଯ୍ୟ ହାସଲ ଆପଣ କରିପାରିବେ । ଅଟକି ରହିଥିବା ଅର୍ଥପ୍ରାପ୍ତି କରିବେ । ମାଲିମକୋଦ୍ଦମା କ୍ଷେତ୍ରରେ ବିଜୟୀ ହେବେ । ପ୍ରତ୍ୟେକ ଦିନ ନାଲିଚନ୍ଦନ ମଥାରେ ଧାରଣ କରନ୍ତୁ ।  

10/12

ମକର ରାଶି:- ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚର ପରିମାଣ ଆୟ ଠାରୁ ଅଧିକ ହେବ । ଦାମ୍ପତ୍ୟ ଜୀବନରେ ପୂର୍ବରୁ ଥିବା ବିବାଦର ଅନ୍ତ ଘଟିବ । ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ପ୍ରତ୍ୟେକ ଦିନ କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ ।  

11/12
କୁମ୍ଭ ରାଶି:- ଆଜି ଆପଣ କଳା ଓ ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ମଧ୍ୟ ହେବେ । ଆୟ ଯଥେଷ୍ଟ ପରିମାଣ ବୃଦ୍ଧି ପାଇବ । ସନ୍ତାନମାନଙ୍କ ପାଇଁ ଖୁସି ଅନୁଭବ କରିବେ । ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବଢିବ । ଓଁ ପ୍ରାଂ ପ୍ରୀଂ ପ୍ରୌଂ ଶ ଶନୟେ ନମଃ ମନ୍ତ୍ରଟିକୁ ଜପ କରନ୍ତୁ ।  

12/12

ମୀନ ରାଶି:- ମାନସିକ ଶାନ୍ତି ଅନୁଭବ କରିବେ । ଆର୍ଥିକ, ସାମାଜିକ କ୍ଷେତ୍ରରେ ପ୍ରବଳ ଉନ୍ନତି ଘଟିବ । ପିତା ମାତାଙ୍କ ସୁଯୋଗ୍ୟ ସନ୍ତାନ ହେବେ । କର୍ମକ୍ଷେତ୍ରରେ ମଉଜ ମଜଲିସ୍‌ରେ ସମୟ ଅତିବାହିତ କରିବେ । ଗାଡି ମଟର କ୍ରୟ ଯୋଗ ଦେଖାଯାଉଛି । ଓଁ ଗଂ ଗଣପତୟେ ନମଃ ମନ୍ତ୍ରଟିକୁ ସବୁଦିନ ପଢନ୍ତୁ ।