Surya Budh Yuti 2024: ସୂର୍ଯ୍ୟ-ବୁଧଙ୍କ କୃପାରୁ କୋଟିପତି ହେବେ ଏହି ୫ ରାଶି, ଆସନ୍ତାକାଲିଠୁ ଆରମ୍ଭ ହେବ ଶୁଭ ସମୟ!

Surya Budh Yuti 2024: ନବଗ୍ରହଙ୍କ ମଧ୍ୟରୁ ସୂର୍ଯ୍ୟଙ୍କ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ଏହି କ୍ରମରେ ସୂର୍ଯ୍ୟଦେବ ଆସନ୍ତାକାଲି ସକାଳ ୮ଟା ୪୦ ମିନିଟ୍ ସମୟରେ ତୁଳା ରାଶିକୁ ଚଳନ କରିବାରୁ ଥିବା ବେଳେ ଚଳିତ ମାସ ୧୮ ତାରିଖ ଦିନ ସେହି ରାଶିକୁ ଗ୍ରହମାନଙ୍କର ରାଜକୁମାର ବୁଧ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳନ କିଛି ରାଶି ପାଇଁ ଶୁଭଯୋଗ ସୃଷ୍ଟି କରୁଥିବା ବେଳେ ଆଉ କିଛି ରାଶି ପାଇଁ ଅଶୁଭ ସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା ସୂର୍ଯ୍ୟ-ବୁଧଙ୍କ ଅପୂର୍ବ ମିଳନ କେଉଁ ସବୁ ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଯାଉଛି।...

Narmada Behera Wed, 16 Oct 2024-10:30 am,
1/5

ତୁଳା:  ସୂର୍ଯ୍ୟ ଓ ବୁଧଙ୍କ ଏହି ଦୁର୍ଲଭ ସଂଯୋଗ ଏହି ରାଶିପାଇଁ ଶୁଭଦାୟୀ ରହିବ। ବିଶେଷକରି, ଚଳିତ ମାସ ମଧ୍ୟଭାଗରୁ ଭଲ ଦିନ ଆରମ୍ଭ ହେବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପ୍ରାପ୍ତ କରିବେ। ଉଚ୍ଚ ଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବେ।  ବିଶେଷକରି, ସରକାରୀ ଚାକିରିଆଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ।  ପଦୋନ୍ନତି ମିଳିବା ସହ ଦରମା ବଢିବ। ଆୟରେ ବୃଦ୍ଧି ଘଟିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ପ୍ରେମୀ ମାନଙ୍କ ଲାଗି ସମୟ ଖାସ୍ ରହିବ। ସାଥୀଙ୍କ ଠାରୁ ବିବାହ ପ୍ରସ୍ତାବ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

ALSO READ: Viral Video: ସାହୁ ଭାଉଜଙ୍କ ପରେ ଯାତ୍ରା ମଞ୍ଚରେ ଜଲଓ୍ବା ଦେଖାଇଲେ ଅଭିନେତ୍ରୀ କାବେରୀ, ଭିଡିଓ ଭାଇରାଲ୍

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ଚମକାଇବ ଏହିସବୁ ରାଶିଙ୍କ ଭାଗ୍ୟ, ବ୍ୟବସାୟୀ ହେବେ ଲାଭବାନ!

2/5

ବିଛା: ସୂର୍ଯ୍ୟ ଓ ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍ମକ୍ଷେତ୍ରରେ ଶୁଭଫଳ ପାଇବେ। ଯେଉଁମାନେ ବେସରକାରୀ ଚାକିରି କରୁଛନ୍ତି । ସେମାନେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବ। ଆମଦାନୀ-ରପ୍ତାନୀ ଓ  ଟେକ୍ସଟାଇଲ୍ ବୃତ୍ତିରେ ଥିବା ଲୋକେ ବ୍ୟବସାୟରେ ଅଧିକ ଲାଭ ପାଇବେ। ପୁଞ୍ଜି ବିନିଯୋଗ ପାଇଁ ସମୟ ଅତ୍ୟନ୍ତ ଭଲ ରହିବ। ଲଟେରୀ ଓ ସେୟାର ମାର୍କେଟ୍ ରୁ ଲାଭ ପାଇବେ। ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ନିଜ ସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। 

3/5

ଧନୁ:  ଦୁଇ ଗ୍ରହଙ୍କ ଶୁଭ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ଚାପ ବଢିବ ହେଲେ ଆୟ ବୃଦ୍ଧି ହେବ। ଯେଉଁମାନେ କଳା, ସାମ୍ବାଦିକତା ଓ ଫେଶନ ଡିଜାଇନିଂ କ୍ଷେତ୍ରରେ ଜଡିତ ଅଛନ୍ତି । ସେମାନଙ୍କ ପାଇଁ ସମୟ ବେଶ୍ ଭଲ ରହିବ।  ଦିର୍ଘ ଦିନ ଅଧା ରହିଥିବା କାର୍ଯ୍ୟକୁ ପୂରା କରିବାରେ ସଫଳ ହେବେ।  ଏହି ସମୟରେ ନୂଆ ଘର ଓ ଗାଡି ମଧ୍ୟ କିଣିବେ। ପୌତୃକ ସମ୍ପତ୍ତିରୁ ଲାଭ ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ କରିବେ। 

4/5

  କୁମ୍ଭ : ସୂର୍ଯ୍ୟ - ବୁଧଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବ।  ଜୀବନରେ ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ମିଳିବ। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବେ। ଯେଉଁମାନେ ରିୟଲି-ଇଷ୍ଟେଟ୍ ରେ ଜଡିତ। ସେମାନଙ୍କ ଲାଗି ସମୟ ଅନୁକୂଳ ରହିବ। ନୂଆ ପ୍ରୋଜେକ୍ଟ ମିଳିବ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପ୍ରେମୀଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। ଛୋଟମୋଟ କଥାକୁ ନେଇ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ। ପିତାମାତଙ୍କ ପରାମର୍ଶ ଅନୁସାରେ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନେଲେ ଭବିଷ୍ୟତ ସୁଖମୟ ହେବ।  ସ୍ବାସ୍ଥ୍ୟ ଭଲ ରହିବ।

5/5

ମୀନ:  ପ୍ରଶାସନିକ ସେବା, ଡାକ୍ତରୀ, ଓକିଲ, ଶିକ୍ଷକ ଓ ମାର୍କେଟିଂ କ୍ୟାରିୟରରେ ଥିବା ବ୍ୟକ୍ତିଙ୍କ ପାଇଁ ସମୟ ବହୁତ ଭଲ ରହିବ। ଯେଉଁମାନ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି, ସେମାନଙ୍କୁ ନିଯୁକ୍ତି ମିଳିବ। ରାଜନୈତିକ କ୍ଷେତ୍ରରେ ଜଡିତ ଥିବା ଲୋକଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଦଳ ପରିବର୍ତ୍ତନ କଲେ ଭଲ ପଦବୀ ମିଳିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ।  ବିଦେଶ ଯାତ୍ରାର ଯୋଗ ମଧ୍ୟ ରହିଛି।    (Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link