Surya Gochar 2024: ଅଗଷ୍ଟ ୨ରେ ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ,ଏହିସବୁ ରାଶିଙ୍କୁ ମିଳିବ ବଡ଼ ଲାଭ!

Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ପ୍ରାଣର କାରକ ବୋଲି ବିବେଚନା କରାଯାଏ। ସୂର୍ଯ୍ୟଦେବ ବର୍ତ୍ତମାନ କର୍କଟ ରାଶିରେ ବିରାଜମାନ ଅଛନ୍ତି। ଏହି କ୍ରମରେ ଅଗଷ୍ଟ ୨ ତାରିଖ ରାତି ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ପୁଷ୍ପା ଓ କର୍କଟ ନକ୍ଷେତ୍ର ଛାଡି ଆସଲେସା ନକ୍ଷେତ୍ରକୁ ଚଳନ କରିବେ। ଏହାପରେ ଅଗଷ୍ଟ ୧୬ରେ ପୁଣି କର୍କଟ ରାଶି ଛାଡି ସିଂହକୁ ଚଳନ କରିବେ। ଏବଂ ସେପ୍ଟେମ୍ବର ୧୬ରେ ସିଂହ ଛାଡି କନ୍ୟାକୁ ଚଳନ କରିବେ। ତେବେ, ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ....

Narmada Behera Wed, 24 Jul 2024-7:19 am,
1/3

ମେଷ: ସୂର୍ଯ୍ୟଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟଙ୍କ କୃପାରୁ କ୍ୟାରିୟର ଓ ବ୍ୟବସାୟୀରେ ଅଗ୍ରଗତି ହେବ।  ଦିର୍ଘ ଦିନର ଆଶା ପୂରଣ ହେବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ବିଶେଷକରି,ବ୍ୟବସାୟୀମାନଙ୍କ ପାଇଁ ଶୁଭଦିନ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟରେ ଦ୍ବିଗୁଣିତ ଲାଭ ମିଳିବା ସହ ଦୂରଯାତ୍ରାରୁ ଭଲ ଫଳ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବ। 

ALSO READ: Surya Grahan 2025: ସୂର୍ଯ୍ୟ ଗ୍ରହଣରେ ଶନିଙ୍କ ଚଳନ, ୨୦୨୫ରେ ଏହି ୪ ରାଶି ହେବେ ସବୁଠୁ ଧନୀ!

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ବ୍ୟବସାୟରେ ଲାଭବାନ୍ ହେବା ସହ...

2/3

ମିଥୁନ: ସୂର୍ଯ୍ୟଙ୍କ ଆର୍ଶିବାଦ ଏହି ରାଶିକୁ ଧନାବନ୍ କରାଇବ। ରାଜନୈତିକ କ୍ଷେତ୍ରରେ ଜଡ଼ିତ ବ୍ୟକ୍ତି ବିଶେଷ ଉଚ୍ଚ ପଦବୀ ପାଇବେ। କର୍ମ-କ୍ଷେତ୍ରରେ ପଦୋନ୍ନତି ସହ ଦରମା ବୃଦ୍ଧି ହୋଇପାରେ। ଯଦି ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି । ତେବେ, ଏହି ସମୟ ଅତ୍ୟନ୍ତ ଅନୁକୂଳ ରହିବ । ଚେଷ୍ଟା ଜାରି ରଖନ୍ତୁ ନିଶ୍ଚୟ ଶୁଭଫଳ ପାଇବେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ବ୍ୟବସାୟରେ ଟଙ୍କା ବିନିଯୋଗ କଲେ ଆୟ ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ମଧୁରତା ଭରିବ। 

3/3

କର୍କଟ:  ବର୍ତ୍ତମାନ ସୂର୍ଯ୍ୟଦେବଙ୍କ ସହ ଏହି ରାଶିରେ ଶୁକ୍ର ମଧ୍ୟ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ଅତ୍ୟନ୍ତ ଦୁର୍ଲଭ ରହିବ।  ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ କ୍ୟାରିୟର ନେଇ କୌଣସି ଖୁସି ଖବର ମିଳିପାରେ। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। କୌଣସି ଶଭ କାର୍ଯ୍ୟ ଆରମ୍ଭ କରିବା ପାଇଁ ସମୟ ଭଲ ରହିଛି। ବ୍ୟବୟାୟରେ ଅଗ୍ରଗତି କରିବା ସହ ଲାଭବାନ୍ ହେବେ। ସ୍ବାସ୍ଥ୍ୟ ଭଲ ରହିବା ସହ ପୁରୁଣା ରୋଗରୁ ମୁକ୍ତି ମିଳିବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ ପାଇବେ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link