Yearly Love Horoscope 2025: ବର୍ଷ ତମାମ୍ ଏହି ରାଶିର ପ୍ରେମୀ ଯୁଗଳଙ୍କୁ ମିଳିବ ଖୁସି ଖବର, ଜାଣନ୍ତୁ ୧୨ଟି ରାଶିର ରାଶିଫଳ

Yearly Love Horoscope 2025: ୨୦୨୫ ପ୍ରେମ ଓ ପ୍ରେମୀ ମାନଙ୍କ ପାଇଁ କିଭଳି ରହିବ। କାହାକୁ ପ୍ରେମରେ ଧୋକା ମିଳିତ ତ କିଏ ନୂଆ ଜୀବନ ସାଥୀଙ୍କ ପାଇବ ଆଉ କିଏ ନିଜ ଜୀବନ ସାଥୀକୁ ସାତଜନ୍ମ ପାଇଁ ନିଜର କରିବ। ତେବେ, ଆସନ୍ତୁ ଜାଣିବା ପଣ୍ତିତ ତଥା ଜ୍ୟାତିର୍ବିଦ୍ ଶଶି ଶେଖରଙ୍କ ଆକଳନ ବାର୍ଷିକ(୨୦୨୫ ବର୍ଷ) ପ୍ରେମ ଜୀବନକୁ ନେଇ କ`ଣ କହୁଛି। ୧୨ଟି ରାଶିଙ୍କ ପାଇଁ କିଭଳି ରହିବ ୨୦୨୫ର ପ୍ରେମ ଜୀବନ...ପଢନ୍ତୁ ବାର୍ଷିକ ପ୍ରେମ ରାଶିଫଳ...

Narmada Behera Dec 31, 2024, 12:52 PM IST
1/12

ମେଷ: ମେଷ ରାଶିଙ୍କ ପାଇଁ ପ୍ରେମ ଜୀବନ ଏତେ ଖାସ୍ ରହିବ ନାହିଁ। ବର୍ଷ ଆରମ୍ଭରୁ କୌଣସି କଥାକୁ ନେଇ ସାଥୀଙ୍କ ସହ ବିବାଦ ଦେଖାଦେଇପାରେ। ମାର୍ଚ୍ଚ ୨୯ରେ ଶନିଙ୍କ ସାଢେ ସତୀର ପ୍ରଭାବ ପ୍ରେମ ଜୀବନକୁ ଖିନଭିନ୍ କରିଦେବ। ସାଥୀଙ୍କ ସହ ଫାଟ ହୋଇପାରେ। ରାହୁଙ୍କ ପ୍ରଭାବ ହେତୁ ସାଥୀଙ୍କୁ ଅଧିକ ସନ୍ଦେହ କରିବେ। ଯେଉଁ କାରଣରୁ ଅନାବଶ୍ୟକ ଭାବେ ଝଗଡା ହବେ। ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଉଭୟ ଉଭୟଙ୍କ ସାଥ୍ ଦେଲେ ପ୍ରେମ ଗାଡି ଆଗକୁ ଗଡିବ। ଯେଉଁମାନେ ନୂଆ ସମ୍ପର୍କରେ ଆସିବାକୁ ଚାହୁଁଛନ୍ତୁ, ସେମାନଙ୍କ ପାଇଁ ସମୟ ଅଶୁଭ ରହିବ। ଏ ବର୍ଷ ନୂଆ ସମ୍ପର୍କ ନ ଗଢିବା ଆପଣଙ୍କ ପାଇଁ ଭଲ ହେବ।  

ALSO READ: ୨୦୨୫ ଜାନୁଆରୀରେ ସୂର୍ଯ୍ୟ-ମଙ୍ଗଳ-ବୁଧ-ଶୁକ୍ରଙ୍କ ଶୁଭଚଳନ, ୫ରାଶି ଉପରେ ହେବ ଟଙ୍କା ବର୍ଷା ସହ ମିଳିବ ଖୁସି ଖବର

ALSO READ: Yearly Career Horoscope2025: ବର୍ଷ ୨୦୨୫ରେ କ୍ୟାରିୟରରେ ସଫଳତା ପାଇବେ ଏହିସବୁ ରାଶି, ଚାକିରିରେ ମିଳିବ ପଦୋନ୍ନତି, ବ୍ୟବସାୟୀ ହେବେ ଧନୀ

 

2/12

ବୃଷ: ବର୍ଷ ୨୦୨୫ ଏହି ରାଶିଙ୍କ ପାଇଁ ରୋମାଣ୍ଟିକ୍ ର ବର୍ଷ ହେବ।  ବର୍ଷ ଆରମ୍ଭରୁ ଅର୍ଥାତ୍ ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମ୍ପର୍କରେ ପ୍ରେମ ବଢିବ। ବିଶେଷକରି, ଯେଉଁମାନେ ପ୍ରେମ ସମ୍ପର୍କରେ ଅଛନ୍ତି। ସେମାନେ ନିଜ ପରିବାରର ପରାମର୍ଶ କ୍ରମେ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ। ଯେଉଁମାନଙ୍କର ବ୍ରେକ୍-ଅଫ ହୋଇଛି। ସେମାନେ ନିଜ ପୁରୁଣା ସାଥୀଙ୍କୁ ପୁଣି ପାଇବେ। ସିଙ୍ଗିଲ୍-ଙ୍କ ପାଇଁ ବର୍ଷଟି ଅନୁକୂଳ ରହିବ। ନୂଆ ଜୀବନ ସାଥୀ ମାର୍ଚ୍ଚ ବେଳକୁ ଆସିବେ। କିଛି ଛୋଟମୋଟ ସମସ୍ୟାକୁ ନେଇ ଜୁନ୍-ଜୁଲାଇରେ ସାଥୀଙ୍କ ମଧ୍ୟରେ କଳହ ହୋଇପାରେ। ଧ୍ୟାନ ଦିଅନ୍ତୁ ଯେ, ପରପ୍ପର ପ୍ରତି ଯେପରି ଯତ୍ନବାନ୍ ରହିବେ। ସନ୍ଦେହ ଦୂର କରିବା ପାଇଁ ମନଖୋଲି କଥା ହେବା ଜରୁରୀ। ଯେଉଁମାନେ ପ୍ରେମ ବିବାହ ପାଇଁ ୨୦୨୫ରେ ଯୋଜନା କରୁଛନ୍ତି। ତାହା ସେମାନଙ୍କ ପାଇଁ ଶୁଭ ହେବ।  

3/12

ମିଥୁନ : ୨୦୨୫ ରେ ଏହି ରାଶିଙ୍କ ପ୍ରେମ ଜୀବନ ଖାସ୍ ରହିବ। ଯଦି ଆପଣ କୌଣସି ପ୍ରେମ ସମ୍ପର୍କରେ ଅଛନ୍ତି। ତେବେ, ସମ୍ପର୍କକୁ ଅଧିକ ମଜବୁତ୍ କରିବା ପାଇଁ ଏହା ଉପଯୁକ୍ତ ସମୟ ହେବ।  ବର୍ଷ ଆରମ୍ଭରୁ ସାଥୀଙ୍କ ସହ ଭଲ ବୁଝାବଣା ରହିବ। ବର୍ଷ ମଧ୍ୟଭାଗରେ କୌଣସି କଥାକୁ ନେଇ ସମ୍ପର୍କରେ ତିକ୍ତତା ଆସିପାରେ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସବୁକିଛି ଠିକ୍ ହୋଇଯିବ। ଜୁଲାଇ-ସେପ୍ଟେମ୍ବରରେ ସାଥୀଙ୍କ ସହ ଦୂରଯାତ୍ରା କରିବାକୁ ପ୍ଲାନ୍ କରିବେ। ବର୍ଷ ଶେଷରେ କୌଣସି କଥାକୁ ନେଇ ଟେନସନ୍ ବଢିବ।  କିନ୍ତୁ ଉତ୍ତମ ବୁଝାବଣା ଦ୍ବାରା ତାହା ଦୂର ହେବ। ପରପ୍ପର ପ୍ରତି ପ୍ରେମ ଓ ସମ୍ମାନ ବୃଦ୍ଧି ପାଇବ। 

 

4/12

କର୍କଟ : ନୂଆ ବର୍ଷରୁ କର୍କଟ ରାଶିର ପ୍ରେମ ଜୀବନ ଚମକିବ। ଯେଉଁମାନେ ଅବିବାହିତ(ସିଙ୍ଗଲ୍) ଅଛନ୍ତି। ସେମାନଙ୍କୁ ତାଙ୍କ ଜୀବନ ସାଥୀ ଜାନୁଆରୀ ଶେଷ ବେଳକୁ ମିଳିବ।  ପ୍ରେମ ସମ୍ପର୍କରେ ଥିବା ବ୍ୟକ୍ତି ବିଶେଷ ସାଥୀଙ୍କ ସହିତ ରୋମାଣ୍ଟିକ୍ ଡେଟ୍ ରେ ଯିବା ସହିତ ଦାମୀ ଉପହାର ପାଇବେ। ପରପ୍ପର ଭିତରେ ସମ୍ପର୍କ ଆହୁରି ମଜବୁତ୍ ହେବ।  ଯଦି ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ତେବେ, ଜାନୁଆରୀ ପ୍ରଥମ ସପ୍ତାହରେ ସମସ୍ୟାର ସମାଧାନ ହେବେ।  ପ୍ରେମ ବିବାହ ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ଜୁନ୍-ଜୁଲାଇ ଶୁଭ ସମୟ ରହିବ। ପରିବାରର ସମ୍ମତି କ୍ରମେ ଏହି ଶୁଭକାର୍ଯ୍ୟ କରିପାରିବେ। ବର୍ଷ ୨୦୨୫ରେ ସମ୍ପର୍କରେ କିଛି ପରିବର୍ତ୍ତନ ଆସିବ। 

 

5/12

ସିଂହ : ୨୦୨୫ରେ ସିଂହ ରାଶିଙ୍କ ପ୍ରେମ ଜୀବନ ବେଶ୍ ଖାସ୍ ରହିବ। ଏହି ସମୟ ମଧ୍ୟରେ ଯେଉଁମାନେ କୌଣସି ପ୍ରେମ ସମ୍ପର୍କରେ ଅଛନ୍ତି,  ସେମାନେ ନିଜ ସାଥୀଙ୍କ ସହିତ ଲଙ୍ଗ୍ ଡ୍ରାଇଭ୍  ବା ଡେଟ୍ ରେ ଯିବେ। ପରପ୍ପର ସହ ଅଧିକ ସମୟ ବିତାଇବେ। ସମ୍ପର୍କ ଆହୁରି ମଜବୁତ୍ ହେବ।  ସାଥୀଙ୍କ ସହ ବିବାହ ମଧ୍ୟ ହୋଇପାରେ। ଅଗଷ୍ଟ ମାସରେ କୌଣସି ଏକ ବଡ଼ ନିସ୍ପତ୍ତି ନେବାକୁ ପଡିପାରେ। ସେପ୍ଟେମ୍ବର ଓ  ନଭେମ୍ବରରେ ସାଥୀଙ୍କ ସହ ଝଗଡା ହୋଇ ବ୍ରେକ୍-ଅପ୍ ହେବାର ସମ୍ଭାବାନ ରହିଛି। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ପରପ୍ପର ଭିତରେ ଆପୋଷ ବୁଝାବଣା ହୋଇ ସମାଧାନ ହେବ। ଯଦି ତୁମେ ଅବିବାହିତ ଅଛ,ତେବେ ଏ ବର୍ଷ ଜଣେ ଖାସ୍ ବ୍ୟକ୍ତିଙ୍କୁ ଭେଟିବ। ଯାହାଙ୍କ ସହିତ ପୁଣି ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ। ଉତ୍ତର ବୁଝାବଣା ଦୂରା ସମ୍ପର୍କ ଅଧିକ ମଜବୁତ୍ ହେବ।  

6/12

କନ୍ୟା : କନ୍ୟା ରାଶିଙ୍କ ପାଇଁ ବର୍ଷ ୨୦୨୫ ବେଶ୍ ଖାସ୍ ରହିବ। ଦିର୍ଘ ଦିନ ଧରି ଚାଲିଥିବା ସାଥୀଙ୍କ ସହ ବିବାଦର ଅନ୍ତ ଘଟିବ। ଯଦି କୌଣସି ନୂତନ ସମ୍ପର୍କ ଗଢିବା ପାଇଁ ଚାହୁଛନ୍ତି। ବର୍ଷଟି ଅନୁକୂଳ ରହିବ। ଯେଉଁମାନେ ସମ୍ପର୍କରେ ଅଛନ୍ତି, ଏପ୍ରିଲ ମାସ ଆରମ୍ଭରୁ ସାଥୀଙ୍କ ସହ ମନୋ ମାଳିନ୍ୟ ହୋଇପାରେ। ପରପ୍ପର ବୁଝାବଣା  ହୋଇ ତାହାର ସମାଧାନ କରିବା ଜରୁରୀ। ପ୍ରେମ ବିବାହ ପାଇଁ ବର୍ଷଟି ଭଲ ରହିବ। ଯେଉଁମାନେ ନୂଆ କରି ପ୍ରେମ ବିବାହ କରିଛନ୍ତି। ସେମାନେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ। 

 

7/12

ତୁଳା : ତୁଳା ରାଶିଙ୍କ ପାଇଁ ଏହି ବର୍ଷ ବେଶ୍ ଚ୍ୟାଲେଜିଂ ରହିବ।  ପ୍ରେମ ସମ୍ପର୍କରେ ଅସ୍ଥିରତା ଦେଖାଦେଇପାରେ। ଜାନୁଆରୀ ରୁ ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଖାସ୍ ରହିବ ନାହିଁ। ସାଥୀଙ୍କ ଠାରୁ ଧୋକା ମିଳିବାର ଯେଥେଷ୍ଟ ସମ୍ଭାବନା ରହିଛି। ଏପ୍ରିଲ୍-ରୁ ଜୁନ ମଧ୍ୟରେ ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଗଢି ଉଠିବ।  ଅକ୍ଟୋବର ଓ ଡିସେମ୍ବରରେ ସମ୍ପର୍କରେ ସ୍ଥିରତା ଆସିବ। କହିବାକୁ ଗଲେ ବର୍ଷ ୨୦୨୫ ପ୍ରେମ ଜୀବନ ଠିକ୍-ଠାକ୍ ରହିବ।

 

8/12

ବିଛା: ୨୦୨୫ରେ ପ୍ରେମ ଜୀବନ ବେଶ୍ ରୋମାଞ୍ଚକର ଓ ପ୍ରେରଣାଦାୟୀ ରହିବ। ଜାନୁଆରୀ ରୁ ମାର୍ଚ୍ଚ ମଧ୍ୟରେ ସମ୍ପର୍କରେ ମଜବୁତ୍ ରହିବ। ପରପ୍ପରର ନିକଟତର ହେବେ। ଦୁହିଁଙ୍କ ମଧ୍ୟରେ ବିଶ୍ବାସ ଓ ଭଲ ପାଇବା ବଢିବ। ଏପ୍ରିଲ୍ ରୁ ଜୁଲାଇ ମଧ୍ୟରେ ସମ୍ପର୍କରେ ଝଡ଼ ଉଠିପାରେ। ସମ୍ପର୍କ ସବୁଦିନ ପାଇଁ ଭାଙ୍ଗିଯାଇପାରେ। ତେଣୁ ଏଥିପ୍ରତି ଯତ୍ନବାନ୍ ହେବା ଜରୁରୀ। ଯଦି ଆପଣ ଅବିବାହିତ ଅଛନ୍ତି, ତେବେ, କାହା ସହ ପୁଣି ପ୍ରେମ ହୋଇପାରେ। ନିଜ ଜୀବନରେ ନୂଆ ସାଥୀଙ୍କ ଆଗମନ ହୋଇପାରେ। ଅକ୍ଟୋବର ରୁ ଡିସେମ୍ବର ମଧ୍ୟରେ ସମ୍ପର୍କରେ ସ୍ଥିରତା ଆସିବ। ଯାହା ଆପଣଙ୍କ ଜୀବନରେ ପ୍ରେମରଙ୍ଗ ଭରିଦେବ।

9/12

ଧନୁ:  ୨୦୨୫ରେ ଏହି ରାଶିଙ୍କ ପାଇଁ ବେଶ୍ ଶୁଭଦାୟୀ ରହିବ।  ବିଶେଷକରି, ଯେଉଁମାନେ ଅବିବାହିତ(ସିଙ୍ଗଲ୍ ) ଅଛନ୍ତି। ସେମାନଙ୍କୁ ସଚ୍ଚା କରୁଥିବା ଜୀବନ ସାଥୀ ମିଳିବ।   ଏପ୍ରିଲ୍-ଜୁନ୍ ରେ ପ୍ରେମ ସମ୍ପର୍କ ଅଧିକ ମଜବୁତ୍ ହେବ। ଯାହାକୁ ନେଇ ବର୍ଷ ଆରମ୍ଭରୁ ମନ ଖୁସି ରହିବ। ଯାହା ଫଳରେ  ଅଧିକାଂସ ସମୟ ଉଭୟ ଡେଟ୍ ରେ ଯିବେ।  ଜୁଲାଇ -ସେପ୍ଚେମ୍ବର ମଧ୍ୟରେ ସମ୍ପର୍କରେ କିଛି ଭୁଲ୍ ବୁଝାବଣା ହୋଇପାରେ।  ଡିସେମ୍ବର ଶେଷ ବେଳକୁ ବିବାହ ଯୋଜନା କରିବେ। କହିବାକୁ ଗଲେ ଧନୁ ରାଶିଙ୍କ ପ୍ରେମ ଜୀବନ ବେଶ୍ ଖାସ୍ ରହିବ। 

 

10/12

ମକର : ମକର ରାଶିଙ୍କ ପ୍ରେମ ଜୀବନ ଆନନ୍ଦ ଉଲ୍ଲାସରେ ଅତିବାହିତ ହେବ। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ପ୍ରେମ ସମ୍ପର୍କରେ ଥିବା ଲୋକେ ବିବାହ ପାଇଁ ଯୋଜନା କରିବେ। ଏବଂ ସେଥିରେ ସଫଳ ହେବେ। ଅବିବାହିତ ଲୋକଙ୍କୁ ନୂଆ ଜୀବନ ସାଥୀ ମିଳିବ। କାର୍ଯ୍ୟାଳୟ ହେଉ କି କଲେଜ୍ କୌଣସି ସ୍ଥାନରେ ଆପଣଙ୍କୁ ପସନ୍ଦ କରୁଥିବା ଲୋକେ ପ୍ରେମ ନିବେଦନ କରିବେ।  ସମ୍ପର୍କରେ ଥିବା ଲୋକେ ଏପ୍ରିଲ୍ ରୁ ଜୁନ୍ ମଧ୍ୟରେ ସାମାନ୍ୟ ଟେନସନ୍ ର ସାମ୍ନା କରିବେ। ନଭେମ୍ବର ଓ ଡିସେମ୍ବର ସମ୍ପର୍କରେ ସ୍ଥିରତା ଆସିବା ସହ ପ୍ରେମ ବଢିବ। ରୋମାଣ୍ଟିକ୍ ସମୟ ବିତାଇବେ। ପ୍ରେମ ବିବାହ କରିଥିବା ଲୋକଙ୍କ ଦାମ୍ପତ୍ୟ ଜୀବନ ବେଶ୍ ସୁଖମୟ ହେବ। 

 

11/12

କୁମ୍ଭ : କୁମ୍ଭ ରାଶିଙ୍କ ପାଇଁ ବର୍ଷ ୨୦୨୫ ପ୍ରେମଭରା ରହିବ। ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସମୟ ବେଶ୍ ରୋମାଣ୍ଟିକ୍ ରହିବ।  ଜାନୁଆରୀରୁ  ମାର୍ଚ୍ଚ ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ମନ -ପସନ୍ଦର ସାଥୀଙ୍କ ସହ ବିବାହ ହେବ। ଉତ୍ତମ ବୁଝାବଣା ସମ୍ପର୍କକୁ ଅଧିକ ମଜବୁତ୍ କରିବ।  ଏପ୍ରିଲ୍ ରୁ ଜୁନ୍ ମଧ୍ୟରେ କୌଣସି ସମସ୍ୟା ଦେଖାଦେଇପାରେ। ପରେ ଅକ୍ଟୋବରରେ ସମ୍ପର୍କରେ ସୁଧାର ଆସିବ। 

12/12

ମୀନ :  ମୀନ ରାଶିଙ୍କ ପାଇଁ ବେଶ୍ ଚ୍ୟାଲେଜିଂର ବର୍ଷ ହେବ ୨୦୨୫।  ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ସମ୍ପର୍କ ନୂଆ ମୋଡ ନେବ। ସାଥୀଙ୍କ ପାଇଁ ପ୍ରେମ ବଢିବ। ଏପ୍ରିଲ୍ ରୁ ଜୁନ୍ ମଧ୍ୟରେ ସମ୍ପର୍କ ଅଧିକ ମଜବୁତ୍ ହେବ। ସାଥୀଙ୍କୁ ସାତଜନ୍ମର ସାଥୀ କରିବା ପାଇଁ ବିବାହ ପରି ନିସ୍ପତ୍ତି ନେବେ। ଅଧିକାଂଶ ସମୟ ଡେଟ୍ ଓ ବୁଲାବୁଲିରେ ଅତିବାହିତ କରିବେ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link