Sex before marriage: ବିବାହ ପୂର୍ବରୁ ଯୌନସମ୍ପର୍କ ରଖିବା ଉଚିତ କି? ଏହି ପ୍ରଶ୍ନକୁ ନେଇ ଆଜିକାଲିର ଯୁବପିଢିଙ୍କ ମନ ଆନ୍ଦୋଳିତ ହେଉଛି। କିଛି ଦିନ ପୂର୍ବେ ଏହି ପ୍ରସଙ୍ଗରେ ପୋପ୍ ଫ୍ରାନ୍ସିସ ନିଜର ମନ୍ତ୍ରବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ବିବାହ ପୂର୍ବରୁ ସେକ୍ସ ଠାରୁ ଦୂରେଇ ରହିବା ପ୍ରକୃତ ପ୍ରେମର ସଙ୍କେତ। ନିକଟରେ ପ୍ରକାଶିତ ଭାଟିକାନ ଗାଇଡରେ ପୋପ୍ ଏହାର ଉଲ୍ଲେଖ ମଧ୍ୟ କରିଛନ୍ତି। ସେକ୍ସକୁ ନେଇ ପୋପଙ୍କ ମନ୍ତବ୍ୟ ଆସିବା ପରେ ଲୋକେ ନିଜ ନିଜ ଜ୍ଞାନ ଅନୁସାରେ ପ୍ରତିକ୍ରିୟା ଦେଉଛନ୍ତି। 


COMMERCIAL BREAK
SCROLL TO CONTINUE READING

ଡେଲି ମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ନିକଟରେ ପୋପ ଫ୍ରାନ୍ସିସ୍ ଏକ ୯୭ ପୃଷ୍ଠା ସମ୍ବଳିତ ଏକ ଗାଇଡଲାଇନ ପ୍ରକାଶ କରିଛନ୍ତି। ନୂଆ ଭାଟିକାନ ଗାଇଡଲାଇନରେ ସୁଖୀ ଜୀବନ ଓ ସମ୍ପର୍କକୁ ନେଇ ନିୟମ ଲିପିବଦ୍ଧ କରାଯାଇଛି। ସେଥିରେ ପୋପ, ବିବାହ ପୂର୍ବରୁ ଯୌନସମ୍ପର୍କ ଠାରୁ ଦୂରେଇ ରହିବା ପ୍ରକୃତ ପ୍ରେମର ସଙ୍କେତ ବୋଲି କହିଛନ୍ତି। ଏହି ଅଭ୍ୟାସ ରଖୁଥିବା ଲୋକଙ୍କୁ ପୋପ୍ ପ୍ରଶଂସା କରିଛନ୍ତି।


Also Read: ଲିଭିଲା ୧୪ ବର୍ଷର ନିଆଁ! ମଦ-ମାଂସ ଖୁଆଇ ପୁଅକୁ ହାଣି ବାପାର ଆତ୍ମହତ୍ୟା


ପୋପ୍ ତାଙ୍କ ନୂଆ ଭାଟିକାନ ଗାଇଡଲାଇନରେ ବିବାହ ପୂର୍ବରୁ ଯୌନସମ୍ପର୍କ ବ୍ୟତୀତ ଇଣ୍ଟରନେଟର ବହୁଳ ବ୍ୟବହାରକୁ ମଧ୍ୟ ସମାଲୋଚନା କରିଛନ୍ତି। ପୋପ୍ ଫାନ୍ସିସ ଦାବି କରିଛନ୍ତି ଯେ, ଆଜିକାଲି କପଲ୍ସମାନେ ଯୌନସମ୍ପର୍କର ଚାପରେ ପଡିବା ଯୋଗୁଁ ସମ୍ପର୍କ ଶୀଘ୍ର ଭାଙ୍ଗି ଯାଉଛି। ଏହି ବୟାନ ଆସିବା ପରେ ଧର୍ମଶାସ୍ତ୍ରୀ ୱିଟୋ ମୈକୁସୋ କହିଛନ୍ତି ଯେ, ପୋପଙ୍କ ଏହିପରି ଟିପ୍ପଣୀ ସମ୍ପର୍କରେ ସେକ୍ସର ମହତ୍ୱକୁ କମ କରିଦେଇଛି।


କିଛି ଦିନ ପୂର୍ବରୁ ପୋପ୍, ଗୃହପାଳିତ ପଶୁଙ୍କୁ ନେଇ ଏକ ସମ୍ବେଦନଶୀଳ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ, ପିଲାଙ୍କ ତୁଳନାରେ ଗୃହପାଳିତ ପଶୁଙ୍କୁ ଅଧିକ ପ୍ରେମ କରୁଥିବା ବ୍ୟକ୍ତି ସ୍ୱାର୍ଥପର। ଅତ୍ୟାଧିକ ଗୃହପାଳିତ ପଶୁପ୍ରେମ ଆମର ମାନବୀକତା ଛିନ୍ନ କରିଥାଏ ବୋଲି ପୋପ୍ କହିଥିଲେ।