ଲିଭିଲା ୧୪ ବର୍ଷର ନିଆଁ! ମଦ-ମାଂସ ଖୁଆଇ ପୁଅକୁ ହାଣି ବାପାର ଆତ୍ମହତ୍ୟା
Advertisement

ଲିଭିଲା ୧୪ ବର୍ଷର ନିଆଁ! ମଦ-ମାଂସ ଖୁଆଇ ପୁଅକୁ ହାଣି ବାପାର ଆତ୍ମହତ୍ୟା

ପୁଅକୁ ଟାଙ୍ଗିଆରେ ମାରି ବାପା ଆତ୍ମହତ୍ଯା କରିଛି। ମୃତକ ଫୋକଟପଡାର ପୁଅ ଶୋଭିତ ରାଉତ ଓ ବାପ ନକୁଲ ରାଉତ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ନୂଆପଡା SDPO ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। 

ଡିଜାଇନ୍ ଫଟୋ

ନୂଆପଡ଼ା: ଗୁରୁବାର ରାତିରେ ଧରମବନ୍ଦା ଥାନା ଫକୋଟପଡା ସାହିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ରକରି ବାପାର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ ହୋଇଛି। ପୁଅର ମୃତ୍ୟୁ ପରେ ନିଜେ ବାପା ମଧ୍ୟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। 

ପୁଅକୁ ଟାଙ୍ଗିଆରେ ମାରି ବାପା ଆତ୍ମହତ୍ଯା କରିଛି। ମୃତକ ଫୋକଟପଡାର ପୁଅ ଶୋଭିତ ରାଉତ ଓ ବାପ ନକୁଲ ରାଉତ ବୋଲି ଜଣାପଡିଛି। ଘଟଣା ସ୍ଥଳରେ ନୂଆପଡା SDPO ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପୋଲିସ ଦୁଇଟି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି। ସାମାନ୍ୟ ବଚସାରୁ ମାତାଲ ଅବସ୍ଥାରେ ଏଭଳି ଘଟିଥିବା ସୂଚନା ମିଳିଛି। ରାସ୍ତା ଉପରୁ ଶୋଭିତଙ୍କ ମୃତଦେହ ପଡି ରହିଛି ଥିବା ବେଳେ ଘର ଭିତରେ ଝୁଲନ୍ତା ଅବସ୍ଥାରେ ହତ୍ୟାକାରୀ ବାପାର ମୃତଦେହ ଜବତ କରାଯାଇଥିଲା।

Also Read: ଅବିବାହିତା ଅଭିନେତ୍ରୀଙ୍କ ସିନ୍ଥିରେ କାହା ସିନ୍ଦୁର? ସନ୍ଦେହଜନକ ମୃତ୍ୟୁ ପରେ ଉଠିଲା ଅନେକ ପ୍ରଶ୍ନ

ସୂଚନାନୁସାରେ, ୧୪ବର୍ଷ ତଳେ ଶୋଭିତ ରାଉତ ଗାଁର ଅନ୍ୟ ଜାତିର ଜଣେ ଝିଅକୁ ପ୍ରେମ ବିବାହ କରିଥିଲା। ଯାହାକୁ ବାପା ନକୁଳ ପ୍ରଥମରୁ ବିରୋଧ କରୁଥିଲେ। ଏହି କଥାକୁ ନେଇ ବାପ-ପୁଅ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ପ୍ରାୟ ସମୟରେ ବାପା ନକୁଳ ଓ ପୁଅ ଶୋଭିତଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ଗୁରୁବାର ରାତିରେ ନକୁଳଙ୍କ ଘରେ ମଦ-ମାଂସ, ଭୋଜିଭାତ ହୋଇଥିଲା। ପରେ କୌଣସି କାରଣକୁ ନେଇ ଉଭୟ ବାପ-ପୁଅ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନକୁଳ ନିଜ ପୁଅ ଶୋଭିତର ମୁଣ୍ଡକୁ ଟାଙ୍ଗିଆ ଆକ୍ରମଣ କରିଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ରାସ୍ତା ଉପରେ ଶୋଭିତଙ୍କର ମୃତ୍ୟୁ ହୋଇଥିଲା। 

ଶୋଭିତଙ୍କର ମୃତ୍ୟୁକୁ ନେଇ ଘରେ କାନ୍ଦବୋବାଳି ପଡିଥିଲା। ଆଉ ସବୁ ଶେଷ କରିଦେଇ ପୁତ୍ରହନ୍ତା ନକୁଳ ନିଜ ଭୁଲକୁ ବୁଝିପାରି ପଶ୍ଚ୍ୟାତାପରେ ନିଆଁରେ ଜଳୁଥିଲେ। ଏହି ନିଆଁକୁ ଶାନ୍ତ କରିବାକୁ ଯାଇ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପକୁ ବାଛିନେଲେ। ପରିବାର ଲୋକ ସମସ୍ତେ ବାହାରେ ଶୋଭିତଙ୍କ ମୃତଦେହ ପାଖରେ ଥିବା ବେଳେ ନକୁଳ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।