#INDvsAUS: ଧୋକାବାଜି କରି ଜିତିଛି ଅଷ୍ଟ୍ରେଲିଆ !
ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ଏକତରଫା ଜିତିବା ଓ ଭାରତର ଦୁର୍ବଳ ବୋଲିଂ ପ୍ରଦର୍ଶନକୁ ନେଇ ଟିମ୍ ଇଣ୍ଡିଆକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ଏହା ଭିତରେ ଏମିତି କିଛି ଖବର ଆସିଛି, ଯାହା ତର୍ଜମା କଲେ ଲାଗୁଛି, କ`ଣ ଭାରତ ସହ ଧୋକାବାଜି କରି ଜିତିଛି ଅଷ୍ଟ୍ରେଲିଆ !
ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ଭାରତ- ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ୍ ଶେଷ ହୋଇଛି। ତୃତୀୟ ତଥା ଶେଷ ମ୍ୟାଚରେ ବିଜୟ ହାସଲ କରି ଭାରତ ନିଜ ସମ୍ମାନ ରକ୍ଷା କରି ପାରିଛି। ଯଦିଓ ଅଷ୍ଟ୍ରେଲିଆ ଖୁବ୍ ସହଜରେ ଏହି ୩ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ଏକତରଫା ଜିତିବା ଓ ଭାରତର ଦୁର୍ବଳ ବୋଲିଂ ପ୍ରଦର୍ଶନକୁ ନେଇ ଟିମ୍ ଇଣ୍ଡିଆକୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡ଼ିଛି। ଏହା ଭିତରେ ଏମିତି କିଛି ଖବର ଆସିଛି, ଯାହା ତର୍ଜମା କଲେ ଲାଗୁଛି, କ'ଣ ଭାରତ ସହ ଧୋକାବାଜି କରି ଜିତିଛି ଅଷ୍ଟ୍ରେଲିଆ !
IND vs AUS ପ୍ରଥମ ଦୁଇଟି ଦିନିକିଆ (ODI) ସିଡନୀର SCG ଗ୍ରାଉଣ୍ଡରେ ଖେଳାଯାଇଥିଲା ବେଳେ ତୃତୀୟଟି କାନବେରାରେ ଖେଳାଯାଇଥିଲା। ନିକଟ ଅତୀତରେ ଦୁବାଇ, ଆବୁଧାବି ଓ ସାରଜାରେ IPL ଖେଳି ଅଷ୍ଟ୍ରେଲିଆ (Australia) ରେ ପହଞ୍ଚିଥିବା ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ସେଠାକାର ପରିବେଶ ଓ ପିଚ୍ ସହ ଅଭ୍ୟସ୍ତ ହେବାକୁ ସମୟ ଲାଗିଲା। ଏବେ ଟିମ୍ ଇଣ୍ଡିଆର ଜଣେ ସଦସ୍ୟ ଏମିତି କଥା କହିବା ପରେ ଚର୍ଚ୍ଚା ଆରମ୍ଭ ହୋଇଛି।
Also Read: 'ଦୁର୍ବଳ ନେତୃତ୍ୱ ଓ ମାନସିକତା ପାଇଁ ହାରୁଛି ଭାରତ'
ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଅୟର୍ (Shreyas Iyer) କହିଛନ୍ତି କି, ଅଷ୍ଟ୍ରେଲିଆରେ ଯେଉଁ ପିଚ୍ Team India ଖେଳାଳିଙ୍କୁ ଅଭ୍ୟାସ (practice) କରିବାକୁ ପ୍ରଦାନ କରାଯାଇଥିଲା ତାହା ମ୍ୟାଚରେ ବ୍ୟବହାର କରାଯାଇଥିବା ପିଚ୍ ଠାରୁ ଏକଦମ୍ ଭିନ୍ନ ଥିଲା। ଯାହା ଫଳରେ ଭାରତୀୟ ଖେଳାଳିମାନେ ପିଚ୍ ସହ ଅଭ୍ୟସ୍ତ ହୋଇପାରିଲେ ନାହିଁ। ଖାସ୍ କରି ବୋଲରଙ୍କୁ ଏହା ଭାରୀ ପଡ଼ିଲା। ଠିକ୍ ଲେନ୍ଥରେ ବୋଲିଂ କରିବାକୁ ସେମାନେ ବିଫଳ ହେବାରୁ ଅଷ୍ଟ୍ରେଲିଆ ବଡ଼ ସ୍କୋର୍ କରିବାକୁ ସକ୍ଷମ ହେଲା ଏବଂ ଭାରତକୁ ମ୍ୟାଚ୍ ହାତଛଡ଼ା କରିବାକୁ ପଡ଼ିଥିଲା।
ଏକଥା ନୂଆ ନୁହେଁ। ଭାରତ ଯେବେ ବି 'ଡାଉନ୍ ଅଣ୍ଡର'ରେ ଖେଳିବାକୁ ପହଞ୍ଚେ ସେତେବେଳେ ତାକୁ ଅଭ୍ୟାସ ପାଇଁ ଯେଉଁ ପିଚ୍ ଦିଆଯାଏ ସେ ପିଚ୍, ମ୍ୟାଚରେ ବ୍ୟବହୃତ ପିଚ୍ ଠାରୁ ଭିନ୍ନ ହୋଇଥାଏ । ଅର୍ଥାତ୍ ମ୍ୟାଚର ପିଚ୍ ସହ ଏହାର କୌଣସି ସାମଞ୍ଜସ୍ୟ ନଥାଏ । ଯାହା ଫଳରେ ଭାରତୀୟ ଖେଳାଳିଙ୍କୁ ଅଭ୍ୟସ୍ତ ହେବାକୁ ସମୟ ଲାଗେ। ଆଉ ଯେତେବେଳ ପର୍ଯ୍ୟନ୍ତ ଭାରତୀୟ ଖେଳାଳି ଅଭ୍ୟସ୍ତ ହୁଅନ୍ତି, ସେତେବେଳକୁ ହାତରୁ ଗୋଟିଏ ଦୁଇଟି ସିରିଜ୍ ଖସି ସାରିଥାଏ।