#INDvsAUS : ତୃତୀୟ ଦିନିକିଆରେ ବଦଳିବେ ୨ ଖେଳାଳି
Advertisement

#INDvsAUS : ତୃତୀୟ ଦିନିକିଆରେ ବଦଳିବେ ୨ ଖେଳାଳି

ଭାରତୀୟ ଦ୍ରୁତ ବୋଲର ଦୁଇଟି ମ୍ୟାଚ୍ ପରେ ବି ଉପଯୁକ୍ତ ଲେନ୍ଥରେ ବୋଲିଂ କରିବାରେ ଅସଫଳ ହୋଇଛନ୍ତି, ଯାହା ଦଳକୁ ଭାରୀ ପଡ଼ିଛି। ସେପଟେ ଯୁଜୁବେନ୍ଦ୍ର ଚହଲଙ୍କ ଠାରୁ ଯେଉଁ ଆଶା କରାଯାଉଥିଲା, ସେଥିରେ ସେ ଏକଦମ୍ ବିଫଳ ହୋଇଛନ୍ତି।

ଡିଜାଇନ ଫଟୋ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ:  ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ନିଜ ପ୍ରଦର୍ଶନକୁ ନେଇ ଭାରତୀୟ ଦଳ ସବୁଆଡ଼େ ସମାଲୋଚନାର ପାତ୍ର ସାଜିଛି। ବିଶେଷ କରି ପ୍ରଥମ ଦୁଇ ଦିନିକିଆରେ ଦଳର ବୋଲିଂ ପ୍ରଦର୍ଶନ ଅତ୍ୟନ୍ତ ଦୁର୍ବଳ ଥିଲା, ଯାହାର ଫାଇଦା ଉଠାଇଥିଲା ଘରୋଇ ଦଳ। ବିରାଟ ବାହିନୀରେ ସ୍ପିଡଷ୍ଟର୍ ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ତ ଥିଲେ। କିନ୍ତୁ ସାମିଙ୍କ ପ୍ରଦର୍ଶନ ସେମିତି କିଛି ଖାସ୍ ନଥିଲା । ସେପଟେ ବୁମରାଙ୍କୁ ଯେମିତି କ୍ୟାପଟେନ ବିରାଟ କୋହଲି (Virat Kohli) ବ୍ୟବହାର କଲେ ତାକୁ ନେଇ ବି ସେ ଏବେ କାଠଗଡ଼଼ାରେ। 

ଭାରତୀୟ ଦ୍ରୁତ ବୋଲର ଦୁଇଟି ମ୍ୟାଚ୍ ପରେ ବି ଉପଯୁକ୍ତ ଲେନ୍ଥରେ ବୋଲିଂ କରିବାରେ ଅସଫଳ ହୋଇଛନ୍ତି, ଯାହା ଦଳକୁ ଭାରୀ ପଡ଼ିଛି। ସେପଟେ ଯୁଜୁବେନ୍ଦ୍ର ଚହଲଙ୍କ ଠାରୁ ଯେଉଁ ଆଶା କରାଯାଉଥିଲା, ସେଥିରେ ସେ ଏକଦମ୍ ବିଫଳ ହୋଇଛନ୍ତି। ତେବେ ତୃତୀୟ ଦିନିକିଆରେ ଭାରତ ନିଜ ସମ୍ମାନ ରକ୍ଷା କରିବାକୁ ବୁଧବାର ପଡ଼ିଆକୁ ଓହ୍ଲାଇବ। ପ୍ରଥମ ଦୁଇଟି ଦିନିକିଆରେ ଭାରତୀୟ ଦଳ (Team India) ଅପରିବର୍ତ୍ତନ ରହିଥିଲା। କିନ୍ତୁ ତୃତୀୟ ଦିନିକିଆରେ ଦଳରେ ଖାସ୍ କରି ବୋଲିଂ ଡିପାର୍ଟମେଣ୍ଟରେ କିଛି ପରିବର୍ତ୍ତନର ଆଭାସ ମିଳୁଛି।

Also Read: ଡିସେମ୍ବର ୧୪ରୁ ବାରବାଟିରେ OCL T-20

ବରୁଣ ଚକ୍ରବର୍ତ୍ତୀ (Varun Chakravarty) ଙ୍କ ସ୍ଥାନରେ ରିପ୍ଲେସମେଣ୍ଟ ଭାବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ଯୁବ ଦ୍ରୁତ ବୋଲର ଟି. ନଟରାଜନ (T. Natrajan) ଙ୍କୁ ତାଙ୍କ ପ୍ରଥମ ଦିନିକିଆ କ୍ୟାପ୍ ତୃତୀୟ ଦିନିଆରେ ମିଳିପାରେ। ଚଳିତବର୍ଷ IPLରେ ନଟରାଜନ୍ ହାଇଦ୍ରାବାଦ୍ ସନରାଇଜର୍ସ ତରଫରୁ ଖେଳି ଚମତ୍କାର ପ୍ରଦର୍ଶନ କରିଥିଲେ। ଯାହାକୁ ଆଧାର କରି ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତ (Australia Tour) ଟିକେଟ୍ ମିଳିଥିଲା। ଏଣୁ ନବଦୀପ ସାଇନିଙ୍କ ଜାଗାରେ ଟି. ନଟରାଜନଙ୍କୁ ତୃୀତୟ ଦିନିକିଆ (3rd ODI) ରେ ସୁଯୋଗ ମିଳିପାରେ।

ଅନ୍ୟତମ ପରିବର୍ତ୍ତନ ସ୍ପିନ୍ ବୋଲିଂ ଡିପାର୍ଟମେଣ୍ଟରେ ଦେଖିବାକୁ ମିଳିପାରେ । ଚହଲ, IPL ରେ ତ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ପ୍ରଥମ ଦୁଇ ଦିନିଆରେ ତାଙ୍କର ପ୍ରଭାବ ପ୍ରାୟ ଶୂନ ଥିଲା। ମିଡିଲ୍ ଓଭରରେ ଚହଲଙ୍କ ବିଫଳତା ଅଷ୍ଟ୍ରେଲିଆକୁ ଲଗାତାର ବଡ଼ ବଡ଼ ସ୍କୋର୍ କରିବାକୁ ସୁଯୋଗ ଦେଇଥିଲା। ତେଣୁ ତୃତୀୟ ଦିନିକିଆରେ ଚହଲଙ୍କ ସ୍ଥାନରେ ଚାଇନାମ୍ୟାନ୍ ଲେଗି କୁଲଦୀପ ଯାଦବ (Kuldeep Yadav) ଙ୍କୁ ଦଳରେ ସ୍ଥାନରେ ମିଳିପାରେ। 

Also Read: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ, ରୋହିତ ଶର୍ମାଙ୍କୁ ବିଶ୍ରାମ

ଅଷ୍ଟ୍ରେଲିଆ ୱିକେଟରେ ବାଉନ୍ସ  ଥିବାରୁ କୁଲଦୀପ ସଫଳ ହୋଇପାରନ୍ତି। କୁଲଦୀପଙ୍କ ପାଖରେ ଏକ ଚମତ୍କାର ଗୁଗୁଲି ବି ରହିଛି। ଯାହାର ଫାଇଦା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ ତାଙ୍କୁ ମିଳିପାରେ। ଏଣୁ ଚହଲଙ୍କ ସ୍ଥାନରେ କୁଲଦୀପ ପଡ଼ିଆକୁ ଓହ୍ଲାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ଅନ୍ୟ କିଛି ପରିବର୍ତ୍ତନର ବି ଆଭାସ ମିଳୁଛି। ଶ୍ରେୟସ୍ ଅୟରଙ୍କ ପ୍ରଦର୍ଶନ IPLରୁ ହିଁ ଖରାପ ରହିଆସିଛି। ପ୍ରଥମ ଦୁଇ ଦିନିକିଆରେ ସେ ଫେଲ୍ ହୋଇଛନ୍ତି। ଏଣୁ ତାଙ୍କ ସ୍ଥାନରେ ବେଞ୍ଚରେ ବସିଥିବା ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନଙ୍କୁ ସୁଯୋଗ ମିଳିପାରେ । IPLର କିଛି ମ୍ୟାଚରେ ସଞ୍ଜୁ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏଣୁ ଯଦି ସେ ସୁଯୋଗ ପାଆନ୍ତି, ତେବେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ।