ଗମ୍ଭୀର ହେଲେ ଗମ୍ଭୀର, ବିରାଟଙ୍କୁ କଲେ ସମାଲୋଚନା
Advertisement
Article Detail0/zeeodisha/odisha796680

ଗମ୍ଭୀର ହେଲେ ଗମ୍ଭୀର, ବିରାଟଙ୍କୁ କଲେ ସମାଲୋଚନା

ଦଳ ପ୍ରଥମ ଦୁଇଟି ଦିନିକିଆ ହାରିବା ସହ ସିରିଜ୍ ହାତଛଡ଼ା କରିସାରିଛି। କିନ୍ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଗକୁ ଆସୁଥିବା ଟି-୨୦ ଓ ଟେଷ୍ଟ ସିରିଜରେ ଏ ଟିମ୍ କେମିତି ପ୍ରତ୍ୟାବର୍ତ୍ତନ କରିବ !

ଡିଜାଇନ ଫଟୋ

ସୁନନ୍ଦନ ମିଶ୍ର, ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଦୁର୍ବଳ ପ୍ରଦର୍ଶନ ପରେ ଏବେ ଭାରତୀୟ ଦଳକୁ ବେଶ୍ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଦଳ ପ୍ରଥମ ଦୁଇଟି ଦିନିକିଆ ହାରିବା ସହ ସିରିଜ୍ ହାତଛଡ଼ା କରିସାରିଛି। କିନ୍ତୁ ଅଧିକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଗକୁ ଆସୁଥିବା ଟି-୨୦ ଓ ଟେଷ୍ଟ ସିରିଜରେ ଏ ଟିମ୍ କେମିତି ପ୍ରତ୍ୟାବର୍ତ୍ତନ କରିବ !

Ind vs Aus ODI ର ପ୍ରଥମ ଦୁଇଟି ମ୍ୟାଚରେ ଦଳର ଏକାଭଳି ପରାଜୟ ପରେ ଏବେ କାଠଗଡ଼ାରେ ବିରାଟ କୋହଲି  (Virat Kohli) ଙ୍କ ନେତୃତ୍ୱ। ଟିମ୍ ଇଣ୍ଡିଆ (team India) ର ପୂର୍ବତନ ଓପନର ଗୌତମ ଗମ୍ଭୀର (Gautam Gambhir) ଏକ ସାକ୍ଷାତକାରରେ ବିରାଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, "ମୁଁ ଜାଣିପାରୁନି ବିରାଟ କିଭଳି କ୍ୟାପଟେନସିପ୍ କରୁଛନ୍ତି? ନେତୃତ୍ୱ, ରକ୍ଷାଣତ୍ମକ ଥିଲା ଭଳି ଲାଗୁଛି। ଯେତେବେଳେ କି ପ୍ରଥମରୁ ୱିକେଟ୍ ନେବାର ମହତ୍ତ୍ୱ ସମସ୍ତେ ଜାଣନ୍ତି, ସେତେବେଳେ ବୁମରାଙ୍କୁ ପ୍ରଥମରୁ ମାତ୍ର ୨ ଓଭର ବୋଲିଂ କରାଇ ବିଶ୍ରାମ ଦେବା ବିରାଟଙ୍କ ନିଷ୍ପତ୍ତି ବୁଝିବା କଷ୍ଟକର।"

Also Read: ରୋହିତ ଶର୍ମାଙ୍କୁ ମିଳିପାରେ ଅଷ୍ଟ୍ରେଲିଆ ଟିକଟ

ଗମ୍ଭୀର ନା କେବଳ ବିରାଟଙ୍କ ନେତୃତ୍ୱକୁ ଅପସନ୍ଦ କରିଛନ୍ତି ବରଂ ତାଙ୍କର କିଛି ନିଷ୍ପତ୍ତିକୁ ବିରୋଧ ବି କରିଛନ୍ତି। ସେ କହିଛନ୍ତି, "ଯଦି ପ୍ରଥମରୁ ୱିକେଟ୍ ନେବା ଲକ୍ଷ୍ୟରେ ସେ ରହୁନାହାନ୍ତି, ତେବେ ଅଷ୍ଟ୍ରେଲିଆ (Australia) ଭଳି ଟିମକୁ କମ୍ ସ୍କୋରରେ ଅଟକାଇବା ମୁସ୍କିଲ୍ ହେବ। କୋହଲି ପ୍ରଥମରୁ ରନ୍ ଅଟକାଇବା ଲକ୍ଷ୍ୟରେ ରହି ମ୍ୟାଚ୍ ଜିତିପାରିବେ ନାହିଁ। ଯେତେବେଳେ ଆପଣ ଜାଣୁଛନ୍ତି ଆପଣଙ୍କ ପାଖରେ ସଂଶାଧନ କମ୍ ଓ ଦୁର୍ବଳ, ତେବେ ୱାଶିଂଟନ୍ ସୁନ୍ଦର ଓ ଶିଭମ୍ ଦୁବେଙ୍କ ମଧ୍ୟରୁ ଜଣଙ୍କୁ ଅତିରିକ୍ତ ବୋଲର୍ ଭାବେ ଖେଳାଇବାରେ ଅସୁବିଧା କେଉଁଠି, ଜଣାପଡ଼ୁନି ।"

ସେପଟେ ଭାରତର ଲଗାତାର ପରାଜୟ ପରେ ପୂର୍ବତନ ଇଂଲିସ୍ କ୍ରିକେଟର୍ ବି କୋହଲି ଓ ଟିମ୍ ଇଣ୍ଡିଆକୁ ସମାଲୋଚନା କରିଛନ୍ତି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍ କହିଛନ୍ତି କି, ଯଦି ବିରାଟ ଥାଇ ଦଳର ପ୍ରଦର୍ଶନ ଏମିତି। ପ୍ରଥମ ଟେଷ୍ଟ ପରେ ଯେବେ ବିରାଟ ନଥିବେ, ସେବେ ଯଦି ଭାରତ ଜିତିଯାଏ, ତେବେ ତାହାକୁ ନେଇ ଦଳ ବର୍ଷେ ଯାଏଁ ଗର୍ବ କରି ପାରିବ।