ମଧୁମେହରେ ଉପକାରୀ କଞ୍ଚା ହଳଦୀ
କଞ୍ଚା ହଳଦୀ ମଧୁମେହ ରୋଗୀଙ୍କ ପାଇଁ ଏକ ବରଦାନ ଠାରୁ କମ୍ ନୁହେଁ। ଯଦି ଆପଣ କଞ୍ଚା ହଳଦୀକୁ ସଠିକ୍ ମାତ୍ରାରେ ସେବନ କରନ୍ତି ତେବେ ଆପଣଙ୍କ ସୁଗର ଲେବଲକୁ କଣ୍ଟ୍ରୋଲ କରିପାରିବେ । ବାସ୍ତବରେ କଞ୍ଚା ହଳଦୀରେ ମିଳୁଥିବା ଲିପୋପଲିସାଚାରାଇଡ୍ ନାମକ ଏକ ତତ୍ତ୍ବ ମଧୁମେହ ରୋଗୀଙ୍କ ରକ୍ତରେ ଗ୍ଲୁକୋଜ ମାତ୍ରାକୁ ହ୍ରାସ କରିଥାଏ । 


COMMERCIAL BREAK
SCROLL TO CONTINUE READING

କଞ୍ଚା ହଳଦୀ ଚର୍ମକୁ ଉଜ୍ଜ୍ବଳ କରିଥାଏ 
ସାଧାରଣତଃ ଆପଣ ଦୈନନ୍ଦିନ ଜୀବନରେ ନିଜ ଚେହେରା ପ୍ରତି ଏତେ ଟା ଧ୍ୟାନ ଦେଇ ନ ଥାଆନ୍ତି । କିନ୍ତୁ କଞ୍ଚା ହଳଦୀ ଲଗାଇବା ଦ୍ବାରା ଆପଣଙ୍କ ଚେହେରାରେ ଚମକ ଫେରି ଆସିଥାଏ । ଆପଣ ପ୍ରତ୍ୟେକ ଦିନ କଞ୍ଚା ହଳଦୀ ଲଗାଇବା ଦ୍ବାରା କିଛି ଦିନରେ ଆପଣଙ୍କ ଚେହେରାରେ ଥିବା ଦାଗ ହୂର ହୋଇଥାଏ ଏହା ସହ ଆପଣଙ୍କ ଚର୍ମ ଚମକିବାରେ ଲାଗେ । ଯଦି ଆପଣ ନିଜ ରଙ୍ଗକୁ ଅଧିକ ଉଜ୍ଜ୍ବଳ କରିବାକୁ ଚାହୁଁଛନ୍ତି ତେବେ ଘରେ ପ୍ରତ୍ୟେକ ଦିନ କଞ୍ଚା ହଳଦୀ ବ୍ୟବହାର କରନ୍ତୁ । ଏଥିପାଇଁ ଏକ ଚାମଚ କଞ୍ଚା ହଳଦୀ ଗୁଣ୍ଡ କରିବା ସହ କ୍ଷୀର ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ ଏବଂ ଏହାକୁ ପ୍ରତିଦିନ ମୁହଁରେ ଲଗାଇ , ପ୍ରାୟ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଦେଖିବେ ଆପଣ ନିଶ୍ଚିତ ଭାବେ ଏଥିରୁ ଲାଭ ପାଇବେ ।