SBI Credit Card New Rule: ଡିଜିଟାଲ ଗେମିଂ ପ୍ଲାଟଫର୍ମ ସହ ଜଡିତ କାରବାର ପାଇଁ କ୍ରେଡିଟ୍ କାର୍ଡ ବ୍ୟବହାର କରାଯାଇଛି । କିନ୍ତୁ ଏଭଳି ବ୍ୟବହାରକାରୀଙ୍କୁ ସତର୍କ ରହିବାକୁ ପଡ଼ିବ। ସେପଟେ ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କୁ ବଡ ଝଟକା ଦେଇଛି । ଏସବିଆଇ କାର୍ଡରୁ କ୍ରେଡିଟ କାର୍ଡ ନିୟମରେ ସ୍ୱତନ୍ତ୍ର ପରିବର୍ତ୍ତନ କରାଯାଇଛି । ଏହି ନୂଆ ନିୟମ ୨୦୨୪ ଡିସେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି । ନିକଟରେ ଏସବିଆଇ ପକ୍ଷରୁ ଅନେକ ପରିବର୍ତ୍ତନ କରାଯାଇଛି । ଏହାକୁ ନେଇ ଏସବିଆଇ କାର୍ଡ ୱେବସାଇଟରେ କୁହାଯାଇଛି ଯେ ନିୟମ ବଦଳିବାକୁ ଯାଉଛି । ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି ।

 

ସରଚାର୍ଜ ଆଦାୟ କରାଯିବ

ଏସବିଆଇ କ୍ରେଡିଟ୍ କାର୍ଡ ଜରିଆରେ ଷ୍ଟେଟମେଣ୍ଟ ଚକ୍ରରେ ୫୦,୦ ଟଙ୍କାରୁ ଅଧିକ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ୧ ପ୍ରତିଶତ ଅଧିକ ଶୁଳ୍କ ଆଦାୟ କରାଯିବ। ଯଦି କୌଣସି ଉପଭୋକ୍ତା ୫୦ ହଜାରରୁ କମ୍ ବିଲ୍ ପୈଠ କରନ୍ତି ତେବେ ତାଙ୍କୁ କୌଣସି ଅତିରିକ୍ତ ଚାର୍ଜ ଦେବାକୁ ପଡ଼ିବ ନାହିଁ। ନଭେମ୍ବର ପହିଲାରୁ ଲାଗୁ ହେବ ଏହି ନୂଆ ନିୟମ ।

 

୫୦,୦ ଟଙ୍କାରୁ ଅଧିକ ୟୁଟିଲିଟି ବିଲ୍ ଦେୟ ଉପରେ ସରଚାର୍ଜ ଆଦାୟ କରିବ ଏସବିଆଇ

ଏସବିଆଇର କ୍ରେଡିଟ୍ କାର୍ଡ ଜରିଆରେ ଷ୍ଟେଟମେଣ୍ଟ ପ୍ରକ୍ରିୟାରେ ୫୦,୦ ଟଙ୍କାରୁ ଅଧିକ ୟୁଟିଲିଟି ବିଲ୍ ପେମେଣ୍ଟ ଉପରେ ୧% ଅତିରିକ୍ତ ଶୁଳ୍କ ଆଦାୟ କରାଯିବ। ତେବେ ୫୦,୦ ଟଙ୍କାରୁ କମ୍ ୟୁଟିଲିଟି ବିଲ୍ ଦେୟ ଉପରେ କୌଣସି ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ନାହିଁ।

 

ଫାଇନାନ୍ସ ଚାର୍ଜରେ ପରିବର୍ତ୍ତନ

ଏସବିଆଇ ଶୌର୍ଯ୍ୟ/ ଡିଫେନ୍ସ କ୍ରେଡିଟ୍ କାର୍ଡ ବ୍ୟତୀତ ଅନ୍ୟ ସମସ୍ତ ଅସୁରକ୍ଷିତ କ୍ରେଡିଟ୍ କାର୍ଡ ପାଇଁ ଫାଇନାନ୍ସ ଚାର୍ଜରେ ମଧ୍ୟ ପରିବର୍ତ୍ତନ କରିଛି । ଏବେ ଏସବିଆଇର ଅସୁରକ୍ଷିତ କ୍ରେଡିଟ୍ କାର୍ଡ ଉପରେ ୩.୭୫ ପ୍ରତିଶତ ଫାଇନାନ୍ସ ଚାର୍ଜ ଦେବାକୁ ପଡିବ । ୨୦୨୪ ନଭେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ। ଅସୁରକ୍ଷିତ କ୍ରେଡିଟ୍ କାର୍ଡ ହେଉଛି କ୍ରେଡିଟ୍ କାର୍ଡ ଯେଉଁଥିପାଇଁ କୌଣସି ସିକ୍ୟୁରିଟି ଡିପୋଜିଟ୍ କିମ୍ବା କୋଲାଟାରାଲ ଦେବାକୁ ପଡିବ ନାହିଁ ଏବଂ ସୁରକ୍ଷିତ କ୍ରେଡିଟ୍ କାର୍ଡ ହେଉଛି କ୍ରେଡିଟ୍ କାର୍ଡ ଯାହା ଫିକ୍ସଡ ଡିପୋଜିଟ୍ (ଏଫଡି) ବଦଳରେ ଦିଆଯାଏ ।