SBI ଦେଉଛି ରୋଜଗାରର ସୁଯୋଗ! ଏହି ଡକ୍ୟୁମେଣ୍ଟଗୁଡିକ ଦାଖଲ କରି ପ୍ରତି ମାସରେ ପାଇପାରିବେ ୬୦ ହଜାର ଟଙ୍କା
ଆପଣ ଘରେ ରହି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ (SBI ATM) ର ଫ୍ରାଞ୍ଚାଇଜ୍ ନେଇ ମଧ୍ୟ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ । ଜାଣନ୍ତୁ ଏହା ବିଷୟରେ...
ନୂଆଦିଲ୍ଲୀ: କୋରୋନା ସମୟରେ ଘରୁ ଟଙ୍କା ରୋଜଗାର କରିବାର ଏକ ବଡ଼ ସୁଯୋଗ ରହିଛି । ବାସ୍ତବରେ, SBI ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ଆଣିଛି । SBI ମାଧ୍ୟମରେ ବ୍ୟବସାୟ କରି ଆପଣ ମଧ୍ୟ ସହଜରେ ଘରେ ବସି ମାସକୁ ୬୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରିବେ । ଏବଂ ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ସୁରକ୍ଷିତ ପଦ୍ଧତି ଯାହା ଆପଣଙ୍କର ଗ୍ୟାରେଣ୍ଟି ରିଟର୍ଣ୍ଣ ଦେବ । ଦେଶର ପ୍ରଥମ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏସବିଆଇ (SBI) ଆପଣଙ୍କୁ ଏହି ସୁଯୋଗ ଦେଉଛି । ଜାଣନ୍ତୁ ଏହା ବିଷୟରେ...
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ ଫ୍ରାଞ୍ଚାଇଜ୍
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର (SBI) ଏଟିଏମ୍ ଫ୍ରାଞ୍ଚାଇଜ୍ ନେଇ ଆପଣ ସହଜରେ ମୋଟା ଅଙ୍କର ରୋଜଗାର କରିପାରିବେ । କୌଣସି ବ୍ୟାଙ୍କର ଏଟିଏମ୍ ବ୍ୟାଙ୍କ ତରଫରୁ ସଂସ୍ଥାପିତ ହୁଏନାହିଁ, ଓ ଏଥିପାଇଁ ଏକ ଅଲଗା କମ୍ପାନୀ ରହିଥାଏ । ଏହାର ଚୁକ୍ତିନାମା ବ୍ୟାଙ୍କ ଦ୍ୱାରା ଅନ୍ୟ ଏକ ସଂସ୍ଥାକୁ ଦେଇଥାଏ । ଓ ସେହି ସଂସ୍ଥା ସବୁ ସ୍ଥାନରେ ଏଟିଏମ୍ ସ୍ଥାପନ କରିବାକୁ କାମ କରେ । ତେବେ ଜଣାନ୍ତୁ ଆପଣ କିପରି ଏଟିଏମ୍ ଫ୍ରାଞ୍ଚାଇଜ୍ ନେଇ ମୋଟା ଅଙ୍କର ଟଙ୍କା ରୋଜଗାର କରିପାରିବେ ।
ଏହା ବି ପଢ଼ନ୍ତୁ: କୃଷି ଆଇନକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି; କହିଲେ..
ଏସବିଆଇ ଏଟିଏମ୍ ଫ୍ରାଞ୍ଚାଇଜ୍ ନେବା ପାଇଁ ଏହା ରହିଛି ସର୍ତ୍ତାବଳୀ
୧. SBI ATM ର ଫ୍ରାଞ୍ଚାଇଜ୍ ନେବାକୁ, ଆପଣଙ୍କର ୫୦ ରୁ ୮୦ ବର୍ଗଫୁଟ ଜାଗା ରହିବା ଉଚିତ ।
୨. ଅନ୍ୟ ଏଟିଏମ୍ ଠାରୁ ଏହାର ଦୂରତା ୧୦୦ ମିଟର ହେବା ଉଚିତ୍ ।
୩. ମନେରଖନ୍ତୁ ଯେ ଏହି ସ୍ଥାନଟି ତଳ ମହଲାରେ ଓ ଭଲ ଦୃଶ୍ୟମାନ ହେଉଥିବା ସ୍ଥାନ ହେବା ଉଚିତ୍ ।
୪. ଏଠାରେ ୨୪ ଘଣ୍ଟା ବିଦ୍ୟୁତ୍ ଯୋଗାଣ ରହିବା ଉଚିତ୍ ଓ ଏହା ବ୍ୟତୀତ ୧ କିଲୋୱାଟ ବିଦ୍ୟୁତ୍ ସଂଯୋଗ ମଧ୍ୟ ବାଧ୍ୟତାମୂଳକ ଅଟେ ।
୫. ଏହି ATM ରେ ପ୍ରତିଦିନ ପ୍ରାୟ ୩୦୦ ଟ୍ରାନ୍ଜେକ୍ସନର ହେବା ଉଚିତ୍ ।
୬. ଏଟିଏମ୍ ଜାଗାରେ ଏକ କଂକ୍ରିଟ୍ ଛାତ ରହିବା ଉଚିତ୍ ।
୭. V-SAT ସଂସ୍ଥାପନ ପାଇଁ ସୋସାଇଟି କିମ୍ବା କର୍ତ୍ତୃପକ୍ଷଙ୍କ ଠାରୁ କ୍ଲିଅରାନ୍ସ ମିଳିବା ଆବଶ୍ୟକ ।
SBI ATM ଫ୍ରାଞ୍ଚାଇଜ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ
୧. ଆଇଡି ପ୍ରୁଫ୍ - ଆଧାର କାର୍ଡ, ପାନ୍ କାର୍ଡ, ଭୋଟର କାର୍ଡ
୨. ଆଡ୍ରେସ ପ୍ରୁଫ୍ - ରେସନ କାର୍ଡ, ବିଦ୍ୟୁତ୍ ବିଲ୍
୩. ବ୍ୟାଙ୍କ ଆକାଉଣ୍ଟ ଓ ପାସବୁକ୍
୪. ଫଟୋଗ୍ରାଫ୍, ଇ-ମେଲ୍ ID, ଫୋନ୍ ନମ୍ବର
୫. ଅନ୍ୟାନ୍ୟ ଡକ୍ୟୁମେଣ୍ଟ୍
୬. ଜିଏସ୍ଟି ନମ୍ବର
୭. ଆର୍ଥିକ ଡକ୍ୟୁମେଣ୍ଟ୍
ଏହା ବି ପଢ଼ନ୍ତୁ: କିସାନ ମହାପଞ୍ଚାୟତକୁ ନେଇ ଭର୍ତ୍ସନା କଲେ ସୁପ୍ରିମକୋର୍ଟ; ଦେଲେ ଏହି ଆଦେଶ
SBI ATM ଫ୍ରାଞ୍ଚାଇଜ୍ ପାଇଁ କିପରି କରିବେ ଆବେଦନ
SBI ATM ର ଫ୍ରାଞ୍ଚାଇଜିଂ ପ୍ରଦାନ କରୁଥିବା କମ୍ପାନୀଗୁଡିକର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରି ଆପଣ ଅନଲାଇନରେ ଆବେଦନ କରିପାରିବେ । ଭାରତରେ ଏଟିଏମ୍ ସ୍ଥାପନ ପାଇଁ ଚୁକ୍ତିନାମା Tata Indicash, Muthoot ATM ଓ India One ATM ପାଖରେ ରହିଛି । ଏଥିପାଇଁ, ଆପଣ ଏହି ସମସ୍ତ କମ୍ପାନୀର ୱେବସାଇଟରେ ଅନଲାଇନ୍ ଲଗ୍ ଇନ କରି ଆପଣ SBI ATM ଫ୍ରାଞ୍ଚାଇଜ୍ ପାଇଁ ଆବେଦନ କରିପାରିବେ ।
ଅଫିସିଆଲ୍ ୱେବସାଇଟ୍:
Tata Indicash – www.indicash.co.in
Muthoot ATM – www.muthootatm.com/suggest-atm.html
India One ATM – india1atm.in/rent-your-space
ଏହା ବି ପଢ଼ନ୍ତୁ: କାହିଁକି ଜନ୍ମ ହୁଅନ୍ତି ଯାଆଁଳା ଶିଶୁ? ହଟିଲା ରହସ୍ୟରୁ ପରଦା!
କେତେ କରିପାରିବେ ରୋଜଗାର
ଏହି କମ୍ପାନୀଗୁଡିକ ମଧ୍ୟରୁ ଟାଟା ଇଣ୍ଡିକାଶ୍ ହେଉଛି ସବୁଠାରୁ ବଡ ଓ ପୁରାତନ କମ୍ପାନୀ । ଏହା ୨ ଲକ୍ଷର ସୁରକ୍ଷା ଜମା ଉପରେ ଫ୍ରାଞ୍ଚାଇଜ୍ ପ୍ରଦାନ କରେ ଯାହା ଫେରସ୍ତଯୋଗ୍ୟ । ଏହା ବ୍ୟତୀତ ଆପଣଙ୍କୁ କାର୍ଯ୍ୟର ପୁଞ୍ଜି ଭାବରେ ୩ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଏହିପରି, ଏଥିରେ ଆପଣଙ୍କର ମୋଟ ୫ ଲକ୍ଷ ଟଙ୍କା ବିନିଯୋଗ କରିବେ । ଯଦି ଆପଣ ଏଥିରେ ରୋଜଗାରକୁ ଦେଖନ୍ତି, ତେବେ ଆପଣ ପ୍ରତ୍ୟେକ ନଗଦ କାରବାରରେ ୮ ଟଙ୍କା ଓ ନଗଦ ନଥିବା କାରବାରରେ ୨ ଟଙ୍କା ପାଇବେ । ଏହା ବାର୍ଷିକ ଭିତ୍ତିରେ ନିବେଶର ରିଟର୍ଣ୍ଣ ୩୩ ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ରହିଥାଏ । ଯଦି ଆପଣଙ୍କର ଏଟିଏମ୍ ମାଧ୍ୟମରେ ପ୍ରତିଦିନ ୨୫୦ କାରବାର ହୁଏ, ଯେଉଁଥିରେ ୬୫ ପ୍ରତିଶତ ନଗଦ କାରବାର ଓ ୩୫ ପ୍ରତିଶତ ବିନା ନଗଦ କାରବାର, ତେବେ ଆପଣଙ୍କର ମାସିକ ଆୟ ୪୫ ହଜାର ଟଙ୍କା ପାଖାପାଖି ହେବ । ଏଥି ସହିତ, ୫୦୦ କାରବାର ଉପରେ ପ୍ରାୟ ୮୮ ରୁ ୯୦ ହଜାର କମିଶନ ରହିବେ । ଏଥିରେ ଗୋଟିଏ ଥର ନିବେଶ କରି ଆପଣ ବହୁତ ଲାଭ ପାଇପାରିବେ ।