Shani Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ପ୍ରାୟ ଅଢ଼େଇ ବର୍ଷ ପର୍ଯ୍ୟନ୍ତ ଯେକୌଣସି ରାଶିରେ ରହିଥାଆନ୍ତି। ଏହାପରେ ଦ୍ବିତୀୟ ରାଶିରେ ପ୍ରବେଶ କରନ୍ତି। ସୂର୍ଯ୍ୟଙ୍କ ଠାରୁ ଷଷ୍ଠ ଗ୍ରହ ତଥା ବୃହସ୍ପତିଙ୍କ ପରେ ସୌରମଣ୍ଡଳର ଦ୍ୱିତୀୟ ବୃହତ୍ତମ ଗ୍ରହ ଶନି ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି, ଯେଉଁ କାରଣରୁ ୨୦୨୫ ବର୍ଷ କିଛି ରାଶି ପାଇଁ ଅତ୍ୟନ୍ତ ବିଶେଷ ରହିବ ଏବଂ କିଛି ରାଶି ପାଇଁ ଅସୁବିଧା ଆଣିବ । ୨୦୨୫ ମସିହାରେ ଶନି ଙ୍କ ଚଳନ କାରଣରୁ କିଛି ରାଶିଙ୍କୁ ସାଢେ ସତୀ ଓ ଶନିଦହିୟାରୁ ମୁକ୍ତି ମିଳିବ, ତେବେ ଶନିଙ୍କ ସାଢେ ସତୀ ଓ ଶନିଦହିୟା ୩ଟି ରାଶିରେ ଆରମ୍ଭ ହେବ । ଆସନ୍ତୁ ଜାଣିବା ୨୦୨୫ରେ କେଉଁ ରାଶି ଉପରେ ଆରମ୍ଭ ହେବ ସାଢେ ସତୀ ଓ ଶନିଦହିୟା?


COMMERCIAL BREAK
SCROLL TO CONTINUE READING

୨୦୨୫ରେ କେବେ ଚଳନ କରିବେ ଶନି ?
ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଙ୍କ ସାଢେ ସତୀ ଓ ଶନିଦହିୟା ଶନିଙ୍କ ଚଳନ କାରଣରୁ କେତେକ ରାଶିରେ ଆରମ୍ଭ ହୋଇଥାଏ, ତେବେ ଏହାର ପ୍ରଭାବ କିଛି ରାଶି ଉପରେ ପଡିଥାଏ । ମାର୍ଚ୍ଚ ୨୯, ୨୦୨୫ରେ ଶନି ଗ୍ରହ ସ୍ୱର୍ଗୀ କୁମ୍ଭରୁ ବାହାରି ବୃହସ୍ପତିଙ୍କ ରାଶି ମୀନ ରାଶିରେ ପ୍ରବେଶ କରିବେ, ଯାହା ୩ଟି ରାଶିରେ ଶନିଙ୍କସାଢେ ସତୀ ଓ ଶନିଦହିୟା ଆରମ୍ଭ କରିବ।


ଏହି ୩ ଟି ରାଶି ଉପରେ ଆରମ୍ଭ ହେବ ଶନିଙ୍କ ସାଢେ ସତୀ 
୨୦୨୫ ମସିହାରେ ଶନି ଚଳନ ସହିତ ମେଷ ରାଶିର ବ୍ୟକ୍ତିଙ୍କ ଉପରେ ଶନି ସାଢେସତୀ ଆରମ୍ଭ କରିବେ। ମୀନ ରାଶିରେ ଶନି ସାଢେସତୀର ଦ୍ବିତୀୟ ପର୍ଯ୍ୟାୟ ହେବ। ତେବେ ଶନି କୁମ୍ଭ ରାଶିର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରହିବେ। ସେହିପରି ମକର ରାଶି ପାଇଁ ସାଢେ ସତୀ ଶେଷ ହେବ।


ଏହି ରାଶିଉପରେ ଆରମ୍ଭ ହେବ ଶନିଙ୍କ ଦହିୟା 
ଶନି ମୀନ ରାଶିରେ ପ୍ରବେଶ କରିବା ଦ୍ୱାରା ବୃଷ ରାଶିର ଦହିୟା ଶେଷ ହେବ। ଧନୁ, କର୍କଟ ଓ ସିଂହ ରାଶିରେ ଶନିଙ୍କ ଦହିୟା ଆରମ୍ଭ ହେବାକୁ ଯାଉଛି।


ଶନିଙ୍କ ସାଢେ ସତୀ କେତେ ଦିନ ରହିଥାଏ?
ଶନିଙ୍କ ସାଢେ ସତୀ ୦୭.୦୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହାକୁ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ଯାହା ଅଢ଼େଇ ପର୍ଯ୍ୟାୟର ଅଟେ । କୁହାଯାଏ ଯେ କୌଣସି ରାଶି ଉପରେ ଜୀବନରେ ଦୁଇଥର ସାଢେ ସତୀ ବୋଲି ମନେ ହୁଏ । ଏଭଳି ସ୍ଥିତିରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାଢେ ସତୀ ସମୟରେ ଶନିବାର ଦିନ ଶନିଦେବଙ୍କୁ ପୂଜା କରିବା ସହ ତେଲ ଦୀପ ଜଳାଇବାକୁ କୁହାଯାଏ। ଏହାବ୍ୟତୀତ ଶନିବାର ଦିନ ଶିବଲିଙ୍ଗରେ କ୍ଷୀର ରେ କଳା ରାଶି ମିଶାଇ ଅଭିଷେକ କରାଯାଏ ବୋଲି ବିଶ୍ୱାସ ରହିଛି। 


(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)