Shani Margi 2023: ଶନିଦେବଙ୍କୁ ନ୍ୟାୟର ଦେବତା (Shani Dev) ବୋଲି କୁହାଯାଏ।  ଯଦି ଶନିଦେବ ଯେ କୌଣସି ରାଶିର ମଣିଷ ଉପରେ ପ୍ରସନ୍ନ ରୁହନ୍ତି । ସେହି ମଣିଷର ଭାଗ୍ୟ ପରିବର୍ତ୍ତନ ହେବାକୁ ବେଶି ସମୟ ଲାଗେ ନାହିଁ। ଜ୍ୟୋତିଶ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ଯେ, ଆସନ୍ତା ମାସ ୪ ତାରିଖ (ନଭେମ୍ବର ୪ ତାରିଖରେ ) ଶନି କୁମ୍ଭ ରାଶିରେ ମାର୍ଗି (Shani Margi 2023) ହେବାକୁ ଯାଉଛନ୍ତି। ତାଙ୍କର ଏହି ପରିବର୍ତ୍ତନ ସମସ୍ତ ରାଶି ଉପରେ କିଛି ନା କିଛି ପ୍ରଭାବ ପକାଇବ । କିଛି ରାଶି ଉପରେ ଶୁଭ ତ କିଛି ରାଶି ଉପରେ ଖରାପ ପ୍ରଭାବ ପକାଇବ । ଯଦି ଶନି ଦେବ କୌଣସି ରାଶି ପ୍ରତି କୃପା ଦୃଷ୍ଟି ରଖନ୍ତି । ତେବେ ସେ ଜୀବନରେ ବହୁତ ଅଗ୍ରଗତି କରନ୍ତି । ସବୁ ସ୍ଥାନରୁ ଶୁଭ ଫଳାଫଳ ଆସିବା ଆରମ୍ଭ କରେ ଓ ବହୁ ଧନ ହାସଲ ହୁଏ । ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା ଶନି ଦେବଙ୍କ ମାର୍ଗି ହେବାରୁ କେଉଁ ସବୁ ରାଶି ଉପରେ ଭଲ ପ୍ରଭାବ ପକାଇବ ।


COMMERCIAL BREAK
SCROLL TO CONTINUE READING

Also Read: Dussehra: ରାଶି ଅନୁସାରେ ଦଶହରା ଦିନ କରନ୍ତୁ ଏହି ସବୁ ଉପାୟ, ବର୍ଷ ସାରା ହେବନି ଧନର ଅଭାବ


ଏହି ସବୁ ରାଶି ହେବେ ମାଲେମାଲ୍:


ମିଥୁନ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ରାଶିର ଲୋକଙ୍କ ଉପରେ ଶନିଙ୍କ କୃପା ରହିବ। ଶନି ଦେବ ମାର୍ଗି ହେବାର ପ୍ରଭାବ ଏହି ରାଶି ଉପରେ ଭଲ ପଡ଼ିବ । ଏହି ରାଶିର ବ୍ୟକ୍ତି ମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ବୈବାହିକ ଜୀବନ ସୁଖମୟ ହେବ । ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆୟ ବଢିବ । ଏଥି ସହିତ ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି । ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ଏହି ସମୟରେ ଆପଣ ପୁରୁଣା ବିନିଯୋଗରୁ ଲଭ ପାଇବେ। ନିଜ ସନ୍ତାନ ସନ୍ତାତିଙ୍କ ଠାରୁ ଭଲ ଖବର ପାଇବେ। 


ତୁଳା: ଶନିଦେବ ମାର୍ଗି ହେବାରୁ ଏହି ରାଶିର ଲୋକେ ଶୁଭ ଫଳାଫଳ ପାଇବେ । ମନ ପ୍ରସନ୍ନ ରହିବ । ଘରେ ଧାର୍ମିକ କାର୍ଯ୍ୟ ସଂପନ୍ନ ହେବ । ଏହି ରାଶିର ଛାତ୍ରମାନଙ୍କ ପାଇଁ ସମୟ ଅନୁକୂଳ ଅଛି ।  ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ଦେଖିବାକୁ ମିଳିବ । ଚାକିରିରେ ଆପଣ ଉଚ୍ଚ ଅଧିକାରୀଙ୍କ ସମର୍ଥନ ପାଇବେ । ଚାକିରିରେ ଟ୍ରାନ୍ସଫର ହେବାର ସମ୍ଭାବନା ଅଛି । ପାରିବାରିକ ଜୀବନ ସୁଖମୟ ହେବ । ରାଜନୀତି ସହିତ ଜଡି଼ତ ଲୋକଙ୍କ ପାଇଁ ସମୟ ଅନୂକୁଳ ରହିଛି। ଏହି ସମୟରେ ଦଳ ବଦଳ କଲେ ଆପଣଙ୍କ ପାଇଁ ଭଲ। ଆକସ୍ମିକ ଧନଲାଭର ଯୋଗ ବି ରହିଛି।  


କୁମ୍ଭ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନିଦେବ କୁମ୍ଭ ରାଶିର ରାଜା ଅଟନ୍ତି। ଶନିଦେବ ଏହି ରାଶିରେ ୨୦୨୫ ପର୍ଯ୍ୟନ୍ତ ରହିବେ। ଆପଣ ବ୍ୟବସାୟରେ ଅଧିକ ଲାଭ ପାଇବେ।  ବ୍ୟବସାୟୀଙ୍କ ପାଇଁ ଏହା ଏକ ଭଲ ସମୟ । ବ୍ୟବସାୟରେ ପ୍ରଗତିର ସମ୍ଭାବନା ଅଛି । ବନ୍ଧୁମାନଙ୍କ ସାଥ୍ ମିଳିବ ଓ ଆୟ ବୃଦ୍ଧି ପାଇବ । ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଆସିବ। ଯଦି ଆପଣ ଦୀର୍ଘ ସମୟ ଗାଡି କିମ୍ବା ଘର କିଣିବା ପାଇଁ  ଯୋଜନା କରୁଛନ୍ତି, ତେବେ ଏହାକୁ ସମ୍ପୂର୍ଣ୍ଣ କରିବା ପାଇଁ ଏକ ଅନୁକୂଳ ସମୟ । 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ । କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ ।)