Similipal forest : ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍-ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ।
Trending Photos
ମୟୂରଭଞ୍ଜ: ରାଜ୍ୟ ସରକାରଙ୍କ ଶିମିଳିପାଳ ସୁରକ୍ଷା ଚିନ୍ତା। ଶିମିଳିପାଳ ଅଭୟାରଣ୍ୟର ସୁରକ୍ଷା ପାଇଁ ମୁତୟନ ହେବେ ଗୋଟିଏ କମ୍ପାନୀ ଆର୍ମଡ୍ ପୋଲିସ ଫୋର୍ସ। ଏଜିଙ୍କୁ ଚିଠି ଲେଖିଲେ ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁ। ମୟୁରଭଞ୍ଜ ଜିଲ୍ଲାରେ ୧୩୧ ପଦବୀ ସୃଷ୍ଟି ସହ ରାଜ୍ୟପାଳଙ୍କ ମଞ୍ଜୁରୀ ପାଇଁ ଅନୁରୋଧ କଲେ ରାଜ୍ୟ ସରକାର।
ଯୋଜନା ଅନୁସାରେ ୧୩୧ ଜଣିଆ ଏକ ଡେଡିକେଟେଡ୍ ଆର୍ମଡ୍ ପୁଲିସ୍ ରିଜର୍ଭ କମ୍ପାନୀ ଗଠନ କରାଯିବ। ଏସମ୍ପର୍କରେ ଗୃହ ସଚିବ ସତ୍ୟବ୍ରତ ସାହୁ ଆକାଉଣ୍ଟ ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି। ଏହି କମ୍ପାନୀରେ ଜଣେ କମାଣ୍ଡାଣ୍ଟ, ଜଣେ ଇନସପେକ୍ଟର, ୩ ଜଣ ସବ୍-ଇନସପେକ୍ଟର, ୩ ଜଣ ଆସିଷ୍ଟାଣ୍ଟ ସବ୍ ଇନସପେକ୍ଟର, ୩୦ ଜଣ ହାବିଲଦାର, ୩ ଜଣ ଡ଼୍ରାଇଭର ହାବିଲଦାର, ୮୭ ଜଣ ସିପାହୀ ଓ ୩ ଜଣ ଡ୍ରାଇଭର ରହିବେ। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି କମ୍ପାନୀର ସମସ୍ତ ଖର୍ଚ୍ଚ ଜଙ୍ଗଲ ଓ ପରିବେଶ ବିଭାଗ ବହନ କରିବ।