Shani Remedies: ଶନିଙ୍କୁ (Shani dev) ନ୍ୟାୟର ଦେବତା ବୋଲି କୁହାଯାଏ । ଶନିଙ୍କ(shani dev) ପାଇଁ ଶନିବାର (saturday) ଦିନଟି ଉତ୍ସର୍ଗ କରାଯାଇଛି । ମଣିଷକୁ ତାର ଭଲ ଓ ଖରାପ କର୍ମ ଅନୁସାରେ ଫଳ ପ୍ରଦାନ କରନ୍ତି ଶନିଦେବ ।  ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ କରନ୍ତି । ତେବେ, ସେହି ବ୍ୟକ୍ତିଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ସଫଳତା ପାଇବାତ ଦୂରର କଥା ,ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଇଥାଏ । ସେଥିପାଇଁ କିଛି ସରଳ ଉପାୟ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ସରଳ ଉପାୟ ଅବଲମ୍ବନ କରିବା ଦ୍ବାରା ଶନି ଆପଣଙ୍କ ରାଶିରେ ରହିଲେ ମଧ୍ୟ କୌଣସି ପ୍ରକାର ସମସ୍ୟା ହେବ ନାହିଁ (shani remedies)। ବରଂ ଶନିଦେବଙ୍କ ଆର୍ଶିବାଦ ଆପଣଙ୍କୁ ପ୍ରାପ୍ତ ହେବ। ଏବଂ ଆପଣଙ୍କ ଜୀବନ ସୁଖ ଶାନ୍ତିରେ ଭରିଯିବ। ଆସନ୍ତୁ ଜାଣିବା ଏହି ସରଳ ଉପାୟ ଗୁ଼ଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

Also Read: Horoscope Today 8 July 2023: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?


Also Read: Odisha Train Accident: ରାତାରାତି କୋର୍ଟରେ ହାଜର ହେଲେ ବାହାନଗା ରେଳ ଦୁର୍ଘଟଣାର ଏହି ତିନି 'ଭିଲେନ୍'


ଶନିବାର ଦିନ କରନ୍ତୁ ଏହି ସବୁ ଉପାୟ, କଟିବ ଶନିଦଶା:


-ଶନିବାର ଦିନ ଶନି ଦେବଙ୍କ କୃପା ଲାଭ କରିବା ଲାଗି ଉପବାସ ପାଳନ କରନ୍ତୁ । ଏହି ଦିନ ବ୍ରହ୍ମା ମୁହୁର୍ତ୍ତରେ ସ୍ନାନ କରି ଶନି ଦେବଙ୍କ ମୂର୍ତ୍ତି ପୂଜା କରନ୍ତୁ । ଶନି ମନ୍ଦିର ଯାଇ ଏହି ଦିନ ଶନି ଦେବଙ୍କୁ ନୀଳ ଲାଜୱନ୍ତୀ ଫୁଲ, କଳା ତେଲ ଅର୍ପଣ କରନ୍ତୁ । ଏହା କରିବା ଦ୍ବାରା ଶନି ଦେବ ପ୍ରସନ୍ନ ହୋଇଥାଆନ୍ତି । ଦୁଖଃ କଷ୍ଟ ଦୂର ହୋଇଥାଏ ।  


-ଶନି ଦେବଙ୍କ କୃପା ଲାଭ ପାଇଁ ଓସ୍ତ ଗଛ ମୂଳରେ କଳା ତେଲ ଅର୍ପଣ କରନ୍ତୁ। କ୍ରମାଗତ ଭାବରେ ଏହି ପ୍ରତିକାର କରିବା ଦ୍ୱାରା ମନୋକାମନା ପୂରଣ ହେବା ସହ ଜୀବନରେ ଲାଗି ରହିଥାଏ ସମସ୍ୟା ଦୂର ହୋଇଥାଏ ।  ଆର୍ଥିକ ସ୍ଥିତି ମଜଭୁତ ରହିଥାଏ ।


-ଶନି ଦଶାରୁ ମୁକ୍ତି ପାଇବା ପାଇଁ ଭକ୍ତିର ସହ ଶନି ଦେବଙ୍କ ପୂଜା କରନ୍ତୁ । ଏହା ବ୍ୟତୀତ ଏକ ଚାମଚ ଲାଲ୍ ଚନ୍ଦନକୁ ପାଣିରେ ପକାଇ ପ୍ରତିଦିନ ଗାଧାନ୍ତୁ। ଏହି ଉପାୟ କରିବା ଦୂରା ଶନି ପୀଡ଼ା ଦୂର ହୋଇଥାଏ ।


-ହନୁମାନ ମନ୍ଦିରରେ ସୁନ୍ଦରକନ୍ଦ ପାଠ କରିବାର ଅନେକ ଲାଭ ଅଛି । ଏହା କେବଳ ଆତ୍ମବିଶ୍ୱାସ ବଢାଏ ତାହା ନୁହେଁ, ଅଟକି ରହିଥିବା କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସଫଳତାର ସହ କାର୍ଯ୍ୟକାରୀ କରାଇଥାଏ । ଏଥିଲାଗି ଶନିବାର ଦିନ ହନୁମାନ ମନ୍ଦିରରେ ଘିର ଦୀପ ଜାଳି ପ୍ରାର୍ଥନା କରନ୍ତୁ । ଏହା ବ୍ୟତୀତ ହନୁମାନଙ୍କୁ କଦଳୀ ଅର୍ପଣ କରନ୍ତୁ, ପରେ ଗରିବଙ୍କ ମଧ୍ୟରେ ଏହି ପ୍ରସାଦକୁ ବଣ୍ଟନ କଲେ ବିଶେଷ ଲାଭ ମିଳିଥାଏ ।


ଶନିବାର ଦିନ କରନ୍ତୁ ନାହିଁ ଏହି କାମ:


-ଶନି ଦେବଙ୍କୁ ଖୁସି କରିବା ପାଇଁ ସୋରିଷ ତେଲ ଦାନ କରିବା କିମ୍ବା ଶନିବାର ଦିନ ଏହାର ଦୀପ ଜାଳିବା ଲାଭଦାୟକ ଅଟେ । କିନ୍ତୁ ଏହି ଦିନ ସୋରିଷ ତେଲ କିଣିବା ଏବଂ ଘରକୁ ଆଣିବା ଉଚିତ୍ ନୁହେଁ କିମ୍ବା ଦୋକାନରୁ କିଣିବା ଉଚିତ୍ ନୁହେଁ । କେବଳ ପୂର୍ବରୁ କିଣାଯାଇଥିବା ତେଲ ବ୍ୟବହାର କରାଯିବା ଉଚିତ୍ ।


-ଶନିବାର ଦିନ ଲୋକମାନେ ସୋରିଷ ତେଲ ସହିତ ରାଶି ତେଲ ମଧ୍ୟ ଦାନ କରନ୍ତି, କିନ୍ତୁ ମନେରଖନ୍ତୁ ଯେ, ଶନିବାର ଦିନ କଳା ରଙ୍ଗର ତେଲ କିଣିବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଶନି ଦେବ ପ୍ରସନ୍ନ ହେବା ପରିବର୍ତ୍ତେ କ୍ରୋଧିତ ହୋଇପାରନ୍ତି । ଏବଂ ଆପଣଙ୍କୁ କାଙ୍ଗାଳ ମଧ୍ୟ କରିପାରନ୍ତି। 


- ସେହିପରି ଲୁହା କିମ୍ବା ଲୁହାରେ ତିଆରି ଜିନିଷ ଶନିବାର କିଣିବା ଉଚିତ୍ ନୁହେଁ । ଏହି ଦିନ ଲୁହା ଦାନ କରିବା ଅନୁଚିତ୍। 


-ଶନିବାର ଦିନ ଜୋତା ଏବଂ ଚପଲ ଦାନ କରିବା ଦ୍ବାରା ଶନିଦେବ ଖୁସି ହୋଇଥାନ୍ତି । କିନ୍ତୁ  ମନେରଖନ୍ତୁ ଯେ, ଏହି ଦିନ କୌଣସି ବ୍ୟକ୍ତିଙ୍କ ଠାରୁ ଜୋତା ଏବଂ ଚପଲ ଉପହାର ଦିଅନ୍ତୁ ନାହିଁ କିମ୍ବା ନିଅନ୍ତୁ ନାହିଁ ।


-ଗରିବ,ଦୁର୍ବଳ କିମ୍ବା ବୃଦ୍ଧଙ୍କୁ ଅପମାନିତ କରାଯିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କୁ ହଇରାଣ କରାଯିବା ଉଚିତ୍ ନୁହେଁ। ନିରିହ ଲୋକଙ୍କ ଉପରେ ଏପରି ଦାଉ ସାଧୁଥିବା ଲୋକଙ୍କ ଉପରେ  ଶନିଦେବ କେବେ ସନ୍ତୁଷ୍ଟ ହୁଅନ୍ତି ନାହିଁ। 


(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)