Shukra Nakshatra Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଓ ନକ୍ଷତ୍ରମାନଙ୍କର ଏକ ବିଶେଷ ସମ୍ପର୍କ ରହିଛି। ତେଣୁ ଗ୍ରହ ନକ୍ଷତ୍ର ପରିବର୍ତ୍ତନ ସବୁ ରାଶି ଉପରେ ଉଭୟ ଭଲ ଓ ଖରାପ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ଅଗଷ୍ଟ ୨୨ ତାରିଖ ଗୁରୁବାରଠାରୁ ଦୈତ ମାନଙ୍କର ଗୁରୁ କୁହାଯାଉଥିବା ଶୁକ୍ର ଉତ୍ତର ଫାଲଗୁନି ନକ୍ଷତ୍ରରେ ପରିକ୍ରମା କରିଛନ୍ତି। ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଧନ, ଐଶ୍ୱର୍ଯ୍ୟ, ଗୌରବ, ସୌନ୍ଦର୍ଯ୍ୟ, କଳା, ଆରାମ, ଆନନ୍ଦ, କାମନା, ପ୍ରେମ ଇତ୍ୟାଦି ଦିଗକୁ ପ୍ରଭାବିତ କରିଥାଏ । ଅତ୍ୟନ୍ତ ଶୁଭ ଗ୍ରହ ଓ ମହିମାଦାତା ହୋଇଥିଲେ ମଧ୍ୟ ଶୁକ୍ରଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ ୩ ଟି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ନକାରାତ୍ମକ ସାବ୍ୟସ୍ତ ହୋଇପାରେ । ଆସନ୍ତୁ ଜାଣିବା ଏହି ୩ଟି ରାଶି କ'ଣ ଏବଂ ଏହି ରାଶିର ଲୋକଙ୍କ ଜୀବନରେ କ'ଣ ନକାରାତ୍ମକ ପ୍ରଭାବ ପଡ଼ିବାକୁ ଯାଉଛି? 

 

ମେଷ ରାଶି

ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଉତ୍ତର ଫାଲଗୁନି ନକ୍ଷତ୍ରରେ ଶୁକ୍ରଙ୍କ ପରିକ୍ରମା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ହୋଇପାରେ। ଅର୍ଥ ର ଅଭାବ ଆପଣଙ୍କୁ ନିଦ୍ରାହୀନ କରିପାରେ । ଏହି ସମୟରେ ଆପଣ ଚିଡଚିଡ଼ା ହୋଇପାରନ୍ତି ଏବଂ ଶୀଘ୍ର ଭାବପ୍ରବଣ ହୋଇପାରନ୍ତି । ପାରିବାରିକ ଜୀବନରେ କିଛି ମତଭେଦ ହୋଇପାରେ। ପୈତୃକ ସମ୍ପତ୍ତି ବିବାଦରେ ଝଗଡ଼ା ବଢ଼ୁଥିବାରୁ ଆପଣଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ। ସ୍ୱାସ୍ଥ୍ୟଖରାପ ହେବା କାରଣରୁ ଚିକିତ୍ସା ରେ ବ୍ୟୟ ଆପଣଙ୍କ ଅର୍ଥ ସଙ୍କଟ ବଢାଇପାରେ ।

 

ସିଂହ ରାଶି

ସିଂହ ରାଶିର ଲୋକଙ୍କୁ ମଧ୍ୟ ଏହି ଚଳନ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ମନ ଅଶାନ୍ତ ରହିବ। ଚିନ୍ତାରେ ଘେରି ରହିପାରନ୍ତି। ଅଫିସରେ କାମକୁ ନେଇ ଚ୍ୟାଲେଞ୍ଜ ବଢ଼ିପାରେ। ସହକର୍ମୀଙ୍କ ସହ ମତଭେଦ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ଜରୁରୀ, ନଚେତ୍ ଆର୍ଥିକ ପରିସ୍ଥିତିରେ ଉଥାନ-ପତନକୁ ସହ୍ୟ କରିପାରିବେ ନାହିଁ। ପାରିବାରିକ ସମସ୍ୟାକୁ ନେଇ ବିବାଦ ବଢ଼ିପାରେ। ପ୍ରେମ ସମ୍ପର୍କରେ ସୁଧାର ଆସିବାର ସମ୍ଭାବନା ରହିଛି।

 

ମୀନ ରାଶି

ମୀନ ରାଶିର ବ୍ୟକ୍ତିମାନେ ଏହି ଚଳନ ସମୟରେ ଅତ୍ୟନ୍ତ ଯତ୍ନବାନ ହେବା ଆବଶ୍ୟକ । ଆପଣଙ୍କ ଆତ୍ମବିଶ୍ୱାସ ହ୍ରାସ ପାଇବ। ଆପଣଙ୍କ ମନ ଦୁଃଖ ଓ କ୍ଲାନ୍ତ ରହିବ। ଅଫିସରେ ଅତ୍ୟଧିକ କାର୍ଯ୍ୟ ଚାପ ରହିପାରେ। ଆର୍ଥିକ ଅସୁବିଧା ହୋଇପାରେ। ନିଦ୍ରାହୀନତା ରେ ମଧ୍ୟ ସମସ୍ୟା ଦେଖାଦେଇପାରେ । ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ହୋଇପାରେ। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ। ପ୍ରେମ ଜୀବନରେ ବ୍ରେକ୍ ଅପ୍ ହେବାର ସମ୍ଭାବନା ରହିଛି।

 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)