Health Tips: ଶାରୀରିକ ସମ୍ବନ୍ଧ ରଖିବା ପରେ ଅନେକଙ୍କ ମନରେ ଅନେକ କିଛି ପ୍ରଶ୍ନ ଉଠିଥାଏ। ତେବେ ଆପଣ ଜାଣିରଖନ୍ତୁ ଯେ, ଯୌନ ସମ୍ପର୍କ ସ୍ଥାପନା ପୂର୍ବରୁ ହେଉ ବା ପରେ ଅନେକ କିଛି ଟିପ୍ସ ଉପରେ ଧ୍ୟାନ ରଖିବା ଜରୁରୀ । କାରଣ ଏସବୁ ଉପରେ ଧ୍ୟାନ ନରଖିଲେ ଆପଣଙ୍କ ଯୌନ ସ୍ୱାସ୍ଥ୍ୟ ଆଗାମୀ ଦିନରେ ବିଗିଡିପାରେ। ତେବେ ସେକ୍ସ ପରେ କେଉଁ ୬ଟି କାମ କରିବାକୁ ବିଶେଷଜ୍ଞ ମାନେ ବାରଣ କରିଛନ୍ତି ଆସନ୍ତୁ ଜାଣିବା। ସେକ୍ସ କରିବା ପରେ ଶରୀରର ଉତ୍ତାପ ଦ୍ୱିଗୁଣ ବଢିଯାଇଥାଏ। ହେଲେ ମନେ ରଖନ୍ତୁ ସେକ୍ସ କରିବା ପରେ ଭୁଲରେ ବି ଲାଇଲନ ବା ଟାଇଟ୍ ହେଉଥିବା କପଡା ପିନ୍ଧନ୍ତୁ ନାହିଁ। 


COMMERCIAL BREAK
SCROLL TO CONTINUE READING

ସେକ୍ସ କରିବା ପରେ ଲାଇଲନ ଓ ଟାଇଟ କପଡା ପିନ୍ଧିବା କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ସେକ୍ସ କରିବା ପରେ ମହିଳା ଓ ପୁରୁଷ ଉଭେୟ ଯୌନାଙ୍ଗକୁ ପରିସ୍କାର ରଖିବା ଜରୁରୀ। ବିନା ପରିସ୍କାରରେ ଯଦି ଲାଇଲନ କିମ୍ବା ଟାଇଟ୍ ଅଣ୍ଡର ଓୟାର ପିନ୍ଧନ୍ତି ତେବେ ଯୌନାଙ୍ଗ ସହ ଡିସାର୍ଜର ମିଶ୍ରଣ ଲାଗି କୁଣ୍ଡେଇ ହେବାକୁ ଲାଗିଥାଏ । ଫଳରେ ଏହା ଇନଫେକସନ ଆଡକୁ ଗତି କରିଥାଏ। ସେଥିପାଇଁ ସେକ୍ସ କରିବା ପରେ ସୂତା କପଡା ପିନ୍ଧିବାକୁ ଅଭ୍ୟାସ କରନ୍ତୁ। 


ସେକ୍ସ କରିବା ପରେ ଯୌନାଙ୍ଗକୁ ସାଦା ଉଷୁମ ପାଣିରେ ସଫା ରଖିବା ଜରୁରୀ। ଭୁଲରେ ସାବୁନ କିମ୍ବା ଅନ୍ୟ କୌଣସି କେମିକାଲ ଯୁକ୍ତ ପଦାର୍ଥ ଲଗାନ୍ତୁ ନାହିଁ। କାରଣ ଶାରୀରିକ ସମ୍ବନ୍ଧ ରଖିବା ପରେ ଯୌନାଙ୍କ ଅତି ସେନସିଟିଭ୍ ରହିଥାଏ। ଯାହାଫଳରେ କେମିକାଲ ଯୁକ୍ତ ପଦାର୍ଥ ଲାଗିବା ଦ୍ୱାରା ଏଥିରେ ଜ୍ୱଳନ ହୋଇଥାଏ। କୁଣ୍ଡେଇ ହେବା ସହ ନାଲି ପଡ଼ି ଇନଫେକସନ ଆଡକୁ ଗତି କରିଥାଏ। କିଛି ଲୋକ ସେକ୍ସ କରିବା ପରେ ସୁଗନ୍ଧିତ ୱାଇପସ୍ ପୋଛିବା ପାଇଁ ବ୍ୟବହାର କରିଥାନ୍ତି। ହେଲେ ସାବଧାନ ବାସ୍ନା ଭରୁଥିବା ଏହି ୱାଇପ୍ସ ଆପଣଙ୍କ ଯୌନାଙ୍ଗରେ ଇନଫେକସନ କରାଇଥାଏ। 


ସେହିପରି ସେକ୍ସ କରିବା ପରେ ପୁରୁଷ ମାନେ ଖାସ କରି ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। କାରଣ ସେକ୍ସ କରିବା ପରେ ଆପଣଙ୍କ ଶରୀରର ଉତ୍ତାପ ଓ ହାର୍ଟବିଟ୍ ଦ୍ରୁତ ଗତିରେ ଚାଲିଥାଏ । ଯାହାଫଳରେ ପାଣି ପିଇବା ଦ୍ୱାରା ଏହା ହଠାତ୍ ଛାତିରେ ଅଟକିଯିବା ଫଳରେ ଯନ୍ତ୍ରଣା ଆରମ୍ଭ କରିଥାଏ ସେଥିପାଇଁ ସେକ୍ସ କରିବା ପରେ ଦମ୍ପତ୍ତି ପ୍ରାୟତଃ ଅଧଘଣ୍ଟା ପରେ ପାଣି ପିଇବା ଉଚିତ୍ । ଶାରୀରିକ ସମ୍ବନ୍ଧ ରଖିବା ପରେ ହଠାତ୍ ଯାଇ ଗରମ ପାଣିରେ ଭୁଲରେ ବି ଗାଧାନ୍ତୁ ନାହିଁ। କିଛି ସମୟ ବସିବା ପରେ ଶରୀରରୁ ଝାଳ କମିବା ପରେ ନଖ ଉଷୁମ କିମ୍ବା ଥଣ୍ଡା ପାଣିରେ ଗାଧୋଇବା ଉଚିତ୍ । 


ସେହିପରି ସେକ୍ସ ସମୟରେ ଆପଣ ନିଜ ପାର୍ଟନରଙ୍କ ଯୌନାଙ୍ଗକୁ ନିଶ୍ଚିତ ଭାବେ ଛୁଇଁଥିବେ । ତେଣୁ ସେକ୍ସ କରିବା ପରେ ହାତକୁ ଭଲ ଭାବେ ହାତକୁ ସାବୁନ ସହ ଗରମ ପାଣିରେ ଧୋଇବା ଅଭ୍ୟାସ ରଖନ୍ତୁ। କାରଣ ଯଦି ଆପଣ ହାତ ନଧୁଅନ୍ତି ତେବେ ଏହା ଇନଫେକସନର କାରଣ ହୋଇପାରେ। 


Also Read: Stamina Booster: ପାର୍ଟନର ରହୁଛନ୍ତି କି ଅସନ୍ତୁଷ୍ଟ, ପୁରୁଷଙ୍କ ଶୀଘ୍ର ପତନର ଏହା ହେଉଛି ମୁଖ୍ୟ କାରଣ...


Also Read: Health Tips: ଋତୁସ୍ରାବ ସମୟରେ ଶାରୀରିକ ସମ୍ବନ୍ଧ ଠିକ୍ ନା ଭୁଲ୍ ? କ'ଣ କହୁଛି ବିଶେଷଜ୍ଞଙ୍କ ମତ...