ସମସ୍ତେ ଚାହାଁନ୍ତି ଯେ ସେମାନେ ସର୍ବଦା ଯୁବ ଦେଖାଯିବା ପାଇଁ ଏଥିପାଇଁ ସମସ୍ତେ ଅନେକ ପ୍ରକାରର ସୌନ୍ଦର୍ଯ୍ୟ ସାମଗ୍ରୀ ବ୍ୟବହାର କରନ୍ତି । କିନ୍ତୁ ବଜାରରେ ବିକ୍ରି ହେଉଥିବା ସୌନ୍ଦର୍ଯ୍ୟ ସାମଗ୍ରୀ ଆପଣଙ୍କ ଚର୍ମକୁ କ୍ଷତି କରିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ ବିଶେଷ ଜିନିଷ ବିଷୟରେ ଯାହାର ଦୈନନ୍ଦିନ ବ୍ୟବହାର ଦ୍ବାରା ଆପଣ ଯୁବ ଆଉ ସୁନ୍ଦର ପାଇପାରିବେ । ଆଉ ଏହି ଜିନିଷଟି ଆମ ରୋଷେଇ ଘରେ ସହଜରେ ଉପଲବ୍ଧ । 
ପ୍ରତିଦିନ ଗୋଟିଏ ଚାମଚ ଦେଶୀ ଘିଅ-
ଆମେ ଦେଶୀ ଘିଅର ଉପକାରିତା ବିଷୟରେ ସମସ୍ତେ ଅବଗତ। ଏକ ଅଧ୍ୟୟନରେ ଦେଶୀ ଘିଅକୁ ଶୁଦ୍ଧ ଖାଦ୍ୟ ପଦାର୍ଥ ଭାବେ ବିବେଚନା କରାଯାଏ । ଘିଏ ଆପଣଙ୍କ ଖାଦ୍ୟର ସ୍ବାଦକୁ ବଢାଇଥାଏ । ଏହାର ବ୍ୟବହାର ଆପଣଙ୍କୁ ବର୍ଷ ବର୍ଷ ଧରି ଯୁବବସ୍ଥା ପରି ରଖିଥାଏ । ଏଥିପାଇଁ ଆପଣ ଦେଶୀ ଘିଅକୁ ନିଜ ନିତିଦିନିଆ ରୁଟିନରେ ଅନ୍ତର୍ଭୁକ୍ତ କରନ୍ତୁ । କେବଳ ଗୋଟିଏ ଚାମଚ ଦେଶୀ ଘିଅ ଖାଇବା ଦ୍ବାରା,କିଛି ଦିନ ମଧ୍ୟରେ ଚେହେରାରେ ଚମକ ସହ ରଙ୍ଗ ଉଜ୍ଜ୍ବଳ ହେବାରେ ଲାଗେ । 


COMMERCIAL BREAK
SCROLL TO CONTINUE READING

Also Read ; ଓଜନ ହ୍ରାସ ପାଇଁ ଆପଣାନ୍ତୁ ଏ ସବୁ ଖାଦ୍ୟ, ମିଳିବ ବଡ ଫାଇଦା


ଏହାକୁ କିପରି ଖାଇବେ ? -
ସବୁବେଳେ ଯୁବ ଦେଖାଯିବା ପାଇଁ ଦେଶୀ ଘିଅ ଖାଇବାର ଉପାୟ ହେଉଛି ଆପଣ ଏକ ଗ୍ଲାସ ଗରମ ପାଣି ନିଅନ୍ତୁ ସେଥିରେ ଏକ ଚାମଚ ଘିଅ ମିଶାନ୍ତୁ । ଘିଅକୁ ଗରମ ପାଣିରେ ଭଲ ଭାବେ ମିଶାନ୍ତୁ ଯେପରି ଘିଅଟି ତରଳି ଯିବ । ଏହା ପରେ ଆପଣ ଖାଲି ପେଟରେ ପିଅନ୍ତୁ । ମନେ ରଖନ୍ତୁ ଏହାକୁ ପିଇବା ପରେ ଆପଣ ଅଧ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ । ଘିଅରେ ଭିଟାମିନ-A,E ଏବଂ D ଭରପୂର ରହିଛି । ଏହି ତିନୋଟି ଭିଟାମିନ୍ ଚର୍ମ ପାଇଁ ଅତ୍ୟନ୍ତ ଲାଭଦାୟକ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଏକ ପ୍ରାକୃତିକ ଆଣ୍ଟି-ଏଜିଂ ଭାବେ କାମ କରିଥାଏ । 
ସ୍ବାସ୍ଥ୍ୟ ପାଇଁ ଲାଭଦାୟକ -
ଦେଶୀ ଘିଅ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏଥିରେ କେବଳ ଆଣ୍ଟି-ଏଜିଂ ଗୁଣ ରହିଛି ଏହା ସହ ଭଲ ଚର୍ବି ବି ମଧ୍ୟ ରହିଛି । ଯଦି ଆପଣ ପ୍ରତିଦିନ ସକାଳେ କ୍ଷୀରରେ ଘିଅ ମିଶାଇ ପିଅନ୍ତି ତେବେ ଏହା ଆପଣ ପାଇଁ ଏନର୍ଜି ଡ୍ରିଙ୍କ ହୋଇଥାଏ । ଏହା ଆପଣଙ୍କୁ ବହୁତ ଶକ୍ତି ଯୋଗାଇବା ସହ ଦିନ ସାରା ଆକ୍ଟିଭ ରଖିଥାଏ ।