Solar Eclipse 2024 Effect: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଖୁବଶୀଘ୍ର ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ ପରାଗର ବିଶେଷ ମହତ୍ବ ରହିଛି । ୨୦୨୪ର ପ୍ରଥମ ପରାଗ ଏପ୍ରିଲ ମାସରେ ଲାଗିବ । ଅନେକ ଦେଶରେ ଏହାର ପ୍ରଭାବ ପଡ଼ିବାକୁ ଥିବା ବେଳେ ଭାରତରେ ଏହାର ବିଶେଷ ପ୍ରଭାବ ଦେଖାଦେବ ନାହିଁ।


COMMERCIAL BREAK
SCROLL TO CONTINUE READING

ବୈଦିକ ଶାସ୍ତ୍ର ଅନୁଯାୟୀ, ଯେତେବେଳେ ଗ୍ରହ ମାନେ ରାଶି ବା ନକ୍ଷତ୍ର ପରିବର୍ତ୍ତନ କରନ୍ତି, ସେତେବେଳେ ସୂର୍ଯ୍ୟ ପରାଗ ବା ଚନ୍ଦ୍ର ଗ୍ରହଣ ଲାଗିଥାଏ । ଏହାର ପ୍ରଭାବ ପୃଥିବୀର ସମସ୍ତ ଜୀବ ଉପରେ ପଡିଥାଏ । ସେହିପରି କିଛି ରାଶି ଉପରେ ଏହାର ସକରାତ୍ମକ ତ ଆଉ କେତେକ ରାଶି ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ତେବେ ଚଳିତ ବର୍ଷର ଏହି ସୂର୍ଯ୍ୟ ପରାଗ ୫ଟି ରାଶି ପାଇଁ ସମସ୍ୟା ବଢାଇବ । ତେବେ ଆସନ୍ତୁ ଜାଣିବା ସେହି ୫ଟି ରାଶିଙ୍କ ବିଷୟରେ...


ବୃଷ ରାଶି- ଏହି ରାଶିର ଲୋକଙ୍କ ପାଇଁ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଭଲ ରହିବ ନାହିଁ । ଏହି ଅବଧି କାର୍ଯ୍ୟରେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ।  ଆର୍ଥିକ ପ୍ରତିବନ୍ଧକ ଦେଖାଦେବ । ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିବ । ପଡ଼ୋଶୀଙ୍କ ସହ ମତାନ୍ତର ନେଇ ସମ୍ଭାବନା ରହିଛି । ତେଣୁ ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ସୂର୍ଯ୍ୟ ପରାଗ ସମୟରେ ସାବଧାନ ରହିବାକୁ ପଡ଼ିବ ।


କର୍କଟ ରାଶି- କର୍କଟ ରାଶି ପାଇଁ ମଧ୍ଯ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଅଭୁଶ ଫଳଦାୟୀ ରହିବ । ଏହି ଅବଧି ମଧ୍ୟରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହେବ । ବ୍ୟବସାୟରେ କ୍ଷତି ହେବା ନେଇ ସମ୍ଭାବନା ରହିଛି । ମନ ବିଚଳିତ ରହିବ । ଧନହାନୀ ହୋଇପାରେ । କୌଣସି କାରଣ ଯୋଗୁଁ ପରିବାରରେ ମତାନ୍ତର ଦେଖାଦେବ ।


ତୁଳା ରାଶି- ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ତୁଳା ରାଶି ପାଇଁ ମଧ୍ଯ ଭଲ ରହିବ ନାହିଁ । ପରାଗ ପୂର୍ବରୁ ଜୀବନରେ ସମସ୍ୟା ବଢିବା ସହ ବ୍ୟବସାୟରେ କ୍ଷତି ହେବା ନେଇ ସମ୍ଭାବନା ରହିଛି । ମାନସିକ ଚାପ ବଢିବ । ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ଚିନ୍ତିତ ରହିବେ । କୋର୍ଟ କଚେରୀ ମାମଲାରେ ଘାଣ୍ଟି ହୋଇପାରନ୍ତି ।


ବିଛା ରାଶି- ବିଛା ରାଶି ପାଇଁ ମଧ୍ଯ ପରାଗ ଅଶୁଭ ଫଳଦାୟୀ ରହିବ । ଏହି ସମୟରେ, ପରିବାରରେ ବିଶୃଙ୍ଖଳା ସହ ସ୍ବାସ୍ଥ୍ଯଗତ ସମସ୍ୟା ଲାଗି ରହିବ । ବ୍ୟବସାୟ କରୁଥିବା ଲୋକେ କ୍ଷତିରେ ପଡ଼ିପାରନ୍ତି । ବୈବାହିକ ଜୀନରେ ତିକ୍ତତା ବଢିବ । ମନ ଭଲ ରହିବ ନାହିଁ । ଆଖି ଜନିତ ସମସ୍ୟା ଉପୁଜିପାରେ ।


ଧନୁ ରାଶି- ଧନୁ ରାଶି ପାଇଁ ମଧ୍ଯ ଚଳିତ ବର୍ଷର ପ୍ରଥମ ପରାଗ ଭଲ ରହିବ ନାହିଁ । ଚାକିରି କ୍ଷେତ୍ରରେ ସମସ୍ୟା ପରିଲିକ୍ଷିତ ହେବ । ପଦୋନ୍ନତିରେ ମଧ୍ଯ ସମସ୍ୟା ଉପୁଜିବ । ବନ୍ଧୁଙ୍କ ସହ କଥାକଟି ଯୋଗୁଁ ସମ୍ପର୍କରେ ତିକ୍ତତା ଆସିବ । ଦୀର୍ଘ ଦିନରୁ ଆଶା କରିଥିବା କାର୍ଯ୍ୟ ସଫଳ ହେବ ନାହିଁ । ଅର୍ଥହାନୀ ନେଇ ଯୋଗ ରହିଛି ।


(Disclaimer: ଏଠାରେ ଦିଆଯାଇଥିବା ସମସ୍ତ ସୂଚନା ସାଧାରଣ ବିଶ୍ୱାସ ଏବଂ ସୂଚନା ଉପରେ ଆଧାରିତ । ଏହା ଜୀ ଓଡ଼ିଶା ନ୍ୟୁଜର ନିଜସ୍ୱ ମତ ନୁହେଁ । ଅଧିକ ଜାଣିବା ପାଇଁ ଆପଣ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ ।)