ଶୀତଦିନେ ପ୍ରାୟତଃ କେଶ ଝଡ଼ିବା ଓ ରୁପି ସମସ୍ୟା ଦେଖାଦିଏ । ପରିବେଶ ପ୍ରଦୂଷଣ କାରଣରୁ ଆଜିକାଲି ପ୍ରାୟ ସବୁ ଋତୁରେ କେଶ ଝଡୁଛି । ତଥାପି ଶୀତ ଦିନେ ଏହା ଅଧିକ ମାତ୍ରାରେ ଝଡ଼ିଥାଏ ଓ ରୁପି ସମସ୍ୟା ବି ଦେଖାଦିଏ । ଏହାକୁ ନେଇ ଯୁବପିଢି ଟେନସନ୍ ରହିବା ଏକ ସ୍ବାଭାବିକ କଥା । କାରଣ ସମସ୍ତେ ନିଜ କେଶକୁ ଭଲ ପାଆନ୍ତି ଏବଂ ଚନ୍ଦାପଣଠୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତି ।


COMMERCIAL BREAK
SCROLL TO CONTINUE READING

ଅନେକ ଲୋକ କୋଶ ଛଡିବା ଓ ରୁପି ସମସ୍ୟାରୁ ମୁକ୍ତି ପାଇବା ପାଇଁ କେମିକାଲ ଯୁକ୍ତ ସାମ୍ପୁ ଓ ତେଲ ବ୍ୟବହାର କରନ୍ତି । କିନ୍ତୁ ବେଳେବେଳେ ଏହାଦ୍ୱାରା ସମସ୍ୟା ଦୂର ହେବା ପରିବର୍ତ୍ତେ ବଢିଯାଏ । ଆମେ ଠିକ୍‌ ଭାବେ ନିଜ କେଶର ଯତ୍ନ ନେଇପାରିଲେ ରୁପି ଓ କେଶ ସମସ୍ୟାରୁ ନିଜକୁ ଦୂରେଇ ରଖିପାରିବା । ତେବେ ନିମ୍ନ ପ୍ରଦତ ଘରୋଇ ଉପଚାର କଲେ ଆମେ ରୁପି ସମସ୍ୟାକୁ ମୁକ୍ତି ପାଇବା ସହ କେଶ ଝଡ଼ିବାକୁ ରୋକି ପାରିବା ।


ମେଥି


ରାତିରେ ମୁଠାଏ ମେଥି ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାର ପେଷ୍ଟ୍ ପ୍ରସ୍ତୁତ କରି ମୁଣ୍ଡରେ ଲଗାଇ ପ୍ରାୟ ଘଣ୍ଟାଏ ରଖନ୍ତୁ, ତାପରେ ସଫା କରିଦିଅନ୍ତୁ । ଏଭଳି କରିବାଦ୍ୱାରା ରୁପି ଜନିତ ସମସ୍ୟା ଦୂର ହୋଇଥାଏ।


କ୍ଷୀର


ଗାଧୋଇବାର ଅଧ ଘଣ୍ଟା ପୂର୍ବରୁ କଞ୍ଚା କ୍ଷୀରକୁ କେଶ ତଥା ମୁଣ୍ଡରେ ଭଲଭାବେ ମାଲିସ କରନ୍ତୁ। ତାପରେ ଏହାକୁ ଥଣ୍ଡା ପାଣିରେ ସଫାକରି ଦିଅନ୍ତୁ। ଏହିପରି ଲଗାତର ଭାବେ ସପ୍ତାହକୁ ତିନିରୁ ଚାରିଥର କରିବାଦ୍ୱାରା ରୁପି ଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯାଇଥାଏ।


ଦହି


ରୁପି ଜନିତ ସମସ୍ୟାରୁ ରକ୍ଷା ପାଇବାକୁ ଦହି ଏକ ସହଜ ଓ ଉପକାରୀ ସାମଗ୍ରୀ। ଦହିକୁ ସପ୍ତାହରେ ତିନି ଚାରି ଥର କେଶରେ ଭଲଭାବରେ ଲଗାଇବା ପରେ ଧୁଅନ୍ତୁ। ଦେଖିବେ ବହୁତ ଅଳ୍ପ ଦିନ ଭିତରେ ରୁପି ଦାଉରୁ ମୁକ୍ତି ପାଇବା ସହ ଆପଣଙ୍କ କେଶ ଝଡିବା ମଧ୍ୟ ଦୂର ହୋଇଥାଏ। କିନ୍ତୁ ହଁ, ମନେରଖିବେ ଏଥିପାଇଁ କେବଳ ବସାଦହି ବ୍ୟବହାର କରିବେ, ଯେଉଁଥିଲେ ମଲାଇଥିବ।


ଲେମ୍ବୁ ସହ ଅଣ୍ଡାର ମିଶ୍ରଣ


ଏକ ପାତ୍ରରେ କିଛି ଲେମ୍ବୁ ରସ ନିଅନ୍ତୁ ଏବଂ ସେଥିରେ ଅଣ୍ଡାର ଭିତର ଅଂଶ ବା କେଶରକୁ ଭଲଭାବେ ମିଶାଇ ମୁଣ୍ଡରେ ମାଲିସ କରନ୍ତୁ। ପରେ ଏହାକୁ ୨ ଘଣ୍ଟା ଯାଏଁ ଛାଡିଦିଅନ୍ତୁ। ସମ୍ପୂର୍ଣ୍ଣ ଶୁଖିଯିବା ପରେ ମୁଣ୍ଡକୁ ସାମ୍ପୁରେ ଭଲଭାବରେ ସଫାନ୍ତୁ। ସପ୍ତାହକୁ ତିନି ଚାରି ଥର ଏପରି କଲେ ରୁପି ସମସ୍ୟାରୁ ମୁକ୍ତି ମିଳିବ।


ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।


ଏହା ବି ପଢ଼ନ୍ତୁ:-ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ


ଏହା ବି ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ


ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ