ଏହି ଟ୍ରେନରେ ସମସ୍ତଙ୍କୁ ମାଗଣା ଯାତ୍ରା ସହ ମିଳୁଛି ଅନେକ ସୁବିଧା
ହିମାଚଳ ପ୍ରଦେଶ ଏବଂ ପଞ୍ଜାବର ସୀମାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରେ। ଯଦି ଆପଣ ଭାକ୍ରା ନଙ୍ଗଲ୍ ଡ୍ୟାମ୍ ଦେଖିବାକୁ ଯାଆନ୍ତି, ତେବେ ଆପଣ ମାଗଣାରେ ଏହି ଟ୍ରେନ୍ ଯାତ୍ରା ଉପଭୋଗ କରିପାରିବେ। ଟ୍ରେନଟି ନଙ୍ଗଲରୁ ଭାକ୍ରା ଡ୍ୟାମ୍ ପର୍ଯ୍ୟନ୍ତ ଚାଲିଥାଏ।
ନୂଆଦିଲ୍ଲୀ: ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ ହେଇଛି ଭାରତୀୟ ରେଳବାଇ। ଏଠାରେ ରୟାଲରୁ ଆରମ୍ଭ କରି ସାଧାରଣ ସବୁ ବର୍ଗର ଯାତ୍ରୀଙ୍କ ସୁବିଧା ରହିଛି। ଟ୍ରେନର ସୁବିଧା ଅନୁଯାୟୀ ସେମାନଙ୍କର ଭଡା ନିର୍ଦ୍ଧାରଣ ହୋଇଥାଏ। ଆପଣ ଭାବୁଥିବେ ଯେ, ପ୍ରତ୍ୟେକ ଟ୍ରେନରେ ଯାତ୍ରା କରିବା ପାଇଁ କିଛି ନିର୍ଦ୍ଧିଷ୍ଟ ଭଡା ଦେବାକୁ ପଡୁଥିବ। କିନ୍ତୁ ଏହା ନୁହେଁ। ଦେଶରେ ଏପରି ଏକ ଟ୍ରେନ୍ ଅଛି ଯେଉଁଥିରେ ଯାତ୍ରା କରିବା ପାଇଁ କୌଣସି ଭଡା ଆଦାୟ କରାଯାଏ ନାହିଁ। ଆପଣ ଏଥିରେ ମାଗଣାରେ ଯାତ୍ରା କରିପାରିବେ
ହିମାଚଳ ପ୍ରଦେଶ ଏବଂ ପଞ୍ଜାବର ସୀମାରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରେ। ଯଦି ଆପଣ ଭାକ୍ରା ନଙ୍ଗଲ୍ ଡ୍ୟାମ୍ ଦେଖିବାକୁ ଯାଆନ୍ତି, ତେବେ ଆପଣ ମାଗଣାରେ ଏହି ଟ୍ରେନ୍ ଯାତ୍ରା ଉପଭୋଗ କରିପାରିବେ। ଟ୍ରେନଟି ନଙ୍ଗଲରୁ ଭାକ୍ରା ଡ୍ୟାମ୍ ପର୍ଯ୍ୟନ୍ତ ଚାଲିଥାଏ। ଗତ ୭୩ ବର୍ଷ ଧରି ୨୫ଟି ଗାଁର ଲୋକମାନେ ଏହି ଟ୍ରେନରେ ମାଗଣା ଯାତ୍ରା କରୁଛନ୍ତି। ଗୋଟିଏ ପଟେ ଦେଶର ସମସ୍ତ ଟ୍ରେନର ଟିକେଟ୍ ମୂଲ୍ୟ ବୃଦ୍ଧି କରାଯାଉଥିବାବେଳେ ଅନ୍ୟପଟେ ଲୋକମାନେ ଏହି ଟ୍ରେନରେ ମାଗଣାରେ ଯାତ୍ରା କରୁଛନ୍ତି। ତେବେ ରେଳବାଇ ଏହାକୁ କିପରି ଅନୁମତି ଦିଏ?
Also Read: ରେଜଲ୍ଟର ଦୁଇ ମାସ ପରେ ଆଜିଠୁ ମେଡିକାଲ ନାମଲେଖା
ଭାକ୍ରା ଡ୍ୟାମ ବିଷୟରେ ସୂଚନା ଦେବା ଉଦ୍ଦେଶ୍ୟରେ ଏହି ଟ୍ରେନ୍ ଚଳାଚଳ କରୁଛି। ଯାହାଫଳରେ ଦେଶର ଭବିଷ୍ୟତ ପିଢ଼ି ଜାଣିପାରିବେ ଯେ, ଦେଶର ସବୁଠାରୁ ବଡ ଭାକ୍ରା ଡ୍ୟାମ୍ କିପରି ନିର୍ମାଣ କରାଯାଇଥିଲା। ଏହି ବନ୍ଧ ନିର୍ମାଣରେ କେଉଁ ଅସୁବିଧାର ସମ୍ମୁଖୀନ ହୋଇଥିଲେ? ଭାକ୍ରା ବିସ୍ ମ୍ୟାନେଜମେଣ୍ଟ ବୋର୍ଡ (ବିବିଏମବି) ଏହି ଟ୍ରେନ୍ ଚଳାଇଥାଏ। ପ୍ରାରମ୍ଭରେ ଏହି ରେଳ ଟ୍ରାକ୍ ତିଆରି କରିବା ପାଇଁ ପର୍ବତ କାଟି ଏକ ଅସମ୍ଭବ ରାସ୍ତା ତିଆରି କରାଯାଇଥିଲା।
ଏହି ଡିଜେଲ ଚାଳିତ ସ୍ୱତନ୍ତ୍ର ଟ୍ରେନ ପ୍ରଥମେ ୧୯୯୪ ମସିହାରେ ଚାଲିଥିଲା। ପ୍ରତ୍ୟେକ ଦିନ ୩୦୦ ଲୋକ ଏହି ଟ୍ରେନରେ ଆଖପାଖର ୨୫ ଗ୍ରାମର ୩୦୦ ଲୋକ ଯାତ୍ରା କରନ୍ତି। ଏହି ଟ୍ରେନରୁ ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୁଅନ୍ତି। ଏହି ଟ୍ରେନ୍ ନଙ୍ଗଲରୁ ଡ୍ୟାମ୍ ପର୍ଯ୍ୟନ୍ତ ଚାଲିଥାଏ ଏବଂ ଦିନକୁ ଦୁଇଥର ଯାତ୍ରା କରିଥାଏ। ଟ୍ରେନ୍ ବିଷୟରେ ବିଶେଷ କଥା ହେଉଛି ଏହାର ସମସ୍ତ କୋଚ୍ କାଠରେ ତିଆରି ହୋଇଛି। ଆପଣ ଏଥିରେ ହକର୍ କିମ୍ବା TTE ପାଇବେ ନାହିଁ। ପ୍ରତି ଦିନ ଟ୍ରେନ ଚଳାଚଳ ପାଇଁ ୫୦ ଲିଟର ଡିଜେଲ ଖର୍ଚ୍ଚ ହୋଇଥାଏ।
Also Read: IPLରୁ Vivo ଆଉଟ୍, Tata ଇନ୍
ଏହି ଟ୍ରେନ୍ ନଙ୍ଗଲରୁ ସକାଳ ୭ଟା ୫ରେ ଛାଡେ ଏବଂ ପ୍ରାୟ ୮ଟା ୨୦ରେ ଭାକ୍ରା ଠାରୁ ନଙ୍ଗଲ ଆଡକୁ ଫେରିଥାଏ। ପୁଣି ଥରେ ଅପରାହ୍ନ ୩ଟା ୫ରେ ଏହା ନଙ୍ଗଲରୁ ଚାଲିଥାଏ ଏବଂ ସନ୍ଧ୍ୟା ୪ଟା ୨୦ରେ ଭାକ୍ରା ଡ୍ୟାମରୁ ନଙ୍ଗଲକୁ ଫେରି ଆସେ। ନଙ୍ଗଲରୁ ଭକ୍ରା ଡ୍ୟାମରେ ପହଞ୍ଚିବା ପାଇଁ ଟ୍ରେନକୁ ପ୍ରାୟ ୪୦ ମିନିଟ୍ ସମୟ ନେଇଥାଏ। ଯେତେବେଳେ ଟ୍ରେନ୍ ଆରମ୍ଭ ହେଲା ସେତେବେଳେ ଏଥିରେ ୧୦ଟି କୋଚ୍ ଚାଲୁଥିଲା କିନ୍ତୁ ବର୍ତ୍ତମାନ ଏଥିରେ କେବଳ ୩ଟି କୋଚ୍ ଅଛି। ଏହି ଟ୍ରେନରେ ଗୋଟିଏ କୋଚ୍ ପର୍ଯ୍ୟଟକଙ୍କ ପାଇଁ ଏବଂ ଗୋଟିଏ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି।