Sprouted Gram Benefits: ଆଜିକାଲି କୋରୋନା ମହାମାରୀ ବିପର୍ଯ୍ୟସ୍ତ ମଧ୍ୟ ଦେଇ ଜୀବନ ଜିଇବାକୁ ପଡୁଛି । ଏପରି ପରିସ୍ଥିତିରେ ଆଜି ଆମେ ଆପଣଙ୍କୁ ସୁସ୍ଥ ରହିବା ପାଇଁ କିଛି ଉପାୟ କହିବାକୁ ଯାଉଛୁ । ସିଝା ହୋଇଥିବା ବୁଟ (Boiled Gram) ପିତ୍ତ ଓ କଫକୁ ଦୂର କରିଥାଏ । କିନ୍ତୁ ଅଙ୍କୁରିତ ବା ଗଜା ବୁଟ (Sprouted gram) କୋମଳ, କ୍ଷୁଧା ବୃଦ୍ଧିକାରୀ, ବୀର୍ଯ ବୃଦ୍ଧିକାରୀ, ଶକ୍ତି ବୃଦ୍ଧିକାରୀ, ରକ୍ତ ସଫା, ପ୍ରୋଟିନରେ ଭରପୂର ତଥା ଥଣ୍ଡା ହୋଇଥାଏ । ଜାଣନ୍ତୁ ଗଜା ବୁଟ ଖାଇବାର ଫାଇଦା…


COMMERCIAL BREAK
SCROLL TO CONTINUE READING

୧. ଶାରୀରିକ ଦୁର୍ବଳତାକୁ ଦୂର କରିବା ପାଇଁ, ଶରୀରକୁ ମଜବୁତ କରିବା ପାଇଁ ତଥା ଓଜନ ବଢ଼ାଇବା ପାଇଁ ସନ୍ଧ୍ୟାରେ ଦୁଇ ମୁଠାଏ ବୁଟକୁ ବିଶୁଦ୍ଧ ପାଣିରେ ଭିଜାଇ ଦିଅନ୍ତୁ । ଏହାପରେ ଏହି ଅଙ୍କୁରିତ ହେବା ପରେ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ ।


୨. ଲୁଣ ନ ମିଶାଇ ଗଜା ବୁଟ ଚୋବାଇ  ଖାଇଲେ ତ୍ୱଚା ସୁସ୍ଥ ରହେ ଓ ଏହା ଚିକ୍କଣ ଦିଶେ । କାଛୁ କୁଣ୍ଡିଆ ଭଳି ରୋଗ ମଧ୍ୟ ହୋଇ ନ ଥାଏ ।


୩. ଦୁର୍ବଳ ହୃଦୟ ଥିବା ବ୍ୟକ୍ତିମାନେ ପ୍ରତିଦିନ ଗଜା ବୁଟ (Sprouted Gram) ଖାଇବା ଉଚିତ । ଏହି ଚନାରେ ପ୍ରଚୁର ମାତ୍ରାରେ ମ୍ୟାଗ୍ନେସିୟମ୍ ଓ ଫୋଲେଟ୍ ଥାଏ । ଯାହା କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୋଇଥାଏ ।


୪. ପ୍ରତିଦିନ ସକାଳେ ଗଜା ବୁଟ (Sprouted Gram) ଖାଇଲେ ପାଚନ ତନ୍ତ୍ର ସୁସ୍ଥ ହୋଇଯାଏ । କାରଣ ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ଥାଏ ।


୫. ଗଜା ବୁଟ (Sprouted Gram) ଖାଇଲେ ଶରୀରରେ ପ୍ରଜନନ କ୍ଷମତା ବୃଦ୍ଧି ପାଇଥାଏ ।


୬. ରକ୍ତହୀନତା ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ସେମାନେ ଅଙ୍କୁରିତ ବୁଟ (Sprouted Gram), ଗହମର ବେସନ ମିଶାଇ ରୁଟି କିମ୍ବା ଅନ୍ୟ ଉପାୟ ସେବନ କରିବା ଆବଶ୍ୟକ । ଏଥିରୁ ଲାଭ ମିଳିଥାଏ ।


୭. ଯଦି ରକ୍ତଚାପ ଥାଏ । ତେବେ ଗଜା ବୁଟ (Sprouted Gram) ଖାଇବା ଉଚିତ । କାରଣ ଏହା ରକ୍ତବାହୀକୁ ସ୍ୱାଭାବିକ କରିଥାଏ । ଯାହା ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।


୮. ଯଦି ଆପଣଙ୍କର ମୂତ୍ରଜନିତ ସମସ୍ୟା ଥାଏ । ତେବେ ଗଜା ବୁଟ (Sprouted Gram) ଖାଇବା ଦ୍ୱାରା  ସେହି ସମସ୍ୟା ରହିବ ନାହିଁ । ଏହା ପାଇଲ୍ସ ପାଇଁ ମଧ୍ୟ ଉପକାରୀ ହୋଇଥାଏ ।


ଅଧିକ ପଢ଼ନ୍ତୁ-ବୁଦ୍ଧ ପୂର୍ଣ୍ଣିମାରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ୩ଟି ରାଶିର ଖୋଲିଯିବ ଭାଗ୍ୟ, ନୂତନ ଚାକିରି-ପଦୋନ୍ନତି ସହ ମିଳିବ ପ୍ରବଳ ଟଙ୍କା


ଅଧିକ ପଢ଼ନ୍ତୁ-ଟିମ୍ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏସିଆ କପ୍ ଓ ODI ବିଶ୍ୱକପରୁ ବାହାର ହେଲେ ଏହି ଖତରନାକ୍ ଖେଳାଳି!


ଅଧିକ ପଢ଼ନ୍ତୁ-କେନ୍ଦ୍ର କର୍ମଚାରୀଙ୍କ ପାଇଁ ୨ ଦିନ ପରେ ଆସିବ ବଡ଼ ଖୁସି ଖବର; ପୁଣି ଏତେ ବଢ଼ିଯିବ ଦରମା, ଆକାଉଣ୍ଟକୁ ଆସିବ ମୋଟା ଅଙ୍କର ଟଙ୍କା


ଡିସକ୍ଲେମର: ଏହି ପ୍ରବନ୍ଧଟି କେବଳ ସାଧାରଣ ସୂଚନା ପାଇଁ ଲେଖାଯାଇଛି । ଏହା କୌଣସି ପ୍ରକାରେ କୌଣସି ଔଷଧ କିମ୍ବା ଚିକିତ୍ସାର ବିକଳ୍ପ ହୋଇପାରିବ ନାହିଁ । ଅଧିକ ବିବରଣୀ ପାଇଁ ସର୍ବଦା ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।