Surya Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ସୂର୍ଯ୍ୟଙ୍କୁ ଶକ୍ତିର ମୁଖ୍ୟ ଉତ୍ସ ବୋଲି କୁହାଯାଏ ।  ଏ-ହି କ୍ରମରେ ସୂର୍ଯ୍ୟଦେବ ନିଜ ମୂଳ ରାଶି ଛାଡି ଜୁଲାଇ ୧୪ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିବେ। ତେବେ, ସୂର୍ଯ୍ୟଙ୍କ ଏହି ଚଳନ କିଛି ରାଶିଙ୍କ ପାଇଁ ଖାସ୍ ରହିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...


COMMERCIAL BREAK
SCROLL TO CONTINUE READING

ALSO READ: Shani Vakri 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଶନି, ବର୍ଷ ଶେଷ ଯାଏଁ ହେବନି ଧନର ଅଭାବ!


ଧନବାନ୍ ହେହେ ଏହି ସବୁ ରାଶି:


କର୍କଟ: ସୂର୍ଯ୍ୟଦେବ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ସୂର୍ଯ୍ୟ ବୃଷ ରାଶିର ଦ୍ବୀତିୟ ଘରକୁ ଚଳନ କରିବେ। ବିଶେଷ କରି, ଆର୍ଥିକ ସ୍ଥିତି ମଜବୁତ୍ ହେବ। ଋଣ ଆଣିଥିବା ଟଙ୍କାକୁ ସୁଝିବାକୁ ସକ୍ଷମ ହେବେ। ବ୍ୟବସାୟୀମାନେ ଲାଭରେ ରହିବ। ଯଦି କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି । ତେବେ, ତାହାକୁ କାର୍ଯ୍ୟକାରୀ କରନ୍ତୁ । ବ୍ୟବସାୟରେ ଦ୍ବିଗୁଣିତ ଲାଭ ପାଇବେ। ଅଯଥା ଯୁକ୍ତି ତର୍କରୁ ଦୂରେଇ ରୁହନ୍ତୁ। ସେୟାର ବଜାରରେ ଟଙ୍କା ବିନିଯୋଗ କରିବାକୁ ଥିଲେ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ବେକାରିମାନେ ଭଲ ନିଯୁକ୍ତି ସୁଯୋଗ ପାଇବେ। ପ୍ରେମୀ ମାନଙ୍କ ଲାଗି ସମୟ ଅତ୍ୟନ୍ତ ଖାସ୍ ରହିବ। ଜୀବନ ସାଥୀଙ୍କ ସହ ଦୂରଯାତ୍ରା କରିପାରନ୍ତି। 


ସିଂହ:  ଏହି ରାଶିଙ୍କ ଭାଗ୍ୟ ଚମକାଇବେ ସୂର୍ଯ୍ୟଦେବ। ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ମିଳିବ। ବ୍ୟବସାୟରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ମନ ପସନ୍ଦର ସ୍ଥାନକୁ ଟ୍ରାନ୍ସଫର ହୋଇପାରେ। କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମର୍ଥନ ପାଇବେ। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ୍ ହେବେ । ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୌତୃକ ସମ୍ପତ୍ତିରୁ ମଧ୍ୟ ଲାଭ ପାଇବେ । ଏହି ସମୟରେ ଆପଣ ନୂତନ ଗାଡି଼ କ୍ରୟ କରିପାରନ୍ତି। କୋର୍ଟରେ ବିଚାରଧିନ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। 


ମିଥୁନ: ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ପାଇବା ସହ ଦରମା ବୃଦ୍ଧି ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି।  କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିବ। ଘରେ ସୁଖ ସମୃଦ୍ଧି ହେବା ହେବା ସହ ଦାମ୍ପତ୍ୟ ଜୀବନରେ ପ୍ରେମ ଭରିବ। ନିଜ ପରିବାର ସହ କୌଣସି ଧାର୍ମିକ ସ୍ଥଳକୁ ଯାତ୍ରା କରିପାରନ୍ତି। ଦୂରଯାତ୍ରା ଅମଙ୍ଗଳ ହୋଇପାରେ। ତେଣୁ ଦୂରଯାତ୍ରାରୁ ନିବୃତ୍ତ ରହିବା ଭଲ।


​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)