Advertisement
Photo Details/zeeodisha/odisha2322195
photoDetails0hindi

Shani Vakri 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବେ ଶନି, ବର୍ଷ ଶେଷ ଯାଏଁ ହେବନି ଧନର ଅଭାବ!

Saturn Retrograde 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନିଦେବ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ସେହି ରାଶିକୁ ପୁଣି ଥରେ ଆଜି ସକାଳ ୮ଟା ୩୦ ମିନିଟ୍ ସମୟରେ ଓଲଟା ଚଳନ କରିବେ। ଏବଂ ନଭେମ୍ବର ୧୫ ,୨୦୨୪ ପର୍ଯ୍ୟନ୍ତ ଶନି ମହାରାଜ୍ ଏହି ରାଶିରେ ରହିବେ।  ନଅଟି ଗ୍ରହ ମଧ୍ୟରୁ ଶନିଦେବ ସବୁଠୁ ମନ୍ଥର ଗତିରେ ଚଳନ କରନ୍ତି। ତେବେ, ଆସନ୍ତୁ ଜାଣିବା ଶନିଙ୍କ ଏହି ଓଲଟା ଚଳନ କେଉଁ ସବୁ ରାଶିଙ୍କ ପାଇଁ ବରଦାନ ପାଲଟିବ....  

1/5

ମେଷ: ଶନିଙ୍କ ଓଲଟା ଚଳନ ଏହି ରାଶିର ଭାଗ୍ୟ ବଦଳାଇବ। ଏ-ହି ଅବଧି ମଧ୍ୟରେ ଆୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରକୁ ନେଇ କୌଣସି ପ୍ରକାର ଖୁସି ଖବର ପାଇପାରନ୍ତି। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କୁ ମନଲାଖି ଅଫର ମିଳିପାରେ।  ପୁରୁଣା ବିନିଯୋଗରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ପୂରଣ ହେବାକୁ ଯାଉଛି। ଯେଉଁମାନେ କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନଙ୍କୁ ଏହି ଅବଧି ମଧ୍ୟରେ ଶୁଭଫଳ ମିଳିବ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

2/5

ବୃଷ: ଏ-ହି ରାଶିଙ୍କ ଭାଗ୍ୟ ଚମକାଇବେ ଶନିଦେବ। ବିଶେଷକରି, କ୍ୟାରିୟରରେ ଅଗ୍ରଗତି କରିବେ। କାର୍ଯ୍ୟାଳୟରେ ପଦୋନ୍ନତିର ପାଇବାର ସମ୍ଭାବନା ରହିଛି। ଆୟ ବୃଦ୍ଧି ପାଇବା ସହ ବ୍ୟାଙ୍କ୍ ବାଲାନ୍ସ ବଢିବ। ଖାସ୍ କରି ଯେଉଁମାନେ ସରକାରୀ ଚାକିରି କରୁଛନ୍ତି ସେମାନଙ୍କର ଏ-ହି ଅବଧି ମଧ୍ୟରେ  ଟ୍ରାନ୍ସଫର ହେବାର ସମ୍ଭାବନା ରହିଛି।  ଆପଣଙ୍କ ଜୀବନରେ ଆର୍ଥିକ ସମୃଦ୍ଧି ଆସିବ।  ପରିବାର ଲୋକଙ୍କ ଠାରୁ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ ପାଇବେ।ଅବିବାହିତଙ୍କ ପାଇଁ ଶୁଭ ସମୟ ରହିଛି।  ବିବାହ ନେଇ କୌଣସି ଭଲ ପ୍ରସ୍ତାବ ଆସିପାରେ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଦ୍ବିଗୁଣିତ ଲାଭ ପାଇବେ। 

 

3/5

ମିଥୁନ:  ଶନିଦେବଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଉଦୟ କରିବ। ଆର୍ଥିକ ସ୍ଥିତି ମଜବୁତ୍ ହେବ।  ସମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ଯେଉଁମାନେ ଆଇଟି କ୍ଷେତ୍ରରେ କାମ କରୁଛନ୍ତି। ସେମାନଙ୍କୁ ଏହି ଅବଧି ମଧ୍ୟରେ ବିଦେଶରୁ ଚାକିରି ର ଅଫର ମଧ୍ୟ ମିଳିପାରେ । ପରିବାର ସଦସ୍ୟ ଆପଣଙ୍କ ସହ ପ୍ରତ୍ୟକ କାର୍ଯ୍ୟରେ ଜଡ଼ିତ ହେବେ। ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। ରିୟଲ ଇଷ୍ଟେଟ୍  କ୍ଷେତ୍ରରେ ଜଡି଼ତ ଲୋକେ ଏହି ସମୟରେ ଭଲ ପ୍ରୋଜେକ୍ଟ ପାଇବେ। ଯାହା ସେମାନଙ୍କୁ ଅଧିକ ଲାଭଦେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ସେମାନଙ୍କ ସପକ୍ଷରେ ଯିବ। ପାରିବାରିକ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିବ। 

 

4/5

ତୁଳା:  ଏ-ହି ରାଶିଙ୍କ ଆର୍ଥିକ ସ୍ଥିତି ମଜବୁତ୍ କରିବେ ଶନି ମହାରାଜ୍ ।  ଏହି ଅବଧି ମଧ୍ୟରେ ପ୍ରତ୍ୟକ କ୍ଷେତ୍ରରେ ସଫଳତା ପାଇବେ।  ଆଣିଥିବା ଋଣକୁ ପରିଶୋଧ କରିବେ। ଏହି ଅବଧି ମଧ୍ୟରେ ବ୍ୟବସାୟ ଓ ବାଣିଜ୍ୟରେ ଲାଭ ମିଳିବ । ନୂଆ କାର୍ଯ୍ୟର ଆରମ୍ଭ କରିବାକୁ ଥିବା ଯୋଜନା ସଫଳ ହେବ । ପୂର୍ବରୁ ଯେଉଁ କାମଗୁଡିକ ପଡି ରହିଥିଲା ତାହା ଏବେ ସଂପୂର୍ଣ୍ଣ ହେବ । ଏହି ଅବଧି ମଧ୍ୟରେ ଗାଡ଼ି କିମ୍ବା ଜମି କିଣିବାର ସୁଯୋଗ ରହିଛି । ନୂତନ କରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇପାରନ୍ତି। ଆୟ ବୃଦ୍ଧି ପାଇବ। 

5/5

ଧନୁ: ଶନିଙ୍କ ଓଲଟା ଚଳନ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ।  ଏହି ରାଶିର ଲୋକେ କର୍ମକ୍ଷେତ୍ରରେ ଅଭୂତ ପୂର୍ବ ସଫଳତା ହାସଲ କରିବେ।  ପଦୋନ୍ନତି ମିଳିବା ସହ ଦରମା ବୃଦ୍ଧି ନେଇ ସମ୍ଭାବନା ରହିଛି। ଆର୍ଥିକବସ୍ଥା ପୂର୍ବ ଅପେକ୍ଷା ମଜବୁତ ରହିବ । ପୂର୍ବପୁରୁଷଙ୍କ ସମ୍ପତ୍ତିର ସୁଖ ମଧ୍ୟ ପ୍ରାପ୍ତ ହେବ । ପ୍ରେମୀ ମାନଙ୍କ ପାଇଁ ସମୟ ଭଲ ରହିଛି । ଭଲ ପାଉଥିବା ଜୀବନ ସାଥୀଙ୍କ ସହ ବିବାହ ହୋଇପାରେ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )